ଶାମୁକା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

ପୁରୀ ଅଫିସ, ୧୩ା୪: ଜଣାଶୁଣା ବରିଷ୍ଠ ଶାମୁକା ଶିଳ୍ପୀ ତଥା ସଂସ୍କୃତିପ୍ରେମୀ ଗୁରୁ ରଘୁନାଥ ମହାପାତ୍ରଙ୍କର ପୁରୀ ଅମଲା କ୍ଲବସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଶାମୁକା ଶିଳ୍ପକୁ ଓଡ଼ିଶାରେ ପରିଚିତ କରାଇବାରେ ସ୍ବର୍ଗତ ମହାପାତ୍ର ପ୍ରଥମ ବ୍ୟକ୍ତି ଥିଲେ। ବିଶେଷଭାବେ ପୁରୀର ବିଭିନ୍ନ ଦୋକାନ ଓ ବେଳାଭୂମିରେ ଶାମୁକାକୁ ଏକ ବ୍ୟବସାୟରେ ପରିବର୍ତ୍ତନ କରି ସେ ଅନେକ ଲୋକଙ୍କୁ ଜୀବନ ଜୀବିକାର ରାହା ଦେଖାଇଥିଲେ। ତାଙ୍କଠାରୁ ବହୁ ଯୁବତୀ ଯୁବକ ଶାମୁକା କାରିଗରୀ ଶିକ୍ଷା ଲାଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ନିଜର ନିଖୁଣ କାରିଗରୀ ପାଇଁ ସେ ୧୯୮୫ରେ ରାଜ୍ୟ ପୁରସ୍କାର, ୧୯୯୩ରେ ରାଷ୍ଟ୍ରପତି ପୁରସ୍କାର ଏବଂ ୨୦୧୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜୀବନ ବ୍ୟାପି ସାଧନା ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେହିପରି ୧୯୭୯ରୁ ୨୦୦୧ ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ବିଭାଗର ବରିଷ୍ଠ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିଥିଲେ। ଏଥିସହ ପୁରୀ ସାହିଯାତ୍ରାର ପ୍ରଚାର ପ୍ରସାର ପାଇଁ ଜିଲା ସଂସ୍କୃତି ବିଭାଗ ତରଫରୁ ହରିୟାଣା, ଦିଲ୍ଲୀ, କୋଲକାତା ପ୍ରଭୃତି ଅନେକ ସହରକୁ ଯାଇ ରାବଣ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଣ୍ଟିଥିଲେ। ମଙ୍ଗଳବାର ମହାପାତ୍ରଙ୍କ ଦେହାନ୍ତ ଖବର ପାଇ ତାଙ୍କ ଛାତ୍ରୀଛାତ୍ର, ସଂସ୍କୃତିପ୍ରେମୀ, ବରିଷ୍ଠ ପଦାଧିକାରୀ, ବିଭିନ୍ନ ଜାଗା ଆଖଡ଼ାର କର୍ମକର୍ତ୍ତା ସ୍ଥାନୀୟ ବାସଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବଡ଼ ପୁଅ ପ୍ରଦୀପ୍ତ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ୱାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ, ପୂର୍ବତନ ନଗରପାଳ ତଥା ପୁରୀ ଏମ୍‌ପିଙ୍କ ପ୍ରତିନିଧି ଗୌରହରି ପ୍ରଧାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ମହାପାତ୍ରଙ୍କ ତୃତୀୟ ପୁତ୍ର ଜଗନ୍ନାଥ ମହାପାତ୍ର ମଧ୍ୟ ଶାମୁକା ଶିଳ୍ପୀ ଭାବେ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିବା ସହିତ ରାଷ୍ଟ୍ରପତି ସମ୍ମାନ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri