Posted inଖେଳ

କ୍ୱିଟୋଭା, ପିରୋଙ୍କୋଭା, ସେରେନାଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୯।୯(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍‌ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସପ୍ତମ ସିଡ୍‌ ମାନ୍ୟତା ପାଇଥିବା କ୍ୱିଟୋଭା ୬-୩, ୭-୫ ସେଟ୍‌ରେ ଓସିଏନ ଡୋଡିନଙ୍କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। କ୍ୱିଟୋଭା ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ଜାସମିନ ପାଓଲିନିଙ୍କୁ ଭେଟିବେ। ପାଓଲିନି ପ୍ରଥମ ରାଉଣ୍ଡରେ ସ୍ପେନ୍‌ର ଆଲିଓନା ବୋଲସୋଭାଙ୍କୁ ୬-୪, ୬-୩ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଗୌଫ୍‌୬-୩, ୬-୩ ସେଟ୍‌ରେ ନବମ ସିଡ୍‌ ବ୍ରିଟେନର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ରେ ଗୌଫ୍‌ ପଦାର୍ପଣରେ ବିପର୍ଯ୍ୟୟ ଘଟାଇଛନ୍ତି। ଗୌଫ୍‌ ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ମାର୍ଟିନା ଟ୍ରେଭିସେନଙ୍କୁ ଭେଟିବେ। ଟ୍ରେଭିସେନ ଇଟାଲୀର କାମିଲା ଜିଓର୍ଜିଙ୍କ ବିପକ୍ଷରେ ଓ୍ବାକ ଓଭର ପାଇଁ ଅଗ୍ରଗତି କରିଛନ୍ତି। ସେହିପରି ପିରୋଙ୍କୋଭା ୬-୩, ୬-୩ ସେଟ୍‌ରେ ଜର୍ମାନୀର ଆଣ୍ଡ୍ରିଆ ପେଟ୍‌କୋଭିକଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଷଷ୍ଠ ସିଡ୍‌ ଆମେରିକୀୟ ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ନିଜ ଦେଶର କ୍ରିଷ୍ଟି ଆନଙ୍କୁ ୭-୬, ୬-୦ ସେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା

ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ...

ରୋନାଲ୍ଡୋ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ରିୟାଧ,୧ା୩(ପି.ଟି.):ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍‌ର ଏକ ମ୍ୟାଚ୍‌ ସମୟରେ...

ବିରାଟଙ୍କଠାରୁ ବି ଅଧିକ ପାଓ୍ବାରଫୁଲ ଜୟ ଶାହା? ଟପ ଟେନ ତାଲିକାରେ ଧୋନି-ନିରଜ ଚୋପ୍ରା ସାମିଲ

ନୂଆଦିଲ୍ଲୀ,୨୯।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଦେଶର କ୍ରିକେଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଏହି ପ୍ରସଙ୍ଗରେ ସେ ବିରାଟ...

ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ

ନୂଆଦିଲ୍ଲୀ,୨୯ା୨: ନ୍ୟାଶନାଲ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବେ ନାହିଁ ଅଗ୍ରଣୀ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ପକ୍ଷରୁ ତାଙ୍କୁ କରାଯାଇଥିବା ଆମନ୍ତ୍ରଣକୁ...

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୯/୯

ଓ୍ବେଲିଂଟନ(ନ୍ୟୁଜିଲାଣ୍ଡ),୨୯ା୨: ବେସି ରିଜର୍ଭଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କାମେରନ ଗ୍ରୀନ୍‌ (୧୦୩*)ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ...

‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’

ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ...

‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’

ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ...

ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍‌ ପଡ଼ିଥିବା ବେଳେ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri