Posted inUncategorized

ଜନସେବାରେ ରେଡିଓ

ଡ. କିଶୋର ମହାନ୍ତି

ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ। କିନ୍ତୁ ବିଧିବଦ୍ଧ ଭାବରେ ୧୯୩୪ ମସିହାରୁ ଏହାର ପ୍ରସାରଣ ସମ୍ଭବପର ହୋଇଛି। ଇଣ୍ଡିଆନ୍‌ ଷ୍ଟେଟ୍‌ ବ୍ରଡ୍‌କାଷ୍ଟିଂ ନାମରେ ଏହି ସଂସ୍ଥା ଦେଶର ପ୍ରସାରଣକୁ ନିୟମିତ ତଥା ବିଧିବଦ୍ଧ ଭାବରେ ଆରମ୍ଭ କଲା। ୧୯୩୨ ମସିହାରେ ବିବିସି ତରଫରୁ ଭାରତରେ ରହିଥିବା ଇଂରେଜମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ୧୯୩୬ ମସିହାରେ ଦିଲ୍ଲୀଠାରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲ୍‌ଇଣ୍ଡିଆ ରେଡିଓର ନାମକରଣ ସହିତ ତା’ର ପ୍ରଶାସନିକ ସ୍ବରୂପ ପ୍ରକାଶ ପାଇଲା। ଓଡ଼ିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ପ୍ରଶାସନିକ ବିଧି ବ୍ୟବସ୍ଥା କରାଗଲା।
ଭାରତରେ ବାସ୍ତବିକ ବେତାର ପ୍ରସାରଣ ପାଇଁ ଫଲ୍‌ଡେନଙ୍କ ଭୂମିକା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ସେତେବେଳେ ଭାରତରେ ବେତାର ପ୍ରସାରଣ ପାଇଁ ଅନୁକୂଳ ପାଣିପାଗ ଥିଲା। ସ୍ବାଧୀନତା ପୂର୍ବରୁ ରେଡିଓ ଥିଲା ସାଂସ୍କୃତିକ ଜାଗରଣର ମୁଖ୍ୟ ଆୟୁଧ। ସମସ୍ତଙ୍କୁ ଏକାଠି କରିବାର ମୋହକ ମନ୍ତ୍ରରେ ବାନ୍ଧି ରଖିପାରୁଥିଲା। ସେହି ସମୟରେ ବୁଦ୍ଧିଜୀବୀ ସଂସ୍କୃତି ପୁରୋଧା ଯଶସ୍ବୀ ସାହିତି୍ୟକ ଏବଂ ନାଟ୍ୟକାର ସଦାତ୍‌ ହାସନ ମଣ୍ଟୋ, ରାଜେନ୍ଦ୍ର ସିଂ ବେଦୀ, ଇବ୍ରାହିମ ଆର୍‌କାଜୀ, ହମିଦ ସାୟାନୀ ଏପରିକି ଅନେକ ସଂସ୍କୃତିପ୍ରେମୀ ସେମାନଙ୍କର ନିଜସ୍ବ କଳାନୈପୁଣ୍ୟ ପ୍ରଦର୍ଶନ କରି ପ୍ରତ୍ୟେକଙ୍କ ହୃଦୟରେ ପ୍ରାଣସଞ୍ଚାର କରାଇ ପାରିଥିଲେ ଏଇ ରେଡିଓ ମାଧ୍ୟମରେ।
ପ୍ରତିବର୍ଷ ଜୁଲାଇ ୨୩ ତାରିଖକୁ ଆମେ ଜାତୀୟ ବେତାର ପ୍ରସାରଣ ଦିବସ ଭାବରେ ପାଳନ କରିଆସୁଛୁ, ଯାହା ୧୯୨୭ ମସିହାରେ ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟିଂ କମ୍ପାନୀ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ୧୯୨୭ ମସିହାରୁ ଯେଉଁ ଆଇବିସି ସଂସ୍ଥା ତା’ର କାର୍ଯ୍ୟକ୍ରମ ବିଧିବଦ୍ଧ ଭାବରେ ଆରମ୍ଭ କଲା, ତାହା ପ୍ରାଇଭେଟ ସଂସ୍ଥା ଭାବରେ ସୂଚିତ କରାଯାଇଥିଲା। ବ୍ରିଟିଶ ଶାସନାଧୀନ ଦୁଇଟି