ଖୁସି ହେବା ନା ଦୁଃଖ କରିବା

ଡ. ସନ୍ତୋଷ କୁମାର ମହାପାତ୍ର

କରୋନାଜନିତ ଦୁର୍ଦ୍ଦିନରେ କେତୋଟି ଘଟଣା ଘଟିଯାଇଛି। ସେ ସବୁକୁ ନେଇ ଖୁସି ହେବା ନା ଦୁଃଖ କରିବା? ସମ୍ପ୍ରତି ରାଜସ୍ଥାନରେ ଘଟିଥିବା ରାଜନୈତିକ ଘଟଣା ତଥା ବିଭିନ୍ନ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ଜନସମ୍ବାଦ ରାଲି କରି ଆମେ ଏତେ ଯୋଜନା କଲୁ, ଏତେ ରାଜ୍ୟକୁ ଦେଲୁ ବୋଲି ବାରମ୍ବାର କହିବା ସାମ୍‌ନାକୁ ଆସିଛି। କେନ୍ଦ୍ର ବିଭିନ୍ନ ରାଜ୍ୟର ଲୋକଙ୍କଠାରୁ ଟିକସ ଆଦାୟ କରୁଛି। ଏଣୁ ରାଜ୍ୟକୁ ଦେବା ଏହାର ନୈତିକ କର୍ତ୍ତବ୍ୟ। ଏଣୁ ଏତେ ଦେଲୁ, ସେତେ ଯୋଜନା କଲୁ କହି ପ୍ରଚାର କରିବା କେତେ ଯଥାର୍ଥ?
କରୋନା ସଂକ୍ରମଣ ଯୋଗୁ ଯୋଗାଣ, ଚାହିଦା ପ୍ରଭାବିତ ହେବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଧାର୍ଯ୍ୟ ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଛନ୍ତି। ବରଂ ଏହା ପୂର୍ବବର୍ଷ ତୁଳନାରେ ଅଧିକ ହ୍ରାସ ପାଇଛି। ଓଡ଼ିଶା ମଧ୍ୟ ଏଥିରୁ ବ୍ୟତିକ୍ରମ ନୁହେଁ। କେନ୍ଦ୍ର ସରକାର ୨୦୧୯-୨୦ର ସଂଶୋଧିତ ବଜେଟ ଜୁଲାଇରେ ଉପସ୍ଥାପନ କରିଥିବାବେଳେ ମୂଳ ବଜେଟ ତୁଳନାରେ ଧାର୍ଯ୍ୟ ରାଜସ୍ବ ଆଦାୟ ୧.୪୫ ଲକ୍ଷ କୋଟି ଟଙ୍କା ହ୍ରାସ କରିଥିଲେ। ବର୍ତ୍ତମାନ ଆହୁରି ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଟିକସ ଓ ଜିଡିପି ଅନୁପାତ ୨୦୧୯-୨୦ରେ ୯.୮୮ ପ୍ରତିଶତକୁ ହ୍ରାସ ପାଇଛି। ଏହାର ଅର୍ଥ ଲକ୍‌ଡାଉନ୍‌ ପୂର୍ବରୁ ସରକାର ରାଜସ୍ବ ଆଦାୟ କରିବାରେ ସମ୍ପୂର୍ଣ୍ଣ ବିଫଳ। ୨୦୨୦-୨୧ରେ ସମ୍ବଳ ସଂଗ୍ରହ ଆହୁରି ଅଧିକା ବାଧାପ୍ରାପ୍ତ ହେବ। ଯଦି ବ୍ୟୟ ସଂକୋଚନ କରାଯାଏ ତେବେ ଅର୍ଥନୀତି ଆହୁରି ଧୂଳିସାତ୍‌ ହେବ। ପ୍ରତ୍ୟେକ ଯୋଗାଣ ତାହାର ଚାହିଦା ସୃଷ୍ଟି କରେ। ଏହି ତତ୍ତ୍ୱ ତା’ର ପ୍ରାସଙ୍ଗିକତା ହରାଇଛି। ସରକାର ମେକାନିକାଲ ଭାବେ ପଦକ୍ଷେପ ନେଉଛନ୍ତି, ଯାହା ଭୁଲ୍‌। ସୁଧହାର ହ୍ରାସ କରିବା, ଅଧିକ ନଗଦମୁଦ୍ରାର ଯୋଗାଣ ବୃଦ୍ଧି କରିବା ଆଦି ପଦକ୍ଷେପ ନେଉଛନ୍ତି, ଯାହାର କୌଣସି ସକାରାତ୍ମକ ପ୍ରଭାବ ପଡ଼ୁନାହିଁ। କାରଣ ଲୋକଙ୍କ ଜୀବିକାର ଉତ୍ସ ହ୍ରାସ ସାଙ୍ଗକୁ କ୍ରୟ ଶକ୍ତି ଓ ଚାହିଦା ହ୍ରାସ ଘଟିଛି। ଏଣୁ ଏପରି ସମୟରେ ବ୍ୟୟ ଅଧିକ ଆବଶ୍ୟକ। ପୁନଶ୍ଚ ଘରୋଇ ବ୍ୟୟ, ନିବେଶ ହ୍ରାସ ପାଉଥିବାରୁ ସରକାରୀ ବ୍ୟୟ ଓ ନିବେଶ ବୃଦ୍ଧି ପାଇବା ଆବଶ୍ୟକ। ପ୍ରତ୍ୟେକ ବ୍ୟୟ ମଧ୍ୟ ନିଯୁକ୍ତି ସୃଷ୍ଟି କରିଥାଏ। ଘରୋଇ ବ୍ୟୟ କ୍ଷେତ୍ରରେ ଏହା ସମାନୁପାତିକ ନ ହେଲା ବେଳେ ସରକାରୀ ବ୍ୟୟ କ୍ଷେତ୍ରରେ ହୋଇଥାଏ। କିନ୍ତୁ ଏସବୁ ହ୍ରାସ ଯୋଗୁ କୋଟି କୋଟି ଲୋକ ଆଜି ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମଧ୍ୟ ସେଥିରେ ସରକାରଙ୍କ ବ୍ୟୟ ପରିମାଣ ମାତ୍ର ୨ରୁ ୩ ଲକ୍ଷ କୋଟି ଟଙ୍କା ରହିଛି; ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍‌।
ସରକାର ବ୍ୟୟ ବୃଦ୍ଧି କରିବା ପରିବର୍ତ୍ତେ ବର୍ତ୍ତମାନ ବିତ୍ତୀୟ କଠୋରତା ଅବଲମ୍ବନ କରୁଛନ୍ତି, ଯାହା ଅର୍ଥନୀତିକୁ ଆହୁରି ବିପର୍ଯ୍ୟସ୍ତ କରିବ। କେନ୍ଦ୍ର ସରକାର ନୂତନ ନିଯୁକ୍ତି ଏବଂ ନୂତନ ଯୋଜନା ବନ୍ଦ କରିବା, ଖାଲିସ୍ଥାନ ପୂରଣ ନ କରିବା, ବିଭିନ୍ନ ବ୍ୟୟ ହ୍ରାସ କରିବା ଆଦି ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଉଛନ୍ତି। କାରଣ ରାଜ୍ୟଗୁଡ଼ିକୁ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩%ରୁ ୫%କୁ ବୃଦ୍ଧି କରି ଅଧିକ ଋଣ କରିବାର ଅନୁମତି କେନ୍ଦ୍ର ଦେଇଥିଲେ ମଧ୍ୟ ୨% ବୃଦ୍ଧିରୁ ୦.୫% ମାତ୍ର ବିନା ସର୍ତ୍ତରେ ଏବଂ ଅବଶିଷ୍ଟ ୧.୫% ପାଇଁ କିଛି ସର୍ତ୍ତାବଳୀ ମାନିବାକୁ ପଡ଼ିବ। ଏପରି ଦୁର୍ଦ୍ଦିନରେ କେନ୍ଦ୍ର ରାଜ୍ୟ ଉପରେ ଅଙ୍କୁଶ ଲଗାଇବା ଉଚିତ ନୁହେଁ। ସରକାରଙ୍କ ଯୁକ୍ତି ହେଉଛି ଧାର୍ଯ୍ୟ ସୀମାଠାରୁ ଅଧିକ ଋଣ କଲେ ଦେଶ ବା ରାଜ୍ୟ ଋଣଯନ୍ତାରେ ପଡ଼ିଯିବ। ବିତ୍ତୀୟ ନିଅଣ୍ଟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ନିବେଶକ ଆସ୍ଥା ହରାଇବେ। ଆହୁରି ମଧ୍ୟ କେତେକେ ଯୁକ୍ତି କରୁଛନ୍ତି ଯେ, ବର୍ତ୍ତମାନ ଅଧିକ ଋଣ କରିବା ଅର୍ଥ ଭବିଷ୍ୟତ ପିଢ଼ି ଉପରେ ଅଧିକ ବୋଝ ପକାଇବା। କିନ୍ତୁ ବାସ୍ତବରେ ଏସବୁ ଯୁକ୍ତି ଭୁଲ୍‌। ଋଣ ନ କଲେ ବି ଯଦି ଅଭିବୃଦ୍ଧି ବା ଜିଡିପି ହ୍ରାସ ପାଏ ତେବେ ବିତ୍ତୀୟ ନିଅଣ୍ଟ ଓ ଋଣ ଜିଡିପି ଅନୁପାତ ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇବ। କିନ୍ତୁ ଯଦି ଋଣ ଜିଡିପି ବୃଦ୍ଧିରେ ସହାୟକ ହେଲା ସେହି ଅନୁପାତ ହ୍ରାସ ପାଇ ଆର୍ଥିକ ସ୍ଥିତି ଭଲ ରହିବ। ପୁନଶ୍ଚ ବର୍ତ୍ତମାନ ଯେତେବେଳେ ଜୀବନ-ମରଣ ସମସ୍ୟା, ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ରହିଛି ସେତେବେଳେ ସରକାର ଆବଶ୍ୟକଠାରୁ ଅଧିକ ଋଣ କରିବା ଉଚିତ। ଏହି ସଂକ୍ରମଣ ପୂର୍ବରୁ ମଧ୍ୟ ବିଶ୍ୱ ଋଣଯନ୍ତାରେ ପଡ଼ିଛି। କିନ୍ତୁ ଋଣଜନିତ ଅଭିବୃଦ୍ଧିର ସୁଫଳ କେବଳ ନିର୍ଦ୍ଦିଷ୍ଟ ଧନୀ ଶ୍ରେଣୀଙ୍କ ପାଖକୁ ଯାଇଛି। ଏଣୁ ବର୍ତ୍ତମାନ ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ଅଧିକ ଋଣ କରିବା କିଛି ଭୁଲ ନୁହେଁ। ପୁନଶ୍ଚ ଆମ ଦେଶର କ’ଣ ନୀତି ହେବ ତାହା ନିବେଶକଙ୍କ ଦ୍ୱାରା ପ୍ରଭାବିତ ହେବା ଅନୁଚିତ। