କ୍ରୀଡ଼ା ରାଣୀ

– ଜିତେନ୍ଦ୍ର କୁମାର ନାୟକ

 

ପରିଣତ ବୟସରେ ଅବତୀର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତି କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ପାଇପାରନ୍ତି। ସେଥିପାଇଁ ବୟସକୁ କେବଳ ଏକ ନମ୍ବର ଭାବେ ଗଣାଯାଇଥାଏ। ଏବେ ଏହାର ପ୍ରକୃଷ୍ଟ ଉଦାହରଣ ପାଲଟିଛନ୍ତି ଭଗଓ୍ବାନି ଦେବୀ ଡାଗର। ୯୪ ବର୍ଷ ବୟସରେ ସେ ଓ୍ବାର୍ଲଡ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ରେ ସ୍ବର୍ଣ୍ଣପଦକ ବିଜୟିନୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୧୦୦ ମିଟର ଦୌଡ଼କୁ ସେ ୨୪.୭୪ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଏଥିସହିତ ସେ ଶଟ୍‌ ପୁଟ୍‌ରେ ମଧ୍ୟ ତାମ୍ର ଫଳକ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଖେଳାଳିମାନେ ଏହି ଚାମ୍ପିୟନଶିପ୍‌ରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ କରିଥାଆନ୍ତି। ବିଭିନ୍ନ ବର୍ଗକୁ ନେଇ ୩୫ରୁ ୧୦୫ ବର୍ଷ ବୟସ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଅତି ବୟସ ବର୍ଗରେ ଭଗଓ୍ବାନି ଅଂଶଗ୍ରହଣ କରି ଯେଉଁ ବିରଳ କୀର୍ତ୍ତିମାନ ରଚିଛନ୍ତି, ସେଥିଲାଗି ତାଙ୍କୁ ସମାଜର ସବୁ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ଏହି ବୟସରେ ସେ ଫିନ୍‌ଲାଣ୍ଡ୍‌ର ତାମ୍ପେର୍‌ରେ ଯେଉଁ ଦୃଢ଼ ଇଚ୍ଛାଶକ୍ତି ରଖି ସଫଳତା ଅର୍ଜନ କରିଛନ୍ତି, ତାହା ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଲାଗି ଯଥେଷ୍ଟ।
ହରିୟାଣାର ଖିଡ୍‌କା ଗ୍ରାମରେ ଭଗଓ୍ବାନି ୧୯୨୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ଓ ପିଲାବେଳ ବିଷୟରେ ବହୁତ ତଥ୍ୟ ଲୋକଲୋଚନକୁ ଆସିପାରି ନ ଥିଲେ ମଧ୍ୟ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରପ୍ରାପ୍ତ ପାରା ଆଥ୍‌ଲେଟ୍‌ ବିକାଶ ଡାଗରଙ୍କ ସେ ହେଉଛନ୍ତି ଜେଜେମା’। ସେ ପ୍ରତିଦିନ ପ୍ରାତଃ ଓ ସନ୍ଧ୍ୟା ସମୟରେ ତିନି କିଲୋମିଟର ଚାଲିବାର ଅଭ୍ୟାସ ଜାରି ରଖିଛନ୍ତି। ବିକାଶ ତାଙ୍କୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ପରେ ଭଗଓ୍ବାନି ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛନ୍ତି। ଜେଜେମା’ଙ୍କ ସୋସିଆଲ ମିଡିଆରେ ଉପସ୍ଥିତି ନ ଥିବାରୁ ବିକାଶ ତାଙ୍କ ସଫଳତାକୁ ନିଜ ଏକାଉଣ୍ଟ ମାଧ୍ୟମରେ ଦିଗବିଦିଗ କରାଇଛନ୍ତି। ଚଳିତବର୍ଷ ମେ’ରେ ଭଗଓ୍ବାନି ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ନ୍ୟାଶନାଲ ମାଷ୍ଟର୍ସ ଆଥ୍‌ଲେଟିକ୍ସରେ ଭାଗ ନେଇ ତିନୋଟି ସ୍ବର୍ଣ୍ଣ ପଦକ ଜିତି ଥିଲେ। ଜାତୀୟ ଚାମ୍ପିୟନଶିପ୍‌ରେ ଉତ୍ତମ ପ୍ରଦର୍ଶନ କରିବା ପରେ ସେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ୨୯ ଜୁନ୍‌ରୁ ୧୦ ଜୁଲାଇ ମଧ୍ୟରେ ଫିନ୍‌ଲାଣ୍ଡ୍‌ଠାରେ ଅନୁଷ୍ଠିତ ଓ୍ବାର୍ଲଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାଗ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଭଗଓ୍ବାନି ଦେବୀଙ୍କୁ ଦିଲ୍ଲୀ ବିମାନବନ୍ଦରଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଆଗକୁ ଅନ୍ୟାନ୍ୟ ରାଷ୍ଟ୍ରକୁ ଯାଇ ଅଧିକ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବେ।
ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭଗଓ୍ବାନିଙ୍କ କ୍ରୀଡ଼ା ଜୀବନ ୨୦୨୨ ପ୍ରାରମ୍ଭରେ ଆରମ୍ଭ ହୋଇଥିଲା। ଦିଲ୍ଲୀ ଷ୍ଟେଟ୍‌ ମାଷ୍ଟର୍ସ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ୧୦୦ ମିଟର ଦୌଡ଼, ଜାଭେଲିନ୍‌ ଥ୍ରୋ ଓ ଶଟ୍‌ ପୁଟ୍‌ରେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭଗଓ୍ବାନିଙ୍କ ସଫଳତା ବିଷୟରେ ନାତି ବିକାଶ ଏକ ସାକ୍ଷାତକାରରେ କହିଛନ୍ତି, ଜେଜେମା’ଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଥିବା ସେ ଜାଣି ନ ଥିଲେ। ଥରେ ରାତିରେ ଜେଜେମା’ ତାଙ୍କୁ ଶଟ୍‌ ପୁଟ୍‌ ଦେବାକୁ କହିଥିଲେ। ସେହି ଅନୁଯାୟୀ ସେ ତାଙ୍କୁ ତାହା ଦେଇଥିଲେ। ତା’ ପରଦିନ ସକାଳ ହେବା କ୍ଷଣି ଜେଜେମା’ ତାଙ୍କୁ ଉଠାଇ ବଲ୍‌ ଦେବାକୁ ପୁଣି କହିଥିଲେ। ସେତେବେଳେ ବିକାଶ ଜାଣିବାକୁ ପାଇଥିଲେ ଯେ, ତାଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ରହିଛି। ତା’ ପରେ ଜେଜେମା’ ଓ ନାତି ପଡ଼ିଆକୁ ଗଲେ ଓ ଖେଳ ଅଭ୍ୟାସ ଆରମ୍ଭ ହୋଇଗଲା। ଏମିତିରେ ଭଗଓ୍ବାନି ଦୈନିକ ଚାଲିବାରେ ଅଭ୍ୟାସ ରଖିଥିବା ବେଳେ ତିନିମହଲା ବିଶିଷ୍ଟ କୋଠାକୁ ପାହାଚ ଦେଇ ଯିବାଆସିବା କରିଥାଆନ୍ତି। ଏଭଳି ଅଭ୍ୟାସ ଯୋଗୁ ସେ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିଥିଲେ। ବିକାଶ କହିଛନ୍ତି, ଯେତେବେଳେ ସେ ଜାଣିବାକୁ ପାଇଲେ ଜେଜେମା’ ବୟସ୍କଙ୍କ କ୍ରୀଡ଼ାରେ ଭାଗ ନେଲେ କିଛି ନୂଆ କରିଦେଖାଇପାରିବେ, ସେତେବେଳେ ସେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ଜେଜେମା’ଙ୍କ ସଫଳତାରେ ବିକାଶ ଖୁସି ବୋଲି କହିଛନ୍ତି। ଏଥିସହିତ ଭଗଓ୍ବାନି ୨୦୨୩ରେ ପୋଲାଣ୍ଡର ତୋରୁନ୍‌ଠାରେ ହେବାକୁ ଥିବା ଓ୍ବାର୍ଲଡ ମାଷ୍ଟର୍ସ ଇନ୍‌ଡୋର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ବିକାଶ କହିଛନ୍ତି। ବାସ୍ତବରେ ଭଗଓ୍ବାନିଙ୍କ କ୍ରୀଡ଼ା ଯାତ୍ରା ସ୍ବଳ୍ପ ଅବଧିର ହୋଇଥିଲେ ହେଁ ଆତ୍ମବିଶ୍ୱାସ ବଳରେ ସେ ଏବେ ବିଶ୍ୱ ଯୁବପିଢ଼ିଙ୍କ ଆଗରେ କ୍ରୀଡ଼ା ରାଣୀ ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri