Byju: ବାୟଜୁସ୍‌ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍‌

ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍‌ କମ୍ପାନୀ ବାୟଜୁସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ ରବୀନ୍ଦ୍ରନ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୪୪ ବର୍ଷୀୟ ରବୀନ୍ଦ୍ରନ୍‌ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ପରିଚାଳନାଗତ ବିଫଳତା ଯୋଗୁ କମ୍ପାନୀରୁ ବିଦାକରିବା ପାଇଁ ଏକ୍ସଟ୍ରାଅର୍ଡିନାରି ଜେନେରାଲ ମିଟିଂ (ଇଜିଏମ୍‌)ରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଏହାର ପ୍ରମୁଖ ନିବେଶକ ପ୍ରୋସସ୍‌ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ରବିନ୍ଦ୍ରନଙ୍କୁ ସିଇଓ ପଦରୁ ହଟାଇବା ପାଇଁ ବାଇଜୁସର ଶେୟାରଧାରକ ସହମତି କରିଛନ୍ତି। ତେବେ ରବୀନ୍ଦ୍ରନ୍‌ଙ୍କ ଅନୁପସ୍ଥିତିରେ ନିଆଯାଇଥିବା ଗୃହୀତ ସଂକଳ୍ପନାମାକୁ ବାୟଜୁସ୍‌ ପ୍ରତ୍ୟାଖ୍ୟାନ କରିଛି। ବୋର୍ଡରୁ ରବୀନ୍ଦ୍ରନ୍‌ଙ୍କୁ ବାହାର କରିବା କ୍ଷମତା ଶେୟାରହୋଲ୍ଡର୍ସଙ୍କର ନାହିଁ ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ସୂଚନା ଅନୁଯାୟୀ, ଇଜିଏରେ ୬୦ ପ୍ରତିଶତ ଶେୟାର ହୋଲ୍ଡସର୍ର୍ ରବିନ୍ଦ୍ରନଙ୍କୁ ହଟାଯିବା ସପକ୍ଷରେ ଭୋଟ ଦେଇଥିଲେ । ତେବେ ଏହି ଭୋଟିଂକୁ ଅନ୍ୟ କାରଣରୁ ମଧ୍ୟ ଅମାନ୍ୟ
ବୋଲି କୁହାଯାଇଛି କାରଣ, ଇଜିଏମ ଡକାଯିବା ଏବଂ ସେଥିରେ ଜରୁରୀ ଫୋରମ ନ ଥିବା କାରଣରୁ ଏଜେଣ୍ଡା ଉପରେ ଚର୍ଚ୍ଚା କିମ୍ବା ଭୋଟିଂ ଆଗକୁ ବଢ଼ାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ତେବେ ଏହି ମାମଲାକୁ ନେଇ ନିବେଶକଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ, ଶେୟାରହୋଲ୍ଡର୍ସଙ୍କ ପଦକ୍ଷେପକୁ ଚାଲେଞ୍ଜ କରି କର୍ନାଟକ ହାଇକୋର୍ଟ ବାୟଜୁସ ରବିନ୍ଦ୍ରନ କରିଥିବା ଯାଚିକାକୁ ମାର୍ଚ୍ଚ ୧୩ରେ ଶୁଣାଣି କରିବେ। କୋର୍ଟ ମଧ୍ୟ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଲାଗୁ ହେବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri