Posted inଜାତୀୟ

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି । କିଛିଦିନ ହେବ ସେ ଚିକିତ୍ସତ ହେଉଥିବା ବେଳେ ଶନିବାର ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିକଟରେ ସେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରୁ ଇସ୍ତଫା ଦେଇ ଆସିଥିଲେ ଚର୍ଚ୍ଚାକୁ । ବିହାରର ବୈଶାଳୀ ଆସନରୁ ଏମ୍‌ପି ଥିବା ରଘୁବଂଶଙ୍କ ଜନ୍ମ ୧୯୪୬ରେ ବୈଶାଳୀର ଶାହପୁରରେ ହୋଇଥିଲା । ସେ ବିହାର ବିଶ୍ୱବିଦ୍ୟାଳୟରୁ ଗଣିତରେ ଡକ୍ଟରେଟ ଡିଗ୍ରୀ କରିଥିଲେ । ଯୁବାବସ୍ଥାରେ ସେ ଲୋକନାୟକ ଜୟପକାଶ ନାରାୟଣଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୭୩ରେ ତାଙ୍କୁ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ସଚିବ ନିର୍ବାଚିତ କରାଯାଇଥିଲା । ୧୯୭୭-୧୯୯୦ ପର୍ଯ୍ୟନ୍ତ ସେ ବିହାର ରାଜ୍ୟସଭାର ସଦସ୍ୟ ଥିଲେ । ୧୯୭୭-୧୯୭୯ ପର୍ଯ୍ୟନ୍ତ ସେ ବିହାରର ଶକ୍ତିମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ତାଙ୍କୁ ଲୋକଦଳର ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା । ୧୯୯୦ରେ ସେ ବିହାର ବିଧାନସଭାର ସହାୟକ ସ୍ପିକର ଦାୟିତ୍ୱ ନେଇଥିଲେ । ୧୯୯୬ରେ ସେ ପ୍ରଥମଥର ପାଇଁ ଲୋକ ସଭା ସଦସ୍ୟ ମନୋନୀତ ହୋଇଥିଲେ । ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ୧୦ ସେପ୍ଟେମ୍ବରରେ ସେ ଆର୍‌ଜେଡିରୁ ଇସ୍ତଫା ଦେଇ ଲାଲୁ ପ୍ରସାଦ ଯାଦବଙ୍କୁ କ୍ଷମା ମାଗିନେଇଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖି ଯେଉଁ କାମ ସେ କରି ପାରି ନାହାନ୍ତି ତାକୁ ପୂରା କରିବାକୁ ନୀତୀଶଙ୍କୁ ଅନୁରୋଧ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୋଦି: ସମର୍ଥନ ଜଣାଇଲେ ନୀତିଶ

ପାଟନା, ୨।୧୨: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ବୁଧବାର ପାଟନାରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ...

କରୋନା ଭାଇରସ ସଂକ୍ରମଣରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୩: ଡରାଇଲାଣି କରୋନା ଭାଇରସ। ବେଳକୁ ବେଳ ଏହା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ନାଟକର ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ...

ରିମ୍ସରେ ହେବ ଲାଲୁଙ୍କ ଚିକିତ୍ସା

ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ...

୨୪ ଘଣ୍ଟାରେ ଦେଶରେ ୧୫,୯୬୮ ଆକ୍ରାନ୍ତ, ୪୬୫ ମୃତ

ନୂଆଦିଲ୍ଲୀ,୨୪।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ,...

ଜଣେ ପୁଅ ନେତା, ଆଉ ଜଣେ ବଡ଼ ଅଧିକାରୀ; ରାସ୍ତାକଡ଼ରୁ ଏମିତି ଉଦ୍ଧାର ହେଲେ ବୃଦ୍ଧା ମା’

ଚଣ୍ଡୀଗଡ଼,୧୯ା୮:  ପଞ୍ଜାବର ଶ୍ରୀମୁକ୍ତସର ସାହିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଦୁଅରେ ନିର୍ମିତ ଦୁଇ ଫୁଟର...

ବନ୍ଦୀଶାଳାରେ କୃଷ୍ଣ ଜନ୍ମ ହୋଇଥିଲେ, ତୁମେ ବାହାରିବାକୁ ଚାହୁଁଛ

ନୂଆଦିଲ୍ଲୀ, ୧୩।୮: ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି...

ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୫।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଏଥିରେ ବଲିଉଡ୍‌ କଳାକାର ମଧ୍ୟ ସାମିଲ ଅଛନ୍ତି।...

Advertisement
Archives

Model This Week