Posted inଜାତୀୟ

ରବିଶଙ୍କରଙ୍କ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨୬ା୬: କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏକ ବିଚିତ୍ର ପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କରଙ୍କ ଟୁଇଟର ହ୍ୟାଣ୍ଡେଲକୁ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ ପକ୍ଷରୁ ପ୍ରାୟ ଘଣ୍ଟାଏ ଧରି ବନ୍ଦ କରିଦିଆଯାଇଥିଲା। ଫଳରେ ରବିଶଙ୍କର ଏହି ସମୟ ମଧ୍ୟରେ ଟୁଇଟ୍‌ କରିପାରି ନାହାନ୍ତି। ଏନେଇ ରବିଶଙ୍କର ନିଜେ ସୂଚନା ଦେଇଛନ୍ତି।
ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ‘କୁ’ରେ ରବିଶଙ୍କର କହିଛନ୍ତି, ଟୁଇଟର ତାଙ୍କୁ ନିଜ ଆକାଉଣ୍ଟରୁ ପ୍ରାୟ ଘଣ୍ଟାଏ ଧରି ଟୁଇଟ୍‌ କରିବାକୁ ବାରଣ କରିଥିଲା। ଆମେରିକାର ଡିଜିଟାଲ ମିଲେନିୟମ୍‌ କପିରାଇଟ୍‌ ଆଇନ(ଡିଏମ୍‌ସିଏ) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟର ଦର୍ଶାଇଥିଲା। ଏପରି କି କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଟିମ୍‌ ରବିଶଙ୍କରଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟକୁ ଲଗ୍‌ ଇନ୍‌ କରିବାକୁ ଉଦ୍ୟମ କରିବାବେଳେ ସେଥିରେ ଏକ ଓ୍ବାର୍ନିଂ ମେସେଜ୍‌ ଆସିଥିଲା। ଡିଏମ୍‌ସିଏ ଅନୁସାରେ ଏକ ଅଭିଯୋଗ ଆସିଥିବାରୁ ଉକ୍ତ ଆକାଉଣ୍ଟକୁ ବ୍ଲକ୍‌ କରିଦିଆଯାଇଛି ବୋଲି ମେସେଜ୍‌ରେ ଲେଖାଥିଲା। କୌଣସି ବ୍ୟକ୍ତି କାହାର କପିରାଇଟ୍‌ରେ ହସ୍ତକ୍ଷେପ କଲେ ସେ ଡିଏମ୍‌ସିଏ ଅଧୀନରେ କପିରାଇଟ୍‌ ଓନର୍ସ ଟୁଇଟରକୁ ଅବଗତ କରାଇପାରିବେ। ଏକ ବୈଧ ନୋଟିସ ଗ୍ରହଣ କରିବା ପରେ ଟୁଇଟର ଚିହ୍ନଟ କରାଯାଇଥିବା କଣ୍ଟେଣ୍ଟ ମ୍ୟାଟେରିଆଲକୁ ହଟାଇପାରିବ। ଏହାର ପ୍ରାୟ ୧ ଘଣ୍ଟା ପରେ ଟୁଇଟର ଏକ ନୂଆ ମେସେଜ୍‌ ସହ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍‌ କରିଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା, ‘ଆପଣଙ୍କ ଆକାଉଣ୍ଟ ଏବେ ବ୍ୟବହାର ପାଇଁ ଉପଲବ୍ଧ। ଆଗକୁ ଏପରି କିଛି ଅତିରିକ୍ତ ନୋଟିସ ଆସିଲେ ଆକାଉଣ୍ଟକୁ ପୁନଃ ବ୍ଲକ୍‌ କରାଯିବ। ତେଣୁ ସତର୍କ ରୁହନ୍ତୁ। ଏହାକୁ ଏଡ଼ାଇବାକୁ ହେଲେ ଦୟାକରି କପିରାଇଟ୍‌ ନୀତି ଉଲ୍ଲଂଘନ ହେବା ଭଳି ପୋଷ୍ଟ କରନ୍ତୁ ନାହିଁ। ଆପଣ ଅଧିକୃତ ନ ଥିବା କୌଣସି ପ୍ରକାର ବିଷୟ ପୋଷ୍ଟ ହୋଇଥିବା ଦେଖିଲେ ତାକୁ ତୁରନ୍ତ ଡିଲିଟ୍‌ କରନ୍ତୁ। ’
ଆକ୍‌ସେସ୍‌ ପାଇବା ପରେ ଟୁଇଟରରେ ରବିଶଙ୍କର ପୋଷ୍ଟ କରିଛନ୍ତି, ଟୁଇଟରର କାର୍ଯ୍ୟାନୁଷ୍ଠାନ ଆଇଟି ନିୟମ, ୨୦୨୧ର ଧାରା ୪(୮)ର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଆକାଉଣ୍ଟରେ ଟୁଇଟ୍‌ କରିବା ପାଇଁ ବାରଣ କରିବା ପୂର୍ବରୁ ଟୁଇଟର କୌଣସି ପ୍ରାକ୍‌ ସୂଚନା ଦେଇ ନ ଥିବାରୁ ଏହା ସୂଚନା ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ ୨୦୨୧କୁ ଉଲ୍ଲଂଘନ କରିଛି। ଯେଉଁ ପ୍ଲାଟ୍‌ଫର୍ମ ହୋଇଥାଉ ନା କାହିଁକି ସେମାନଙ୍କୁ ନୂଆ ଆଇଟି ନିୟମ ମାନି ଚଳିବାକୁ ପଡ଼ିବ। ଏଥିରେ ସାଲିସ କରାଯିବ ନାହିଁ।

