Advertisement
Posted inଜାତୀୟ

ଗୁଜରାଟ ବାଜି ଜିତିବୁ: ରାହୁଲ

ହାଇଦ୍ରାବାଦ୍‌,୩୧।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାର ରେଙ୍ଗା ରେଡ୍ଡି ଜିଲାର କୋଥୁରରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ସେ ଗୁଜରାଟ ନିର୍ବାଚନ ସହ ଭାରତ ଯୋଡୋର ପରିକଳ୍ପନାକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଗୁଜରାଟରେ ଆମ ଆଦମୀ ପାର୍ଟିର କୌଣସି ସଂଗଠନ ନାହିଁ। ଏହି ଦଳ କେବଳ ପ୍ରଚାରରେ ସୀମିତ। ଗୁଜରାଟ ନିର୍ବାଚନରେ କଂଗ୍ରେସ ଦଳ ଜିତିବ।
ସେହିପରି ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବା ନେଇ ରାହୁଲ କହିଛନ୍ତି, ବହୁ ବର୍ଷ ପୂର୍ବେ ଆମେ ଏହି ଯାତ୍ରା ଆରମ୍ଭ କରିବା କଥା ଭାବୁଥିଲୁ କିନ୍ତୁ କୋଭିଡ କାରଣରୁ ଏହି ଯାତ୍ରା ବନ୍ଦ କରିବାକୁ ପଡିଥିଲା। ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଯାତ୍ରା ବିଷୟରେ ଚିନ୍ତା କରିଥିଲି। ଦେଶର ସାମ୍ବିଧାନିକ ଢାଞ୍ଚାରେ ଅନେକ କ୍ଷତି ହୋଇଛି। ଏହାକୁ ରୋକିବା ପାଇଁ କଂଗ୍ରେସ ନିରନ୍ତର ପ୍ରୟାସ ଜାରି ରଖିବ।
ସୂଚନାଯୋଗ୍ୟ,ସୋମବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ୫୩ତମ ଦିନ ଥିଲା। ଏପର୍ଯ୍ୟନ୍ତ ଏହି ଯାତ୍ରା ଚାରୋଟି ରାଜ୍ୟର ୧୬ଟି ଜିଲା ଦେଇ ଗତି କରିଛି। ଭାରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ ୨,୧୭୨ କିଲୋମିଟର ଦୂରତା ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଧ୍ୱଜାବତରଣରେ ୧୦୦୦ ଡ୍ରୋନ୍‌ ଦ୍ୱାରା ଏୟାର ଶୋ’, ହଟିଲା ମହାତ୍ମାଙ୍କ ପସନ୍ଦ…

ନୂଆଦିଲ୍ଲୀ, ୨୯।୧ : ଶନିବାର ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସର ଧ୍ୱଜାବତରଣ  (ବିଟିଙ୍ଗ ରିଟ୍ରିଟ ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ...

ସ୍କୁଲ ଗେଟ୍‌ରେ ଛାତ୍ରୀଙ୍କ ହିଜାବ ଖୋଲି ଦେଲେ

ବେଙ୍ଗାଲୁରୁ,୧୪।୨: କର୍ନାଟକ ହାଇକୋର୍ଟ ଗତ ସପ୍ତାହରେ ଜାରି କରିଥିବା ଆନ୍ତରିଣ ରାୟ ଅନୁଯାୟୀ, ମାଣ୍ଡ୍ୟା ଜିଲାରେ ସରକାରୀ ସ୍କୁଲ କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଙ୍କୁ...

ବିଦ୍ୟୁତ୍‌ ଶକ୍‌ ଲାଗି ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ସନ୍ଦେହ, ପୋଲିସ ତଦନ୍ତ ଜାରି

ହାଇଦ୍ରାବାଦ୍‌,୨୨।୧୦: ହାଇଦ୍ରାବାଦ୍‌ର ଖାଦେରବାଗ ଅଞ୍ଚଳରେ ଥିବା ଏକ ଘର ବାଥ୍‌ରୁମ୍‌ରୁ ୨ ମାସ ତଳେ ବିବାହ କରିଥିବା ଡାକ୍ତର ଦମ୍ପତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।...

ବରଫ ଚାଦରରେ ଆଚ୍ଛାଦିତ ହେଲା ବଦ୍ରୀନାଥ

ଡେରାଡୁନ,୨୭।୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ...

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା

ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।...

Advertisement
Archives

Model This Week