Posted inଜାତୀୟ

ଭାଜପାକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି। ଟୁଇଟର ମାଧ୍ୟମରେ ସେ ଏହି ଅପିଲ କରିଥିବା ବେଳେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି। ଏଥିରେ ସେ ରାଜସ୍ଥାନ ରାଜନୀତିକୁ ନେଇ କିଛି ସୂଚନା ଦେଇଛନ୍ତି। ତେବେ ଧନବଳରେ ସେଠାରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଦୁଇ ଦିନ ପୂର୍ବରୁ ମଧ୍ୟ ରାହୁଲ ରାଜସ୍ଥାନ ରାଜନୀତିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ରାଜସ୍ଥାନରେ ସରକାର ଭାଙ୍ଗିବା ଭାଜପାର ଷଡଯନ୍ତ୍ର। ଏହା ରାଜସ୍ଥାନର ୮ କୋଟି ଲୋକଙ୍କୁ ଅପମାନ, ରାଜ୍ୟପାଳ ମହୋଦୟ ବିଧାନସଭା ଅଧିବେଶନ ଡାକି ସତ କ’ଣ ତାହା ଦେଶବାସୀଙ୍କ ସାମ୍ନାକୁ ଆଣନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଗୋଟିଏ ଦିନ ପୂର୍ବରୁ ମଧ୍ୟ ରାହୁଲ ଭାଜପା ସରକାରଙ୍କୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପୁରରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ

କୋଲାକାତା,୨୭।୯: ଭବାନୀପୁରରେ ଏବେ ଯେଉଁ ଭଳି ସ୍ଥିତି, ସେଠାରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ। ଏଣୁ ଭବାନୀପୁର ଉପ ନିର୍ବାଚନକୁ ବାତିଲ କରାଯାଉ। ନିର୍ବାଚନ କମିଶନ(ଇସି)ଙ୍କ...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍‌ ମୃତ

ଶାହଜାହାନ୍‌ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର...

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ...

ବୁଧବାର ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୯: କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। କରୋନା ଦ୍ୱାରା ଅଧିକ...

ଦେଶରେ ୫ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୮,୩୮୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ...

ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦...

Advertisement


Archives

Model This Week