Posted inରାଜ୍ୟ

ଥମୁନି ହାତୀ-ମଣିଷ ଲଢ଼େଇ: ୧୧ ବର୍ଷରେ ଗଲାଣି ୨୧ଜୀବନ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡରେ ଥମୁନି ହାତୀ-ମଣିଷ ଲଢ଼େଇ। ଗତ ୧୧ବର୍ଷରେ ହାତୀ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ବର୍ଷରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉ କି, କିଛି ବର୍ଷ ପୂର୍ବେ ଚନ୍ଦକା ଜଙ୍ଗଲରୁ ୨୫ରୁ ୩୦ ହାତୀ ଆସି ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ରହୁଛନ୍ତି। ଖାଦ୍ୟାଭାବରୁ ହାତୀମାନେ ଗଁା ମୁହଁା ହେଉଛନ୍ତି। ଫସଲ ନଷ୍ଟ କରିବା ସହ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଛି। ଫସଲହାନି ରୋକିବା ଲାଗି ଚାଷୀ କ୍ଷେତରେ କୀଟନାଶକ ଔଷଧ ପକାଇବା ଫଳରେ ହାତୀମାନେ ଅସୁସ୍ଥ ହୋଇପଡୁଥିବା କେତେଜଣ ପରିବେଶବିତ କହିଛନ୍ତି। ବାରମ୍ବାର ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

୨୦୦୬ମସିହାରେ ରଣପୁର ରେଞ୍ଜରେ ଏକ ମାଈ ହାତୀ ମୃତଦେହ ଠାବ ହୋଇଥିଲା। ୨୦୦୮ରେ ଖୋର୍ଦ୍ଧା ବନାଞ୍ଚଳ ବରୁଣେଇ ପାହାଡରେ ସଂକ୍ରମଣ ରୋଗରେ ପୀଡିତ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଉକ୍ତ ବର୍ଷରେ ମଧୁପୁରଠାରେ ଜଣେ ଶିକାରୀଙ୍କ ଗୁଳିରେ ଏକ ହାତୀର ମୃତ୍ୟୁ ହୋଇଥିଲା। ୨୦୧୦ରେ କୁଶପାଙ୍ଗୀ ଜଙ୍ଗଲରେ ଏକ ବୟାସାଧିକ କାରଣରୁ ହାତୀର ମୃତ୍ୟୁ ଘଟିଥିଲା। ୨୦୧୭ ଟାଙ୍ଗୀ ବନାଞ୍ଚଳ ରାମେଶ୍ୱର ଖଜୁରିପଡ଼ା ଗ୍ରାମ ନିକଟରୁ ମାଈ ହାତୀର ଗଳିତ ମୃତଦେହ ଜବତ ହୋଇଥିଲା। ୨୦୧୯ ନଭେମ୍ବରରେ ଜଙ୍କିଆ ଥାନା ମଲାଗୁଣୀ ନଦୀତଟ ଅଚ୍ୟୁତପୁରଠାରୁ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ବିଷକ୍ରିୟା ଯୋଗୁ ହାତୀର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ମାର୍ଚ୍ଚ ୧୮ରେ ଟାଙ୍ଗୀ ବନାଞ୍ଚଳ ଅଧୀନ ମଲାଗୁଣୀ ନଦୀପଠାସ୍ଥିତ ବାରୋଡା ମୌଜାରେ ଅସୁସ୍ଥ ଅବସ୍ଥାରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ହାତୀ ଆକ୍ରମଣରେ ୨୦୦୯ରେ ୨ଜଣ, ୨୦୧୦ ଓ ୨୦୧୧ରେ ଜଣେ ଲେଖାଏ, ୨୦୧୨ରେ ୨ଜଣ, ୨୦୧୩ରେ ୨ଜଣ, ୨୦୧୪ରେ ଜଣେ, ୨୦୧୫ରେ ୨ଜଣ, ୨୦୧୬ ଓ ୨୦୧୭ରେ ଜଣେ ଲେଖାଏ, ୨୦୧୮ ଓ ୨୦୧୯ରେ ୨ଜଣ ଲେଖାଏ ଏବଂ ୨୦୨୦ରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ପରିବେଶବିତ୍‌ ଧନେଶ୍ୱର ବିଧାର କହିଛନ୍ତି, ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ମୃତ୍ୟୁ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ ଧ୍ୱଂସ, କଂକ୍ରିଟ ଜଙ୍ଗଲ, କଳକାରଖାନା ଯୋଗୁ ହାତୀମାନେ ଗଁା ମୁହଁା ହେବାରେ ଲାଗିଛନ୍ତି। ନିୟମିତ ବ୍ୟବଧାନରେ ହାତୀ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗି ରହିଛି। ହାତୀ କରିଡର ପ୍ରତି ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଉନାହିଁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ଜୟନ୍ତ ମହାନ୍ତି କହିଛନ୍ତି, ଏହି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ହାତୀ ପଲ ରହୁଛନ୍ତି। ଖାଦ୍ୟ ଅନ୍ବେଷଣରେ ନିକଟ ଗ୍ରାମକୁ ଆସୁଛନ୍ତି। ହାତୀ ଓ ଜନତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ହାତୀଙ୍କ ସୁରକ୍ଷା ଲାଗି ନିକଟରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri