Posted inଜାତୀୟ

‘ରାହୁଲ ଚାହୁଁଛନ୍ତି ଚାଇନା ସାମ୍ନାରେ ଆତ୍ମ ସମର୍ପଣ କରୁ ଭାରତ’: ଭାଜପା ନେତା

ନୂଆଦିଲ୍ଲୀ,୩ ।୧: ଚାଇନା ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ଏହାର ଜବାବ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଭାଜପା ପ୍ରବକ୍ତା ସୁଘାଂଶୁ ତ୍ରିବେଦୀ ରାହୁଲଙ୍କୁ ସବୁବେଳେ ଭ୍ରମରେ ଥିବା ନେତା ବୋଲି କହିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ଯାତ୍ରା ସମୟରେ ଭ୍ରମର ଶିକାର ହୋଇଯାଇଛନ୍ତି । କେବଳ ସାରା ଦେଶରେ ଯାତ୍ରା କରି ଭାରତକୁ ବୁଝିହେବନାହିଁ । ଆପଣଙ୍କୁ ଭାରତୀୟତାକୁ ବୁଝିବାକୁ ପଡିବ ।

ସୁଘାଂଶୁ ତ୍ରିବେଦି ଜବାହଲାଲ ନେହେରୁଙ୍କ ‘ଡିସକଭରି ଅଫ ଇଣ୍ଡିଆ’ର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛନ୍ତି, ଭାରତର ପରିଚୟ ଖୋଜି ଚାଲିଛନ୍ତି ଗାନ୍ଧୀ ପରିବାରର ୪ ପିଢି । ତ୍ରିବେଦି ସୀମାରେ ଲାଗିରହିଥିବା ଉତ୍ତେଜନାକୁ ନେଇ ରାହୁଲ ଦେଇଥିବା ଟିପଣିକୁ ଲକ୍ଷ୍ୟ କରି କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି କି ଭାରତକୁ ଚାଇନା ସାମ୍ନାରେ ସେହିପରି ଭାବେ ଆତ୍ମସମର୍ପଣ କରିବା ଦରକାର ଯେମିତି ତାଙ୍କ ଦଳର ସରକାର ଥିବା ସମୟରେ ହେଉଥିଲା ।
ଭାଜପା ନେତା ଆହୁରି ମଧ୍ୟ କହିଛନ୍ତି, ସାକ୍ଷାତ୍‌କାର ସବୁବେଳେ ଭ୍ରମିତ ଓ ଚିନ୍ତାଗ୍ରସ୍ତ ଥିବା ନେତା ଓ ଭ୍ରମିତ ଫିଲ୍ମଷ୍ଟାରଙ୍କ ମଧ୍ୟରେ ଥିଲା । ହେଲେ ସେ ଭାରତର ଭ୍ରମ ଦୂର କରିଦେଇଛନ୍ତି । ଚାଇନାକୁ ନେଇ ରାହୁଲଙ୍କ ବୟାନ ସଙ୍କେତ ଦେଉଛି କି ଭାରତକୁ ଚାଇନା ସାମ୍ନାରେ ନଇଁ ଯିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?