ରେଡିଓ ଷ୍ଟେଶନ ପ୍ରଥମଟି ମୁମ୍ବାଇରେ ଓ ଅନ୍ୟଟି କଲିକତାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ବେତାର ଲୋକପ୍ରିୟତା ଅର୍ଜନ କରିବା ସହ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥିଲା। ଏହା ୧୯୫୭ ମସିହାରେ ଆକାଶବାଣୀ ନାମରେ ସ୍ବୀକୃତି ପ୍ରାପ୍ତ ହୋଇଥିଲା। କହିବାକୁ ଗଲେ ସାମ୍ପ୍ରତିକ କାଳରେ ଆକାଶବାଣୀ ପୃଥିବୀର ଅନ୍ୟାନ୍ୟ ବେତାର ପ୍ରସାରଣ କ୍ଷେତ୍ରରେ ଏକ ଅଗ୍ରଣୀ ବେତାର ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବେତାର ସେବାର ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶରେ ପ୍ରାୟତଃ ୪୧୪ଟି ବେତାର କେନ୍ଦ୍ର କାର୍ଯ୍ୟକ୍ଷମ। ଏହା ପ୍ରାୟତଃ ଶତକଡ଼ା ୯୯.୧୯ ଭାଗ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ଓ ପ୍ରାୟତଃ ୯୨ ଶତାଂଶ ସ୍ଥାନ ଗ୍ରହଣ କରିନେଇଛି। ଏହା ସାଧାରଣତଃ ୨୩ଟି ମୁଖ୍ୟ ଭାଷା ଓ ୧୪୬ଟି ଉପଭାଷାରେ ତା’ର ପ୍ରଚାର କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି।
ଓଡ଼ିଶା ମାଟିରେ ସାଂସ୍କୃତିକ ପୀଠ କଟକ ସହରର ମଧୁପୁର କୋଠିରୁ ଆକାଶବାଣୀ କାର୍ଯ୍ୟକ୍ରମ ଆରମ୍ଭ ହେଲା ୧୯୪୮ ମସିହା ଜାନୁୟାରୀ ୨୮ ତାରିଖରେ। ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓ ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟଜୁ ଉଦ୍‌ଘାଟନ କଲେ ନୂଆ ବେତାର କେନ୍ଦ୍ରକୁ। ଭାସି ଆସିଲା ଉଦ୍‌ଘୋଷିକାଙ୍କ ଅମୃତମୟୀ ବାଣୀ ‘ଆକାଶବାଣୀ କଟକ’। ଶ୍ରୋତା ମହଲରେ ଅନେକ ଆଲୋଡନ, ରୋମାଞ୍ଚ ଭରିଦେଲା ସେଦିନର କାର୍ଯ୍ୟକ୍ରମ।
ସେଦିନରୁ ଆଜି ଭିତରେ ଅନେକ ବ୍ୟବଧାନ। ନାଟକ, ସଙ୍ଗୀତ ବ୍ୟତୀତ କୃଷକମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଯୁବପିଢ଼ିଙ୍କ ପାଇଁ ଯୁବବାଣୀ, ଛୋଟ ଛୋଟ ଶିଶୁଙ୍କ ପାଇଁ ଶିଶୁ ସଂସାର, କ୍ରୀଡ଼ାଜଗତ, ବିଜ୍ଞାନ କାର୍ଯ୍ୟକ୍ରମ, ନାରୀମାନଙ୍କ ପାଇଁ ନାରୀ ମହଲ, ଏପରିକି ସମ୍ମାନନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ମାନନୀୟେଷୁ, କଥିକା, ସାହିତ୍ୟ ସଂସଦ ଇତ୍ୟାଦି ନାନା କାର୍ଯ୍ୟକ୍ରମ ଯୋଡି ହୋଇଯାଇଛି ବେତାର ପ୍ରସାରଣର ବହୁବିଧ କାର୍ଯ୍ୟକ୍ରମରେ। ସବୁଜକ୍ରାନ୍ତି ଓ ଶ୍ୱେତକ୍ରାନ୍ତି କ୍ଷେତ୍ରରେ ରେଡିଓର ଅବଦାନକୁ ଅସ୍ବୀକାର କରି ହେବ ନାହିଁ। ପ୍ରାଚୀନ କଳା ସଙ୍ଗୀତ ଲୋକଗୀତର ଗନ୍ତାଘର ହେଉଛି ଏଇ ରେଡିଓ। ରେଡିଓ ବୁଦ୍ଧିଜୀବୀଙ୍କ ପାଇଁ ଯେତିକି ପରିମାଣରେ ଆବଶ୍ୟକ ସେତିକି ଭାବରେ ମଜୁରିଆ, ଶ୍ରମିକ, ବସ୍ତିବାସିନ୍ଦା, ସାଧାରଣଙ୍କ ପାଇଁ ମନୋରଞ୍ଜନ ଦେବା କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ। କରୋନାର ଭୟାବହତା ଓ ସଂକ୍ରମଣ କାଳରେ ପ୍ରତି ମିନିଟ୍‌ରେ ଲୋକଙ୍କୁ ସତର୍କ ସୂଚନା ଓ ସାବଧାନ ହେବା ପାଇଁ ଯେଉଁ ବିଶେଷ ସୂଚନା ପ୍ରଦାନ କରିଆସୁଛି। ପ୍ରାକୃତିକ ଦୁର୍ବିପାକ ବନ୍ୟା, ବାତ୍ୟା, ଭୂମିକମ୍ପ ଇତ୍ୟାଦି ବିଷୟରେ ଆଗୁଆ ସୂଚନା ଦେବାରେ ରେଡିଓର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସବୁରାଜ୍ୟରେ ବେତାରକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏତଦ୍‌ବ୍ୟତୀତ ବମ୍ବେଠାରେ ପ୍ରତିଷ୍ଠିତ ‘ବିବିଧଭାରତୀ’ କେନ୍ଦ୍ରରୁ ୨୪ ଘଣ୍ଟିଆ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହୋଇ ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇଛି। ସେଇ ମୁଖ୍ୟ କେନ୍ଦ୍ରର ଶାଖା କେନ୍ଦ୍ରମାନ ମଧ୍ୟ ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା ହୋଇ ବହୁ କାର୍ଯ୍ୟକ୍ରମ ସହ କିଛି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ପରିବେଷଣ ହେଉଛି, ଯାହା ସେହି ଅଞ୍ଚଳର ମାତୃଭାଷା ଉପରେ ଆଧାରିତ। ଏତଦ୍‌ଭିନ୍ନ ଏଫ୍‌ଏମ୍‌ ପ୍ରସାରଣ ସେବା ଦେଶରେ ପ୍ରତିଷ୍ଠା ହେବାରେ ସବୁ ଶ୍ରେଣୀର ଶ୍ରୋତାଙ୍କୁ ମନୋରଞ୍ଜନ ଦେବାରେ ସହାୟକ ହୋଇଛି। ବେତାର ପ୍ରସାରଣ କ୍ଷେତ୍ରରେ କମ୍ୟୁନିଟି ରେଡିଓ ମଧ୍ୟ ସକ୍ରିୟ ହୋଇଛି। ରେଡିଓ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇ ବେଦର ସେହି ଅମୃତମୟ ବାଣୀ ‘ବହୁଜନ ହିତାୟ, ବହୁଜନ ସୁଖାୟ’କୁ ଆଧାର କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବି ନିଜର ଯାତ୍ରା ଅବ୍ୟାହତ ରଖିପାରଛି ଓ ଜନସେବାରେ ନିଜକୁ ନିୟୋଜିତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri