Posted inରାଜ୍ୟ

ଥମୁନି ହାତୀ-ମଣିଷ ଲଢ଼େଇ: ୧୧ ବର୍ଷରେ ଗଲାଣି ୨୧ଜୀବନ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡରେ ଥମୁନି ହାତୀ-ମଣିଷ ଲଢ଼େଇ। ଗତ ୧୧ବର୍ଷରେ ହାତୀ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ବର୍ଷରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉ କି, କିଛି ବର୍ଷ ପୂର୍ବେ ଚନ୍ଦକା ଜଙ୍ଗଲରୁ ୨୫ରୁ ୩୦ ହାତୀ ଆସି ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ରହୁଛନ୍ତି। ଖାଦ୍ୟାଭାବରୁ ହାତୀମାନେ ଗଁା ମୁହଁା ହେଉଛନ୍ତି। ଫସଲ ନଷ୍ଟ କରିବା ସହ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଛି। ଫସଲହାନି ରୋକିବା ଲାଗି ଚାଷୀ କ୍ଷେତରେ କୀଟନାଶକ ଔଷଧ ପକାଇବା ଫଳରେ ହାତୀମାନେ ଅସୁସ୍ଥ ହୋଇପଡୁଥିବା କେତେଜଣ ପରିବେଶବିତ କହିଛନ୍ତି। ବାରମ୍ବାର ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

୨୦୦୬ମସିହାରେ ରଣପୁର ରେଞ୍ଜରେ ଏକ ମାଈ ହାତୀ ମୃତଦେହ ଠାବ ହୋଇଥିଲା। ୨୦୦୮ରେ ଖୋର୍ଦ୍ଧା ବନାଞ୍ଚଳ ବରୁଣେଇ ପାହାଡରେ ସଂକ୍ରମଣ ରୋଗରେ ପୀଡିତ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଉକ୍ତ ବର୍ଷରେ ମଧୁପୁରଠାରେ ଜଣେ ଶିକାରୀଙ୍କ ଗୁଳିରେ ଏକ ହାତୀର ମୃତ୍ୟୁ ହୋଇଥିଲା। ୨୦୧୦ରେ କୁଶପାଙ୍ଗୀ ଜଙ୍ଗଲରେ ଏକ ବୟାସାଧିକ କାରଣରୁ ହାତୀର ମୃତ୍ୟୁ ଘଟିଥିଲା। ୨୦୧୭ ଟାଙ୍ଗୀ ବନାଞ୍ଚଳ ରାମେଶ୍ୱର ଖଜୁରିପଡ଼ା ଗ୍ରାମ ନିକଟରୁ ମାଈ ହାତୀର ଗଳିତ ମୃତଦେହ ଜବତ ହୋଇଥିଲା। ୨୦୧୯ ନଭେମ୍ବରରେ ଜଙ୍କିଆ ଥାନା ମଲାଗୁଣୀ ନଦୀତଟ ଅଚ୍ୟୁତପୁରଠାରୁ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ବିଷକ୍ରିୟା ଯୋଗୁ ହାତୀର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ମାର୍ଚ୍ଚ ୧୮ରେ ଟାଙ୍ଗୀ ବନାଞ୍ଚଳ ଅଧୀନ ମଲାଗୁଣୀ ନଦୀପଠାସ୍ଥିତ ବାରୋଡା ମୌଜାରେ ଅସୁସ୍ଥ ଅବସ୍ଥାରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ହାତୀ ଆକ୍ରମଣରେ ୨୦୦୯ରେ ୨ଜଣ, ୨୦୧୦ ଓ ୨୦୧୧ରେ ଜଣେ ଲେଖାଏ, ୨୦୧୨ରେ ୨ଜଣ, ୨୦୧୩ରେ ୨ଜଣ, ୨୦୧୪ରେ ଜଣେ, ୨୦୧୫ରେ ୨ଜଣ, ୨୦୧୬ ଓ ୨୦୧୭ରେ ଜଣେ ଲେଖାଏ, ୨୦୧୮ ଓ ୨୦୧୯ରେ ୨ଜଣ ଲେଖାଏ ଏବଂ ୨୦୨୦ରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ପରିବେଶବିତ୍‌ ଧନେଶ୍ୱର ବିଧାର କହିଛନ୍ତି, ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ମୃତ୍ୟୁ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ ଧ୍ୱଂସ, କଂକ୍ରିଟ ଜଙ୍ଗଲ, କଳକାରଖାନା ଯୋଗୁ ହାତୀମାନେ ଗଁା ମୁହଁା ହେବାରେ ଲାଗିଛନ୍ତି। ନିୟମିତ ବ୍ୟବଧାନରେ ହାତୀ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗି ରହିଛି। ହାତୀ କରିଡର ପ୍ରତି ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଉନାହିଁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ଜୟନ୍ତ ମହାନ୍ତି କହିଛନ୍ତି, ଏହି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ହାତୀ ପଲ ରହୁଛନ୍ତି। ଖାଦ୍ୟ ଅନ୍ବେଷଣରେ ନିକଟ ଗ୍ରାମକୁ ଆସୁଛନ୍ତି। ହାତୀ ଓ ଜନତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ହାତୀଙ୍କ ସୁରକ୍ଷା ଲାଗି ନିକଟରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?