ଏବର୍ଷ ରାଧାପାଦ ଦର୍ଶନ ବନ୍ଦ

ପୁରୀ ଅଫିସ,୧୩ା୧୧: ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିସହ କୋଭିଡ୍‌ କଟକଣାକୁ ଦୃଷ୍ଟିିରେ ରଖି ଚଳିତବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ବନ୍ଦ ରହିବ। ପ୍ରଶାସନିକ ସ୍ତରରେ ଏ ନେଇ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ଗୁରୁବାର ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଉପଜିଲାପାଳ ସାହୁ କହିଛନ୍ତି ଯେ, ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାତ୍ର ଏଥର ଭିଡ଼ ହେଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ରାଧାପାଦ ଦର୍ଶନ ବନ୍ଦ ରଖାଯିବାକୁ ପ୍ରଶାସନ ସ୍ଥିର କରିଛି। ସେହିପରି ପ୍ରତିବର୍ଷ କାଳୀପୂଜାରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣ କାଳୀପୀଠରେ ଭକ୍ତଙ୍କ ଭିଡ଼ ହୋଇଥାଏ। ଏ ବର୍ଷ ଯେପରି ଭିଡ଼ ନ ହେବ ସେଥିପ୍ରତି କଡ଼ା ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍‌ ମୁଖୀ ଜିଲା ଟପ୍ପର

ବାଲିଗୁଡ଼ା,୨୨ା୬ (ଡି.ଏନ୍‌.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍‌...

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ସରପଞ୍ଚଙ୍କ ଉଦ୍ୟମରେ ଖୋଳାଗଲା ନଳକୂପ

ମାଧପୁର,୩।୪ ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ନୂତନ ସରପଞ୍ଚ...

ଖୋଲିଲା ଶ୍ରୀମନ୍ଦିର: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ସୋମବାରଠାରୁ ଖୋଲିଛି ଶ୍ରୀମନ୍ଦିର। ଆଜି କେବଳ ପୁରୀବାସୀ ମହାପ୍ରଭୁଙ୍କୁ...

ପୋଲିସ ଉପରକୁ ଗୁଳି ଫୁଟାଇ ଅପରାଧୀ ଫେରାର

ଦିଗପହଣ୍ଡି(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୮।୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚଢେୟାଗରଦ ଗ୍ରାମ ନିକଟ କେରାଣ୍ଡିମାଳ ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଲୁଚିଥିବା ପୋଲିସକୁ ଖବର ମିଳିଥିଲା।...

ମୃତ୍ୟୁଠୁ ବଳିଯାଇଛି ଯନ୍ତ୍ରଣା

ଭଦ୍ରକ ଅଫିସ, ୨୧।୬ – ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏହା ମଧ୍ୟରେ ୧୧ ମାସ...

ସରକାରକଁର ସ୍ବଚ୍ଛ ଭାରତ ଅଭିଯାନ ବାଟବନା:ପାଇଖାନା ତିଆରି ନାଁରେ ଟଁକା ହଡ଼ପ

ଜାମଟିକ୍ରା, ୩୧।୫ (ଡି.ଏନ.ଏ): ପରିବେଶକେ ସାଫ୍‌ ସୁତର ରଖ୍‌ବାର ଲାଗି କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କାଯ୍‌କାରୀ କରି କୋଟି କୋଟି ଟଁକା ସାରୁଛନ୍‌।...

ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

Advertisement
Archives

Model This Week