କ୍ରୀଡ଼ା ରାଣୀ

– ଜିତେନ୍ଦ୍ର କୁମାର ନାୟକ

 

ପରିଣତ ବୟସରେ ଅବତୀର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତି କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ପାଇପାରନ୍ତି। ସେଥିପାଇଁ ବୟସକୁ କେବଳ ଏକ ନମ୍ବର ଭାବେ ଗଣାଯାଇଥାଏ। ଏବେ ଏହାର ପ୍ରକୃଷ୍ଟ ଉଦାହରଣ ପାଲଟିଛନ୍ତି ଭଗଓ୍ବାନି ଦେବୀ ଡାଗର। ୯୪ ବର୍ଷ ବୟସରେ ସେ ଓ୍ବାର୍ଲଡ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ରେ ସ୍ବର୍ଣ୍ଣପଦକ ବିଜୟିନୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୧୦୦ ମିଟର ଦୌଡ଼କୁ ସେ ୨୪.୭୪ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଏଥିସହିତ ସେ ଶଟ୍‌ ପୁଟ୍‌ରେ ମଧ୍ୟ ତାମ୍ର ଫଳକ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଖେଳାଳିମାନେ ଏହି ଚାମ୍ପିୟନଶିପ୍‌ରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ କରିଥାଆନ୍ତି। ବିଭିନ୍ନ ବର୍ଗକୁ ନେଇ ୩୫ରୁ ୧୦୫ ବର୍ଷ ବୟସ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଅତି ବୟସ ବର୍ଗରେ ଭଗଓ୍ବାନି ଅଂଶଗ୍ରହଣ କରି ଯେଉଁ ବିରଳ କୀର୍ତ୍ତିମାନ ରଚିଛନ୍ତି, ସେଥିଲାଗି ତାଙ୍କୁ ସମାଜର ସବୁ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ଏହି ବୟସରେ ସେ ଫିନ୍‌ଲାଣ୍ଡ୍‌ର ତାମ୍ପେର୍‌ରେ ଯେଉଁ ଦୃଢ଼ ଇଚ୍ଛାଶକ୍ତି ରଖି ସଫଳତା ଅର୍ଜନ କରିଛନ୍ତି, ତାହା ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଲାଗି ଯଥେଷ୍ଟ।
ହରିୟାଣାର ଖିଡ୍‌କା ଗ୍ରାମରେ ଭଗଓ୍ବାନି ୧୯୨୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ଓ ପିଲାବେଳ ବିଷୟରେ ବହୁତ ତଥ୍ୟ ଲୋକଲୋଚନକୁ ଆସିପାରି ନ ଥିଲେ ମଧ୍ୟ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରପ୍ରାପ୍ତ ପାରା ଆଥ୍‌ଲେଟ୍‌ ବିକାଶ ଡାଗରଙ୍କ ସେ ହେଉଛନ୍ତି ଜେଜେମା’। ସେ ପ୍ରତିଦିନ ପ୍ରାତଃ ଓ ସନ୍ଧ୍ୟା ସମୟରେ ତିନି କିଲୋମିଟର ଚାଲିବାର ଅଭ୍ୟାସ ଜାରି ରଖିଛନ୍ତି। ବିକାଶ ତାଙ୍କୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ପରେ ଭଗଓ୍ବାନି ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛନ୍ତି। ଜେଜେମା’ଙ୍କ ସୋସିଆଲ ମିଡିଆରେ ଉପସ୍ଥିତି ନ ଥିବାରୁ ବିକାଶ ତାଙ୍କ ସଫଳତାକୁ ନିଜ ଏକାଉଣ୍ଟ ମାଧ୍ୟମରେ ଦିଗବିଦିଗ କରାଇଛନ୍ତି। ଚଳିତବର୍ଷ ମେ’ରେ ଭଗଓ୍ବାନି ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ନ୍ୟାଶନାଲ ମାଷ୍ଟର୍ସ ଆଥ୍‌ଲେଟିକ୍ସରେ ଭାଗ ନେଇ ତିନୋଟି ସ୍ବର୍ଣ୍ଣ ପଦକ ଜିତି ଥିଲେ। ଜାତୀୟ ଚାମ୍ପିୟନଶିପ୍‌ରେ ଉତ୍ତମ ପ୍ରଦର୍ଶନ କରିବା ପରେ ସେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ୨୯ ଜୁନ୍‌ରୁ ୧୦ ଜୁଲାଇ ମଧ୍ୟରେ ଫିନ୍‌ଲାଣ୍ଡ୍‌ଠାରେ ଅନୁଷ୍ଠିତ ଓ୍ବାର୍ଲଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାଗ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଭଗଓ୍ବାନି ଦେବୀଙ୍କୁ ଦିଲ୍ଲୀ ବିମାନବନ୍ଦରଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଆଗକୁ ଅନ୍ୟାନ୍ୟ ରାଷ୍ଟ୍ରକୁ ଯାଇ ଅଧିକ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବେ।
ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭଗଓ୍ବାନିଙ୍କ କ୍ରୀଡ଼ା ଜୀବନ ୨୦୨୨ ପ୍ରାରମ୍ଭରେ ଆରମ୍ଭ ହୋଇଥିଲା। ଦିଲ୍ଲୀ ଷ୍ଟେଟ୍‌ ମାଷ୍ଟର୍ସ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ୧୦୦ ମିଟର ଦୌଡ଼, ଜାଭେଲିନ୍‌ ଥ୍ରୋ ଓ ଶଟ୍‌ ପୁଟ୍‌ରେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭଗଓ୍ବାନିଙ୍କ ସଫଳତା ବିଷୟରେ ନାତି ବିକାଶ ଏକ ସାକ୍ଷାତକାରରେ କହିଛନ୍ତି, ଜେଜେମା’ଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଥିବା ସେ ଜାଣି ନ ଥିଲେ। ଥରେ ରାତିରେ ଜେଜେମା’ ତାଙ୍କୁ ଶଟ୍‌ ପୁଟ୍‌ ଦେବାକୁ କହିଥିଲେ। ସେହି ଅନୁଯାୟୀ ସେ ତାଙ୍କୁ ତାହା ଦେଇଥିଲେ। ତା’ ପରଦିନ ସକାଳ ହେବା କ୍ଷଣି ଜେଜେମା’ ତାଙ୍କୁ ଉଠାଇ ବଲ୍‌ ଦେବାକୁ ପୁଣି କହିଥିଲେ। ସେତେବେଳେ ବିକାଶ ଜାଣିବାକୁ ପାଇଥିଲେ ଯେ, ତାଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ରହିଛି। ତା’ ପରେ ଜେଜେମା’ ଓ ନାତି ପଡ଼ିଆକୁ ଗଲେ ଓ ଖେଳ ଅଭ୍ୟାସ ଆରମ୍ଭ ହୋଇଗଲା। ଏମିତିରେ ଭଗଓ୍ବାନି ଦୈନିକ ଚାଲିବାରେ ଅଭ୍ୟାସ ରଖିଥିବା ବେଳେ ତିନିମହଲା ବିଶିଷ୍ଟ କୋଠାକୁ ପାହାଚ ଦେଇ ଯିବାଆସିବା କରିଥାଆନ୍ତି। ଏଭଳି ଅଭ୍ୟାସ ଯୋଗୁ ସେ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିଥିଲେ। ବିକାଶ କହିଛନ୍ତି, ଯେତେବେଳେ ସେ ଜାଣିବାକୁ ପାଇଲେ ଜେଜେମା’ ବୟସ୍କଙ୍କ କ୍ରୀଡ଼ାରେ ଭାଗ ନେଲେ କିଛି ନୂଆ କରିଦେଖାଇପାରିବେ, ସେତେବେଳେ ସେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ଜେଜେମା’ଙ୍କ ସଫଳତାରେ ବିକାଶ ଖୁସି ବୋଲି କହିଛନ୍ତି। ଏଥିସହିତ ଭଗଓ୍ବାନି ୨୦୨୩ରେ ପୋଲାଣ୍ଡର ତୋରୁନ୍‌ଠାରେ ହେବାକୁ ଥିବା ଓ୍ବାର୍ଲଡ ମାଷ୍ଟର୍ସ ଇନ୍‌ଡୋର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ବିକାଶ କହିଛନ୍ତି। ବାସ୍ତବରେ ଭଗଓ୍ବାନିଙ୍କ କ୍ରୀଡ଼ା ଯାତ୍ରା ସ୍ବଳ୍ପ ଅବଧିର ହୋଇଥିଲେ ହେଁ ଆତ୍ମବିଶ୍ୱାସ ବଳରେ ସେ ଏବେ ବିଶ୍ୱ ଯୁବପିଢ଼ିଙ୍କ ଆଗରେ କ୍ରୀଡ଼ା ରାଣୀ ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri