Posted inଫୁରସତ

ଗୋବର କଣ୍ଢେଇ

ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଓଡ଼ିଶାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯେଉଁଥିରେ ଓଡ଼ିଆ ଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ତେବେ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ପ୍ରକାରର କଳାକାରିଗରି ଦେଖିବାକୁ ମିଳେ। ଯେମିତିକି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କରଡ଼ଗାଡ଼ିଆ ଗୋବରରେ ତିଆରି ବିଭିନ୍ନ କଳାକୃତିର କଣ୍ଢେଇ ପାଇଁ ସ୍ବତନ୍ତ୍ର ପରିଚୟ ବହନ କରିଛି। ଏମିତି ହସ୍ତକଳା କାରିଗରିରେ ନିଜ ପରିବାର ଗୁଜରାଣ ମେଣ୍ଟାଉଛନ୍ତି ଏହି ଗାଁର ମଞ୍ଜୁଲତା ମହାପାତ୍ର। ସେ କୁହନ୍ତି, ଆମ ପରିବାରର ୩ ଜଣ ସଦସ୍ୟ ଏହି ଗୋବର କଣ୍ଢେଇ ପ୍ରସ୍ତୁତ କରିଥାଉ। ଏହାବାଦ ଗାଁର ବୃଦ୍ଧା ନିଶାମଣି ମହାପାତ୍ର, ବିଦୁଲତା ମହାପାତ୍ର ମଧ୍ୟ ଏହି ହସ୍ତକଳା କାରିଗରି ଜାଣିଛନ୍ତି। ମୋ ବାପଘର ତିଗିରିଆରେ ପ୍ରାୟ ୧୨ବର୍ଷ ବୟସରୁ ଏହି ଗୋବର କଣ୍ଢେଇ କଳାକୃତି ଶିଖିଥିଲି। ଏବେ କରଡ଼ଗାଡ଼ିଆ ଗାଁ ଶାଶୁଘରେ ବଳକା ସମୟରେ ଏହି କଳାକୃତିକୁ ଆରମ୍ଭ କରିଛି। ଏମିତିରେ ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଗୋବର କଣ୍ଡେଇ ତିଆରି କରି ପରିବାର ପ୍ରତିପୋଷଣ କରୁଛି। ଏହି କଣ୍ଢେଇ ତିଆରି ପାଇଁ ପ୍ରଥମେ ଗାଈ ଗୋବର ଏବଂ କରତଗୁଣ୍ଡକୁ ସଂଗ୍ରହ କରି ଆଣିଥାଉ। ତା’ପରେ ତାକୁ ଭଲଭାବରେ ମିଶାଯାଇଥାଏ। ଗୋବରରେ କରତଗୁଣ୍ଡ ଓ ଫେବିକଲ ଅଠା ମିଶାଇଥାଉ। ପରେ ଏସବୁକୁ ଭଲଭାବେ ଚକଟି ରଖିଥାଉ। ତା’ପରେ ଛାଞ୍ଚରେ ସେହି ମିଶ୍ରଣକୁ ଢାଳିଥାଉ। ଯେଉଁଥିରୁ ବିଭିନ୍ନ କଳାକୃତୀ ବାହାରିଥାଏ। ପ୍ରଥମେ କଳାକୃତିର ଗଣ୍ଡି, ତା’ପରେ ମୁଣ୍ଡ, ପରେ ଗୋଡ଼ ଏବଂ ଅନ୍ୟ ଭାଗକୁ ଛାଞ୍ଚରୁ ବାହାରକରି ଯୋଡ଼ି ଖରାରେ ଶୁଖାଇବାକୁ ପଡ଼ିଥାଏ। ତା’ପରେ ବାଲିକାଗଜ ସାହାଯ୍ୟରେ ହାଲକାଭାବେ ଘଷିଥାଉ। ଏହାଦ୍ୱାର କଣ୍ଢେଇ ଚିକ୍କଣ ହୋଇଥାଏ। ସେଥିରେ ପୁଣି କାଗଜ ଛାପିଥାଉ। ଏହାକୁ ଖରାରେ ଶୁଖାଇବା ପରେ ଖଡ଼ିଗୁଣ୍ଡ ଲେପିଥାଉ। ପୁଣିଥରେ ଖରାରେ ଏହା ଶୁଖିଗଲା ପରେ ସେହି କଳାକୃତି ସୁନ୍ଦର ଦିଶିବାକୁ ବିଭିନ୍ନ ରଙ୍ଗରେ ରଙ୍ଗାଇଥାଉ। ବିଶେଷକରି ବିଭିନ୍ନ ପଶୁପକ୍ଷୀ ଯଥା- ପାରା, କାଉ, ଶୁଆ ଆଦି ଚଢ଼େଇ ସହ ହାତୀ, ଘୋଡ଼ା, ମଇଁଷି, ଭାଲୁ, ଫୁଲଦାନି ଓ ପୁଅଝିଅ କଣ୍ଢେଇ ଆଦି ଗଢ଼ିଥାଉ। ଗୋଟିଏ ଗୋଟିଏ କଳାକୃତିକୁ ୧୦ରୁ ଆରମ୍ଭକରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ଖରାପାଗ ଦେଖି ଏମିତି ଗୋବର କଣ୍ଡେଇ ତିଆରି କରିଥାଉ। କିନ୍ତୁ ବର୍ଷାଋତୁରେ ଏହି ହସ୍ତକଳା କାମ ବନ୍ଦ ରହେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା ମହୋତ୍ସବରେ ଗୋବର କଣ୍ଢେଇ ବିକ୍ରି ହୋଇଥାଏ। ବିଶେଷକରି ଭୁବନେଶ୍ୱରର ଅଶୋକାଷ୍ଟମୀ, ଅଟ୍ରିର ରଜ, କଟକ ବାଲିଯାତ୍ରା ଓ ପୁରୀ ରଥଯାତ୍ରା ସମୟରେ ଏହାକୁ ବିକ୍ରି ଲାଗି ନେଇଥାଉ। ଏହାଦ୍ୱାରା ଜଣେ ଜଣେ କାରିଗର ମାସିକ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁନି ଝିଅ ସହ ତାଳ ଦେଇ ଡ୍ୟାନ୍ସ କରୁଛି ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯାହାକୁ ଲୋକେ ବହୁତ ପସନ୍ଦ...

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ...

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ...

ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏହି ମୁସ୍‌ଲିମ୍‌ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...

ଦେଶର ସବୁଠୁ ଧନୀ ଗାଁ

ସିମ୍‌ଲା: ସୋସିଆଲ ମିଡିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଛି। ସିମ୍‌ଲାଠାରୁ ପ୍ରାୟ ୯୨ କିମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର...

Advertisement
Archives

Model This Week