 

‘ମୋ ସହ ବି ଏମିତି ହୋଇଥିଲା’
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟ୍‌ ପରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ପୂର୍ବରୁ ସମଦଶା ଭୋଗିଥିବା କହିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସଂସଦର ସ୍ଥାୟୀ କମିଟି ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଆକାଉଣ୍ଟକୁ କାହିଁକି ବନ୍ଦ କରାଯାଇଥିଲା ସେନେଇ ଏହି ପ୍ଲାଟ୍‌ଫର୍ମକୁ ସ୍ପଷ୍ଟୀକରଣ ମଗାଯିବ। ବ୍ରିଟେନର ଏକ ସଂସ୍ଥାଠାରୁ ନୋଟିସ ପାଇଥିବା ଦର୍ଶାଇ ଆମେରିକୀୟ ଆଇନ ଅନୁସାରେ ଏକ ସର୍ଭିସ୍‌ ପ୍ରୋଭାଇଡର ରୂପେ ଟୁଇଟରର ଭୂମିକା ଭାରତରେ ଏହାର ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି। ଇତିମଧ୍ୟରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଲେଖିଛନ୍ତି, ଟୁଇଟର କେନ୍ଦ୍ର ସରକାରଙ୍କ ଆଇଟି ରୁଲ୍ସ ଏବଂ ଦେଶର ଆଇନକୁ ଅସମ୍ମାନ କରିଛି। ଅଭିବ୍ୟକ୍ତିର ସ୍ବାଧୀନତା କହୁଥିବା ଏହି ପ୍ଲାଟ୍‌ଫର୍ମ ନିଜେ ଅନ୍ୟମାନଙ୍କ ସ୍ବରକୁ ଚପାଉଛି। ଗଣତନ୍ତ୍ରରେ ଏଭଳି ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ।

‘ପକ୍ଷ ରଖିବାକୁ ସୁଯୋଗ ଦେବା ଉଚିତ’
ୟୁଜରଙ୍କୁ କୌଣସି ଆଇନର ଉଲ୍ଲଂଘନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ନ ଦେଇ ତାଙ୍କ ଆକାଉଣ୍ଟ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ନେବା ସୋସିଆଲ ମିଡିଆ ଇଣ୍ଟରମିଡିଆରି ପକ୍ଷେ ଅନୁଚିତ ବୋଲି ଶୁକ୍ରବାର ‘କୁ’ ସିଇଓ ଅପ୍ରମେୟ ରାଧାକ୍ରିଷ୍ଣନ୍‌ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅକାଉଣ୍ଟ ଆମେରିକାର କପିରାଇଟ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଟୁଇଟର ଘଣ୍ଟାଏ ବନ୍ଦ କରିବା ପରେ ଅପ୍ରମେୟ ଏହା କହିଛନ୍ତି। ଅପ୍ରମେୟଙ୍କ ମତରେ ୟୁଜରଙ୍କୁ ଉଲ୍ଲଂଘନ ସମ୍ପର୍କରେ ବିବରଣୀ ଦିଆଗଲେ ସେ ତାକୁ ଗ୍ରହଣ କରିବେ କିମ୍ବା ନିଜ ପକ୍ଷ ରଖିପାରିବେ, ଯାହାକି ରବିଶଙ୍କରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?