ସମବାୟ ସମିତିରେ ମିଳୁନାହିଁ ଧାନ ବିହନ

ପଟ୍ଟାମୁଣ୍ଡାଇ,୧୭।୭(ସ୍ବ.ପ୍ର.): ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତି। ପ୍ରାଥମିକ କୃଷି ସେବା ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ କମ୍‌ ଦାମ୍‌ରେ ବିହନ ଯୋଗାଇଦେବା କଥା। ତେବେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୧୬ ପ୍ରାଥମିକ ସମବାୟ ସମିତି ମଧ୍ୟରୁ ୪ଟି ସମିତିରେ ଚାଷୀଙ୍କୁ ସ୍ବଳ୍ପ ବିହନ ଯୋଗାଇ ଦିଆଯାଇଛି। ଚନ୍ଦନନଗର ସମବାୟ ସମିତି ପକ୍ଷରୁ ୯ କୁଇଣ୍ଟାଲ, ବଡ଼ମୂଳବସନ୍ତରେ ୩୨.୬ କୁଇଣ୍ଟାଲ, ଡାମରପୁରରେ ୨୨.୮ କୁଇଣ୍ଟାଲ, ପେଣ୍ଠପାଳ ସମବାୟ ପକ୍ଷରୁ ୨୯.୧୦ କୁଇଣ୍ଟାଲ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି।
ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବ୍ଲକରେ ୧୧,୭୦୦ ହେକ୍ଟର ଜିମିରେ ଧାନଚାଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ବିହନ ମିଳିପାରିନାହଁି। ଫଳରେ ଚାଷୀମାନେ ବାଧ୍ୟହୋଇ ବଜାରରୁ ବିହନ କିଣି ତଳି ପକାଇ ଥିଲେ। ମାତ୍ର ଉକ୍ତ ବିହନ ଗଜା ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ କମ୍ପାନୀର ଧାନ ବିହନ ଦୋକାନୀଙ୍କଠାରୁ କିଣି ଚାଷୀ ଠକାମିର ଶିକାର ହୋଇଛନ୍ତି। ସେଥିପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ସରକାରୀ ବିହନ ଉପରେ ବିଶ୍ୱାସ ଆଉ ଭରସା ରଖି ସୋସାଇଟିରୁ ବିହନ କିଣିବାକୁ ମନସ୍ଥ କାରିଥିବା ଚାଷୀ ଠକାମିର ଶିକାର ହୋଇଛି। ଉକ୍ତ ବିହନ ଗଜା ନ ହେବାରୁ ଚାଷୀ ଏବେ କରିବେ କ’ଣ ବୋଲି ଚିନ୍ତାର କାରଣ ପାଲଟିଛି। ଚାଷୀ ଏବେ ବିହନ ଆଣିବ କେଉଁଠୁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ସରକାର ଉନ୍ନତମାନର ବିହନ ବିକିବା ପାଇଁ ସିଡ୍‌ସ କର୍‌ପୋରେଶନ ମାଧ୍ୟମରେ ବିହନ ସଂଗ୍ରହ କରି ସୋସାଇଟି ଜରିଆରେ ବିକ୍ରୟ କରାଯାଏ। ମାତ୍ର ସିଡ୍‌ସ କର୍‌ପୋରେଶନ ଯଦି ବିହନ ଯୋଗାଇ ନ ଦିଏ ତେବେ ଚାଷୀ ଭରସା କାହାକୁ କରିବେ ବୋଲି କହିଛନ୍ତି।
ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ସରକାର ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ, ସାର, ଔଷଧ ଯୋଗାଇଦେବେ ବୋଲି ପ୍ରଚାର କରୁଛନ୍ତି। ପ୍ରାଥମିକ କୃଷି ସେବା ସମିତି ଗୁଡିକରୁ ସରକାରୀ ବିହନ କିଣି ଚାଷୀ ତଳି ପକାଇଥାନ୍ତି। ମାତ୍ର ଚଳିତ ବର୍ଷ କୃଷି ସେବା ସମିତିରୁ ଚାଷୀ ଉନ୍ନତ ବିହନ ପାଇପାରୁନାହାନ୍ତି କିମ୍ବା ସାର, ଔଷଧ ମଧ୍ୟ ଠିକ୍‌ ସମୟରେ ମିଳୁନାହିଁ। ସରକାର ତୁରନ୍ତି ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଯୁବଚାଷୀ ସୁଶାନ୍ତ ସାମଲ କହିଛନ୍ତି, ସରକାରୀ ସିଡ୍‌ସ କର୍‌ପୋରେଶନରୁ ବିହନ ନ ମିଳିବାରୁ ଚାଷୀ ବଜାରରୁ ବିହନ କିଣିଥିଲେ। ହେଲେ ଏବେ ସେମାନେ ଠକାମିର ଶିକାର ହୋଇଛନ୍ତି। ଠିକ୍‌ ସମୟରେ ଚାଷୀ ବିହନ ନ ପାଇଲେ ଗୋଟିଏ ବର୍ଷର ଧାନଫସଲ ଅମଳ କରିବା ସମ୍ଭବ ହେବନାହିଁ। ବଜାରରୁ କିଣୁଥିବା ଧାନ ବିହନ ଉନ୍ନତମାନର ନୁହେଁ ବୋଲି ଚାଷୀ ଜାଣିପାରୁନାହାନ୍ତି। ଉକ୍ତ ବିହନକୁ କିଣି ତଳି ପକାଇ ଗଜା ନ ହେବା ପରେ ଚାଷୀ ଜାଣିବାକୁ ପାଇଲେ ଯେ ଏହା ନିମ୍ନମାନର। ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇଦେବା ଦରକାର ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri