Posted inଖେଳ

ଦୁର୍ଘଟଣାରେ ରେସର କୁମାରଙ୍କ ମୃତ୍ୟୁ

ଚେନ୍ନାଇ,୯ା୧(ପି.ଟି.): ସ୍ଥାନୀୟ ମାଡ୍ରାସ ଇଣ୍ଟରନ୍ୟାଶନାଲ ସର୍କିଟରେ ରବିବାର ଅନୁଷ୍ଠିତ ଏମ୍‌ଆର୍‌ଏଫ୍‌ ଏମ୍‌ଏମ୍‌ଏସ୍‌ସି ଏଫ୍‌ଏମ୍‌ଏସ୍‌ସିଆଇ ଇଣ୍ଡିଆନ ନ୍ୟାଶନାଲ କାର୍‌ ରେସିଂ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ରେସ୍‌ର କେ.ଇ. କୁମାରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା। ସକାଳେ ସାଲୁନ୍‌ କାର୍‌ ରେସ୍‌ ବେଳେ କୁମାରଙ୍କ କାର୍‌ ଜଣେ ପ୍ରତିଯୋଗୀଙ୍କ କାର୍‌ ସହ ଧକ୍କା ହୋଇଥିଲା। କାର୍‌ଟି ଟ୍ରାକ୍‌ ବାହାରକୁ ଖସିଯାଇ ବାଡରେ ଧକ୍କା ଦେବାପରେ ଓଲଟିପଡ଼ିଥିଲା।

ରେସ୍‌କୁ ତୁରନ୍ତ ବନ୍ଦ (ରେଡ୍‌ ଫ୍ଲାଗ୍‌) ରଖାଯାଇଥିଲା। କୁମାରଙ୍କୁ ପ୍ରଥମେ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ବାହାର କରାଯାଇ ଟ୍ରାକ୍‌ର ମେଡିକାଲ ସେଣ୍ଟରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କୁମାରଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇପାରି ନ ଥିଲେ। ମିଟ୍‌ ଚେୟାରମ୍ୟାନ ଭିକି ଚାଣ୍ଡୋକ୍‌ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। କୁମାର ଜଣେ ଅଭିଜ୍ଞ ରେସର। ଜଣେ ପ୍ରତିଯୋଗୀ ଓ ବନ୍ଧୁ ହିସାବରେ ତାଙ୍କୁ ବହୁଦିନ ହେଲା ସେ ଜାଣନ୍ତି। ତା

ଙ୍କ ବିୟୋଗରେ ସମଗ୍ର ରେସିଂ ସମୁଦାୟ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି। ଚାଣ୍ଡୋକ୍‌ କହିଛନ୍ତି, କ୍ରୀଡ଼ାର ଜାତୀୟ ପରିଚାଳନା ପରିଷଦ ଏଫ୍‌ଏମ୍‌ଏସ୍‌ସିଆଇ ଏବଂ ଆୟୋଜକଗଣ ଏମ୍‌ଏମ୍‌ଏସ୍‌ସି ତରଫରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ କୁମାରଙ୍କୁ ସମ୍ମାନ ଜଣାଇ ଏମ୍‌ଏମ୍‌ଏସ୍‌ସି ଦିନର ଅବଶିଷ୍ଟ କାର୍ଯ୍ୟସୂଚୀକୁ ବାତିଲ କରଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?