Posted inରାଜ୍ୟ

ମୋଦିଙ୍କ ଜନ୍ମଦିନ ଲାଗି ସେବା ସପ୍ତାହ ପାଳନ କରିବ ଭାଜପା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହକୁ ଭାଜପା ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ । ଏହି ସପ୍ତାହରେ ଭାଜପା କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରି ପ୍ରଧାନମନ୍ତ୍ରୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମଦିବସ ହୋଇଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୪ରୁ୨୦ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ଅନୁଷ୍ଠିତ ହେବ ।

ସେବା ସପ୍ତାହର ପ୍ରଥମ ଦିନ କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ୭୦ ଲେଖା ବୃକ୍ଷରୋପଣ କରିବା ସହ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସଂକଳ୍ପ ନେବେ । ଦ୍ୱିତୀୟ ଦିନ ୧୫ତାରିଖରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୭୦ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ଉପକରଣ ଏବଂ ୭୦ ଜଣ ଗରିବ ଭଉଣୀଭାଇଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ପ୍ରଦାନ କରାଯିବ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ୱ ସମ୍ବନ୍ଧିତ ୭୦ଟି ଭିନ୍ନ ଭିନ୍ନ ଭିଡିଓ/ଫଟୋଚିତ୍ର ପ୍ରଦର୍ଶନୀ ସୋସିଆଲ ମିଡିଆ ଜରିଆରେ ଅନୁଷ୍ଠିତ ହେବ। ୧୬ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳର ୨ଟି ଗରିବ ବସ୍ତି ଓ ଡାକ୍ତରଖାନାରେ ଫଳ ବଣ୍ଟନ କରାଯିବ । ୧୭ରେ ରାଜ୍ୟର ୭୦ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯିବ ।

ଆବଶ୍ୟକତା ଅନୁଯାୟୀ ଓ ଡାକ୍ତରଖାନା ମାଧ୍ୟମରେ ୭୦ଜଣଙ୍କୁ ପ୍ଲାଜ୍‌ମା ଦାନ କରାଯିବ । ୧୮ ଓ ୧୯ ତାରିଖରେ ମୋଦିଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ୨ଟି ସ୍ଥାନରେ ଭର୍ଚୁଆଲ ମିଟିଂର ଆୟୋଜନ କରାଯିବ । ଏହି ମିଟିଂରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ନାଗରିକମାନେ ଯୋଗଦେବେ । ୨୦ ତାରିଖରେ ପ୍ରତ୍ୟେକ ଜିଲାର ୭୦ ଗ୍ରାମରେ ସ୍ବଚ୍ଛତା ଅଭିଯାନ କରାଯିବା ସହ ବ୍ୟବହୃତ ପ୍ଲାଷ୍ଟିକ (ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ) ବର୍ଜନ ପାଇଁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେବେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଏମ୍‌ପି, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ କୋଭିଡ୍‌-୧୯ ନୀତିନିୟମକୁ ମାନି ଭାଗନେବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାନ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରି ଗଜପତି ମହାରାଜା...

ପୁରୀ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଯୁବକଂଗ୍ରେସର ଧାରଣା

ପୁରୀ ଅଫିସ,୭ା୧୧ : ପୁରୀ ଜିଲା ଚିକିତ୍ସାଳୟରେ ବୁଧବାର ଚିକିତ୍ସା ଅବହେଳା ଯୋଗୁ ଜଣେ ୫ମାସର ଶିଶୁକନ୍ୟାର ମୃତ୍ୟୁକୁ ଜିଲା ଯୁବ କଂଗ୍ରେସ ତିବ୍ର ପ୍ରତିବାଦ...

କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧ କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ...

୧୦ ବର୍ଷ ଶିଶୁର ସଫଳ ଚକ୍ଷୁ ଅସ୍ତ୍ରୋପଚାର

ବାଲେଶ୍ୱର ଅଫିସ, ୨।୪-ବାଲେଶ୍ୱର ଏଡିଏମ୍‌ ଛକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ପ୍ରଥମଥର ପାଇଁ ଏକ ୧୦ବର୍ଷ ଶିଶୁର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ଡା....

ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଭୁବନେଶ୍ୱର ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା ନେଇ ଏବେ ଖୋଳତାଡ ହେଉଛି। ମୃତ ମହିଳାଙ୍କ ପରିବଚୟ ମିଳିଥିବା ସୂଚନା ଦେଇଛି କମିଶନରେଟ୍‌...

ଚଳିତ ସପ୍ତାହରେ ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୭।୯(ବ୍ୟୁରୋ): ଅଗଷ୍ଟରେ ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ୧୦ ତାରିଖ ସୁଦ୍ଧା...

ଆଇ-କୋର୍‌ ଏମ୍‌ଡି ଅନୁକୁଲ ମାଇତିଙ୍କ ମୃତ୍ୟୁ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଝାରପଡ଼ା ଜେଲରେ ଥିବା ଆଇ-କୋର୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୁକୁଲ ମାଇତିଙ୍କ (୫୫) ରବିବାର ମୃତ୍ୟୁ ହୋଇଛି। ଜେଲରେ ତାଙ୍କର...

ଲଘୁଚାପ: ୧୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ...

Advertisement


Archives

Model This Week

Why Dharitri