କେମ୍ବ୍ରିଜରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୩ ।୩: କଂଗ୍ରେସ ନେତା ତଥା ୱାୟନାଡ ଏମପି ରାହୁଲ ଗାନ୍ଧୀ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଭାରତର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ଭାରତରେ ବିଭିନ୍ନ ସଂସ୍ଥା ନିୟନ୍ତ୍ରଣରେ ଥିବା କହିଛନ୍ତି । ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀ କେମ୍ବ୍ରିଜରେ ବିଜନେସ ସ୍କୁଲର ଛାତ୍ରଙ୍କୁ ସମ୍ବୋଧିତ କରି କହିଛନ୍ତି, ଭାରତରେ ମିଡିଆ ଓ ନ୍ୟାୟପାଳିକା ନିୟନ୍ତ୍ରଣରେ ରହିଛି । ମୋ ଫୋନରେ ପେଗାସସରେ ଗୁପ୍ତଚର ହେଉଛି । ଗୁଇନ୍ଦା ଅଧିକାରୀମାନେ ମୋତେ କହିଥିଲେ କି ଆପଣଙ୍କ ଫୋନ ରେକର୍ଡ କରାଯାଉଛି, ମୋ ଉପରେ ଆପରାଧିକ ମାମଲା କରାଯାଉଛି ।
ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏମିତି ବିଶ୍ୱ ଦେଖିପାରିବୁ ନାହିଁ ଯାହା ଲୋକତାନ୍ତ୍ରିକ ମୂଲ୍ୟ ସହ ଯୋଡି ହୋଇ ନ ଥିବ । ରାହୁଲ ଗାନ୍ଧୀଙ୍କ ସମ୍ବୋଧନର ବିଷୟ ଥିଲା ‘ ଲର୍ନିଂ ଟୁ ଲିସେନ ଇନ ଇନ ୨୧ ସେଞ୍ଚୁରି’ । ଏହି ସମୟରେ ରାହୁଲ କହିଥିଲେ, ବିଶ୍ୱରେ ଲୋକତାନ୍ତ୍ରିକ ମୂଲ୍ୟକୁ ଆଗକୁ ନେବାକୁ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଏହାକୁ କାହା ଉପରେ ଥୋପି ଦିଆ ନ ଯାଉ ।
କଂଗ୍ରେସ ନେତା ଭାରତ ଓ ଆମେରିକା ଭଳି ଲୋକତାନ୍ତ୍ରିକ ଦେଶରେ ନିର୍ମାଣ କ୍ଷେତ୍ରରେ ହ୍ରାସ କଥା ଉଠାଇଥିଲେ । ସେ କହିଛନ୍ତି, ଏହି ପରିବର୍ତ୍ତନ ବୃହତ୍ତ ଅସମାନତା ଏବଂ ଅସନ୍ତୋଷ ଆଣିଦେଇଛି, ଯାହାକୁ ତୁରନ୍ତ ଧ୍ୟାନ ଏବଂ ସଂଳାପର ଆବଶ୍ୟକତା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri