ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ପ୍ରଶ୍ନପତ୍ର

ଭୁବନେଶ୍ୱର,୧୨।୭(ଅନୁରାଧା ମହାରଣା): ଚଳିତ ମାସ ୧୩ ଓ ୧୪ ତାରିଖରେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପ୍ରଶ୍ନପତ୍ର ସୁରକ୍ଷିତ ରଖିତ୍ବା ଓ ପରୀକ୍ଷାକେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତି ନେଇ ଉଚ୍ଚ ମାଧ୍ୟମିକ ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିପରି ଏକ୍ସରେଗୁଲାର ଓ ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ପ୍ରଦାନରେ ଦ୍ୱନ୍ଦ୍ୱ ନ ରଖିବା ନିମନ୍ତେ ସିଏଚ୍‌ଏସ୍‌ଇ ପକ୍ଷରୁ ଅବଗତ କରାଯାଇଛି। ମଙ୍ଗଳବାର ପରୀକ୍ଷାକେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ରଖାଯାଇଛି।
ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୩୨ଟି ପରୀକ୍ଷା କେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତ କରାଯିବ। ତେବେ ଏଥିପାଇଁ କେତୋଟି ସର୍ତ୍ତ ରଖାଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇବେ। ତେବେ ସଂପୃକ୍ତ ଶିକ୍ଷୟିତ୍ରୀ ବା ଶିକ୍ଷକଙ୍କ ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ, ଭାଇ ଓ ଭଉଣୀ କିମ୍ବା ଅତିନିକଟ ସମ୍ପର୍କୀୟ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉ ନ ଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି। ପରୀକ୍ଷା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ଅନ୍ୟାନ୍ୟ କାର୍ଯ୍ୟଭାର ରହୁଥିବାରୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ନାହିଁ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପିଛା ୪୦ଟଙ୍କା ପୈଠ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଯାଇଛି। ସେହିପରି ୨୦୨୦ ମସିହା ମଧ୍ୟରେ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ୨୦୨୧ ପରଠାରୁ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ଦର୍ଶାଯାଇଛି। ଏଥିରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଏହାକୁ ଷ୍ଟ୍ରଙ୍ଗରୁମ୍‌ରେ ସିସିଟିଭି ନଜରରେ ରଖାଯାଇଛି। ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଉଛି। ସିଏଚ୍‌ଏସ୍‌ଇ ଓ୍ବେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଥିବା ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷାରେ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହଁ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ ପରେ ଆତ୍ମାହୁତି ଚେତାବନୀ, ପ୍ରଶାସନର ତତ୍ପରତା

ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri