Posted inଜାତୀୟ

ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍‌କୁ ଚିନ୍ତାଜନକ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ଏହି ସଙ୍କଟ ସମୟରେ ଅଧିକ ବିଚାରବନ୍ତ ଓ ସକ୍ରିୟ ସରକାରଙ୍କ ଆବଶ୍ୟକତା ରହିଛି। ରାଜନ କହିଛନ୍ତି ଦୁର୍ଭାଗ୍ୟ ବଶତଃ ଆରମ୍ଭରୁ ଯାହା ଦ୍ରୁତ ଗତିରେ ବଢି ଚାଲିଥିଲା ଏବେ ତାହା ଥଣ୍ଡା ପଡିଯାଇଛି। ରାଜନ ତାଙ୍କ ଲିଙ୍କଡଇନ୍‌ ପେଜରେ ପୋଷ୍ଟ କରି ଲେଖିଛନ୍ତି ଆର୍ଥିକ ବୃଦ୍ଧିରେ ଏତେବଡ ପତ୍ତନ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। କରୋନା ପ୍ରଭାବରେ ଇଟାଲୀରେ ଏହା ୧୨.୪ ଥିବା ବେଳେ ଆମେରିକାରେ ଏହା ୯.୫ ପ୍ରତିଶତ ରହିଛି। ତେବେ ଦେଶରେ ଏତେ ଖରାପ ଡିଜିପି ଆହୁରି ଏକ କଥା ସୂଚାଉଛି କି ଅଧିକାରୀ ସ୍ତରରେ ଏବେ ଆତ୍ମସନ୍ତୋଷରୁ ବାହାରକୁ ଆସି ଅର୍ଥବ୍ୟବସ୍ଥାର ଗତିବିଧି ଉପରେ ଧ୍ୟାନ ଦେବେ। ରାଜନ ଏବେ ସିକାଗୋ ବିଶ୍ୱବିଦ୍ୟାଳରେ ପ୍ରଫେସର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ଟଙ୍କା ନେଇ ୩ ବିଧାୟକଙ୍କ ଭିନ୍ନ ଭିନ୍ନ ଉତ୍ତର, ତଦନ୍ତ ଜାରି..

କୋଲକାତା, ୩୧।୭ : କୋଲକାତାର ହାୱଡ଼ାରେ ନଗଦ ଟଙ୍କା ସହିତ ଗିରଫ ହୋଇଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମବଙ୍ଗ ପୋଲିସ ପଚରାଉଚରା ଜାରି...

୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ...

ସଂସଦୀୟ କମିଟିକୁ ଓଡ଼ିଶାର ୬ ଏମ୍‌ପି ମନୋନୀତ

ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଭାଜପା ଏମ୍‌ପି...

ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ...

ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି...

ଟିକ୍‌ଟକ୍‌ ବ୍ୟାନ ହେବା ପରେ ଏବେ ନିଦ ହଜିଲାଣି ଦେଶୀ ଆପ୍‌ ମାଲିକଙ୍କର

ନୂଆଦିଲ୍ଲୀ,୫।୭: ଚାଇନାର ଆପ୍‌ ଟିକ୍‌ଟକ୍‌ ବନ୍ଦ ହେବା ପରେ ଏବେ ଦେଶୀ ଆପ୍‌ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ...

ଆମେ ଅସଲି ଶିବସେନା, ଆମକୁ ଦିଅ ଧନୁତୀର ଚିହ୍ନ, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ…

ମୁମ୍ବାଇ,୨୧।୭ : ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ବର୍ତ୍ତମାନ ଦଳର ଧନୁତୀର ନିର୍ବାଚନ ଚିହ୍ନ ହାତେଇବା ପାଇଁ ଉଦ୍ୟମ କରୁଛି। ଉଦ୍ଧବ ଠାକରେଙ୍କ ପାଖରେ...

ସଙ୍କଟରେ ଭାରତୀୟ ଅର୍ଥବ୍ୟବସ୍ଥା: ଛଟେଇ, ବେକାରି ସମସ୍ୟା ଓ ଦରଦାମ୍‌ ବୃଦ୍ଧିରେ ଅସ୍ତବ୍ୟସ୍ତ ସାଧାରଣ ଲୋକେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଭାଗରେ ଭାରତୀୟ ଅର୍ଥବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ଅଦୂରଦର୍ଶୀ ଯୋଜନା ଯୋଗୁ...

Advertisement
Archives

Model This Week