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେତେବେଳେ ସରକାର ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଛନ୍ତି ଜନସାଧାରଣଙ୍କ ଆର୍ଥିକ କ୍ଷମତା ଧ୍ୱସ୍ତବିଧ୍ୱସ୍ତ, ସେତେବେଳେ ମୁକେଶ ଅମ୍ବାନୀଙ୍କ ସମ୍ପଦ ଦ୍ରୁତଗତିରେ ବୃଦ୍ଧି ପାଇଛି। ଜୁନ୍‌ ୧୩ ତାରିଖ ସୁଦ୍ଧା ବିଗତ ୨୨ ଦିନରେ ଅମ୍ବାନୀଙ୍କ ସମ୍ପଦ ୭୯୦ କୋଟି ଡଲାର ବୃଦ୍ଧି ପାଇଛି। ଗତ ସପ୍ତାହରେ ଅମ୍ବାନୀ ଓ୍ବାରେନ୍‌ ବଫେଙ୍କୁ ଅତିକ୍ରମ କରି ୮ମ ସ୍ଥାନରେ ଥିଲେ। ବର୍ତ୍ତମାନ ତାଙ୍କ ସମ୍ପଦର ମୂଲ୍ୟ ୫.୪୪ ଲକ୍ଷ କୋଟି ଟଙ୍କା। ଏତେ ସମ୍ପଦ ଥାଇ ମଧ୍ୟ ସେ କୋଭିଡ୍‌ ମହାମାରୀକୁ କିଛି ନ ଦେଲା ବେଳେ ଓ୍ବରେନ୍‌ ବଫେ ୨.୯ ବିଲିୟନ ଡଲାର ଦେବା ଯୋଗୁ ଅମ୍ବାନୀ ତାଙ୍କୁ ଅତିକ୍ରମ କଲେ। ଆମେ ଭାବୁଛେ ଭାରତୀୟ ଗରିବମାନେ ଅମ୍ବାନୀଙ୍କ ସମ୍ପଦ ବୃଦ୍ଧି ନେଇ ଖୁସି ହେବା ଉଚିତ।
ପୁନଶ୍ଚ ସରକାର ଯେତେବେଳେ ଧନୀ ଶ୍ରେଣୀଙ୍କଠାରୁ ଟିକସ ଆଦାୟ କରିବାରେ ବିଫଳ ହେଉଛନ୍ତି, ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ ବା ସେଥିରୁ ପୁଞ୍ଜି ପ୍ରତ୍ୟାହାର କରି ସମ୍ବଳ ସଂଗ୍ରହ କରୁଛନ୍ତି। ପ୍ରତିବାଦକୁ ରୋକିବା ପାଇଁ ଶ୍ରମିକ ବିରୋଧରେ ଯିବା ପରି ଶ୍ରମ ଆଇନରେ ପରିବର୍ତ୍ତନ କରୁଛନ୍ତି। ସାଧାରଣ ଜନତାଙ୍କୁ ବାଧିବା ପରି ଏବଂ ସବୁପ୍ରକାର ଦରଦାମ ବୃଦ୍ଧି କରୁଥିବା ପେଟ୍ରୋଲିୟମ ସାମଗ୍ରୀ ଉପରେ ଅନ୍ଧାଧୁନିଆ ଭାବେ ଟିକସ ଧାର୍ଯ୍ୟ କରୁଛନ୍ତି। ବାସ୍ତବରେ ଏସବୁ ବିକଳ୍ପ ନୁହେଁ। ବିତ୍ତୀୟ କଠୋରତା ବିକଳ୍ପ ନୁହେଁ। କାରଣ ବିଦେଶରେ ବିଭିନ୍ନ ସମୟରେ ଏହା ବିଫଳ ହେବା ସହିତ ମାନ୍ଦାବସ୍ଥାକୁ ଆହୁରି ସଙ୍କଟମୟ କରିଛି। ଏଣୁ ସରକାର ବିଭିନ୍ନ ଜନହିତକର କାର୍ଯ୍ୟ, ନିଯୁକ୍ତି, ସ୍ବାସ୍ଥ୍ୟ, ଶିକ୍ଷା, କୋଭିଡ୍‌ ନିୟନ୍ତ୍ରଣରେ ଅଧିକ ବ୍ୟୟ କରିବା ଉଚିତ।

ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?