ପଞ୍ଜାବ ଟିମ୍‌କୁ ଗଲେ ରବାଡା, ଅଷ୍ଟ୍ରେଲିୟ ଅଧିନାୟକଙ୍କ ପାଇଁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଲଢ଼େଇ

ବେଙ୍ଗାଲୁରୁ,୧୨।୨: ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍‌ ବୋଲର୍‌ କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ୍‌ କିଙ୍ଗ୍ସ। ଏହି କ୍ରିକେଟର ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ଅପରପକ୍ଷେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ଅଧିନାୟକ ପ୍ୟାଟ୍‌ କମିନ୍ସ ୭.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ତାଙ୍କୁ ପୁଣି ଥରେ କୋଲକାତା ନାଇଟ ରାଇଡର୍ସ କିଣିଛି।

ରବାଡାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ୍‌ କରି ନ ଥିଲା। ଦଳର ଏହି ନିଷ୍ପତ୍ତିକୁ ଅନେକ ସମାଲୋଚନା କରିଥିଲେ। ହେଲେ ଶେଷରେ ୨୬ ବର୍ଷୀୟ ଏହି ଦ୍ରୁତ ବୋଲରଙ୍କୁ ପଞ୍ଜାବ ନିଜ ଟିମ୍‌ରେ ସାମିଲ କରିଛି। ସେ ଏଯାବତ ୫୦ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୭୬ ଉଇକେଟ ନେଇଛନ୍ତି।

ସେହିଭଳି କମିନ୍ସଙ୍କ ଆଇପିଏଲ୍‌ ରେକର୍ଡ ବେଶ୍‌ ପ୍ରଶଂସନୀୟ। ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲେ। ସିଜନ୍‌ର ୭ ମ୍ୟାଚ୍‌ରେ ସେ ୯ ଉଇକେଟ ହାତେଇଥିଲେ। ଶନିବାର ସେ ତୃତୀୟ ଖେଳାଳି ଭାବେ ବିକ୍ରି ହୋଇଥିଲେ। ଗୁଜରାଟ ଟାଇଟସ୍‌ ଏବଂ କେକେଆର୍‌ ମଧ୍ୟରେ କମିନ୍ସଙ୍କୁ ନେଇ ମୂଲ୍ୟ ଡକାଯାଇଥିଲା। ଉଭୟ ଫ୍ରାଞ୍ଚାଇଜ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ଲକ୍ଷ୍ନୌ ଟିମ୍‌ ରେସ୍‌କୁ ଆସିଥିଲା। ମାତ୍ର କେକେଆର୍‌ ତାଙ୍କୁ ପୁଣିଥରେ ଦଳରେ ସାମିଲ କରିବାରେ ସଫଳ ହୋଇଥିଲା। ଗତ ଥର କୋଲକାତା ତାଙ୍କ ପାଇଁ ୧୫.୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ପେର୍ସେପଲିସ୍‌ଠାରୁ ଲଢ଼େଇ କରି ହାରିଲା ଗୋଆ

ମାର୍ଗାଓ,୨୨।୪(ପି.ଟି.): ଏଠାରେ ଚାଲିଥିବା ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଚାମ୍ପିୟନ୍ସ ଲିଗ୍‌ରେ ଭାରତୀୟ କ୍ଲବ ଏଫ୍‌ସି ଗୋଆ ପ୍ରଭାବୀ ପ୍ରଦର୍ଶନ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ...

ଶାସ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁରୋଧ

ମୁମ୍ବାଇ,୧୭।୮: ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି। ତାଙ୍କୁ ୨୦୨୧ ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦଳର ଦାୟିତ୍ୱ...

ଓଡ଼ିଶା ୪-୧ରେ ଗୋଆକୁ ହରାଇଲା

ଭୁବନେଶ୍ୱର,୧୩ା୨(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୭୬ତମ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ମୁକାବିଲାରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି।...

ମୁମ୍ବାଇରେ ଧୋନୀ କିଣିଲେ ନୂଆ ବଙ୍ଗଳା: ଅବସର ପରେ ବି ସେ ୭୬୦ କୋଟି ସମ୍ପତ୍ତିର ମାଲିକ

ନୂଆ ଘର କିଣିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ଅବସର ସମୟ ଅତିବାହିତ କରିବାକୁ ଧୋନୀ ମୁମ୍ବାଇରେ ଏକ ଘର କିଣିଛନ୍ତି।...

ଓ୍ବେଷ୍ଟଇଣ୍ଡିଜର କ୍ଲିନ୍‌ ସୁଇପ୍‌

ଢାକା, ୧୫ା୨ (ଏପି)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ମ୍ୟାଚ୍‌କୁ ଓ୍ବେଷ୍ଟଇଣ୍ଡିଜ ୧୭ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୨-୦ରେ...

ନେମାର ଦୋଷମୁକ୍ତ

ବାର୍ସିଲୋନା,୧୪।୧୨(ଏପି): ସ୍ପାନିଶ କୋର୍ଟ ଏକ ଜାଲିଆତି ମାମଲାରେ ଫୁଟ୍‌ବଲ ଷ୍ଟାର ନେମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ବ୍ରାଜିଲର ଏହି ଖେଳାଳି ସାଣ୍ଟୋସରୁ...

ପ୍ରଥମେ ବୋଲିଂ କରିବ ଭାରତ

ଲିଡ୍ସ,୬।୭- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ଆମନ୍ତ୍ରଣ ପାଇଛି। ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week