Posted inଫୁରସତ

ମହାକାଶରେ ମୂଳା ଚାଷ

ଟେକ୍ନୋଲୋଜିରେ ଆଜିକାଲି ଅବିଶ୍ୱସନୀୟ ବିକାଶ ଘଟିଲାଣି। ପୂର୍ବରୁ କୁହାଯାଉଥିଲା ମହାକାଶରେ ପନିପରିବା ହୋଇପାରିବ ନାହିଁ। କିନ୍ତୁ ଏବେ ଏହା ସମ୍ଭବ ବୋଲି ଜଣାପଡିଛି। ନାସାର ମହାକାଶଚାରୀ ଓ ଫ୍ଲାଇଟ ଇଞ୍ଜିନିୟର କେଟ୍‌ ରୁବିନ୍ସ ମହାକାଶରେ ମୂଳା ଗଛ ଲଗାଇବାରେ ସଫଳ ହୋଇଛନ୍ତି। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ୨୦ଟି ମୂଳା ଚାଷ କରିଛନ୍ତି। ଇତିହାସରେ ପ୍ରଥମ ଥର ଏହା ଘଟିଛି। ନାସାର ଏ ହେଉଛି ଏକ ବଡ଼ ସଫଳତା। ମାତ୍ର ୨୭ ଦିନରେ ଉତ୍ପାଦିତ ହୋଇଥିବା ଏହି ମୂଳାର ବଡ଼ ହେବା ପ୍ରୋସେସ୍‌କୁ ଏକ ୧୦ ସେକେଣ୍ଡର ଭିଡିଓ କରି ନାସାର ଏହି ମହାକାଶଚାରୀ ଓ ଫ୍ଲାଇଟ୍‌ ଇଞ୍ଜିନିୟର କେଟ୍‌ ପଠାଇଛନ୍ତି। ୨୦୨୧ରେ ସେମାନେ ପୃଥିବୀକୁ ଆସିବା ପରେ ଏହି ମୂଳାକୁ ନେଇ ଆସିବେ। ଆଉ ସମସ୍ତେ ତାକୁ ଦେଖିପାରିବେ। ଏହି ପ୍ଲାଣ୍ଟ ଏକ୍ସପେରିମେଣ୍ଟକୁ ପ୍ଲାଣ୍ଟ ହାବିଟାଟ୍‌-୦୨ ନାମ ଦିଆଯାଇଥିଲା। ଯେହେତୁ ଏହି ମୂଳା କମ୍‌ ଦିନରେ ବଡ ହୁଏ ତେଣୁ ଏହି ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାକାଶରେ ଉତ୍ପାଦିତ ଏହି ମୂଳା ଖାଇବା ଯୋଗ୍ୟ ଓ ପୃଥିବୀରେ ଉତ୍ପାଦିତ ମୂଳା ପରି ପୁଷ୍ଟିକର । ପୂର୍ବରୁ ମହାକାଶଚାରୀମାନେ ମହାକାଶରେ ଗହମ ଓ ପତ୍ର ଭଳି ପରିବା ଚାଷ କରିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳତା ମିଳି ନ ଥିଲା। ତେଣୁ ଏଥର ସ୍ପେସ୍‌ ଷ୍ଟେସନ୍‌ରେ କିଛି ପରିବର୍ତ୍ତନ କରାଯାଇଥିଲା। ଯେଉଁ ଚାମ୍ବରରେ ଏହାକୁ ଚାଷ କରାଯାଇଥିଲା ତା’ ମଧ୍ୟରେ ଧଳା ଏଲଇଡି ଲାଇଟ୍‌ ପକାଯାଇଥିଲା। ଏହାବାଦ୍‌ ଏଥିରେ ଲାଲ, ହଳଦିଆ ଓ ନୀଳ ରଙ୍ଗର ଆଲୋକ ବ୍ୟବହାର କରାଯାଇଥିଲା; ଯଦ୍ଦ୍ବାରା ଫସଲ ଭଲରେ ବଡ଼ ହୋଇପାରିବ। ଏହି ୨୦ଟି ମୂଳା ଉତ୍ପାଦନ ପାଇଁ ଅନେକ ଟଙ୍କା ବି ଖର୍ଚ୍ଚ କରାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri