ମହାକାଳପଡ଼ାରେ ନାବାଳିକା ସାଜୁଛନ୍ତି ମା’

ମହାକାଳପଡ଼ା,୧୭।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। କମ୍‌ ବୟସରେ ନାବାଳିକା ବିବାହ କରିବା ପରେ ସେମାନେ ମାତୃତ୍ୱ ଲାଭ କରୁଛନ୍ତି। ମା’ ହେବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏଠାରେ ନାବାଳିକାଙ୍କ ଜନ୍ମ ତାରିଖକୁ ଆଧାର କେନ୍ଦ୍ରରେ ଏଡିଟିଂ ବା ଟ୍ୟାମ୍ପରିଂ (ଜାଲିଆତି) କରାଯିବା, ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ସହ ମା’ବାପାଙ୍କ ସ୍ବୀକୃତି ଏବଂ ପ୍ରଶାସନିକ ଅଧିକାରୀଙ୍କ ସଚେତନତା ଅଭାବ ଯୋଗୁ ଏହି ସମସ୍ୟା ଦେଖିବାକୁ ମିଳିଛି। ବ୍ଲକର ବତୀଘର, ଜମ୍ବୁ, ସୁନୀତି, କେବି ଦାଣ୍ଡୁଆ, ବଉଳକଣି, ପେଟଛେଲା, ରାମନଗର ଓ ଖରିନାସୀ ଆଦି ପଞ୍ଚାୟତରେ ବହୁଳ ଭାବେ ନାବାଳିକା ବିବାହ ହେଉଛି। ଅପରପକ୍ଷେ ଏହି ବିବାହ ପାରମ୍ପରିକ ବଙ୍ଗ ଭାଷାଭାଷୀ ସମାଜରେ ବହୁଳ ଭାବେ ଦେଖିବାକୁ ମିଳେ। ଏହି ସମାଜରେ ୧୨ରୁ ୧୬ ବର୍ଷ ବୟସର ନାବାଳିକାଙ୍କୁ ଗୁପ୍ତରେ ବିବାହ କରାଯାଏ। ତେବେ ଏପରି ବିବାହକୁ ଲୁଚିଛପି ମଠ, ମନ୍ଦିର ଓ ଧର୍ମାନୁଷ୍ଠାନରେ ପରିବାର ପରିଜନ ଓ ଦଲାଲମାନେ ମୋଟାଅଙ୍କର ଅର୍ଥ ନେଇ ସହାୟତା କରିଥାନ୍ତି। ଆଇନ ଅନୁସାରେ ଏହି ବିବାହକୁ ବାରଣ କରାଯାଇଛି। ଏହି ବିବାହ ଏକ ସାମାଜିକ ବ୍ୟାଧି। ଏଥିରେ ସମ୍ପୃକ୍ତ ଥିବା ପରିବାର ଓ ଦଲାଲମାନେ ଆଇନ ଜାଲରେ ଛନ୍ଦିହେବାର ବ୍ୟବସ୍ଥା ରହିଛି।
ସେହିପରି ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେଜଣ ଅଙ୍ଗନଓ୍ବାଡି କର୍ମୀ କହିବା କଥା, ୧୭ ବର୍ଷର ଅନେକ ନାବାଳିକା ବିବାହ କରୁଥିବାରୁ ସେମାନେ ମମତା ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ମମତା ଯୋଜନାରେ ସାମିଲ ହେବାକୁ ହେଲେ ଜଣେ ମା’ଙ୍କୁ ଅତି କମ୍‌ରେ ୧୯ ବର୍ଷ ହୋଇଥିବା ଦରକାର। ଅଳ୍ପ ବୟସରେ ବିବାହ କରିବା ଦ୍ୱାରା ସେମାନେ ଶାରୀରିକ, ମାନସିକ ଭାବେ ପ୍ରଭାବିତ ହୋଇଥାନ୍ତି। କମ୍‌ ବୟସରେ ମାତୃତ୍ୱ ଲାଭ କରିଥାନ୍ତି। ଫଳରେ ପିଲା ଜନ୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମା’ଙ୍କ ମୃତ୍ୟୁ ହେବା ସହ ଶିଶୁଟି ଅପରିପକ୍ୱ ଭାବେ ଜନମ ନେଉଥିବାରୁ ବିକଳାଙ୍ଗ ହେବାର ସମ୍ଭାବନା ଅଧିକ ରହୁଛି। ବର୍ଷକୁ ହାରାହାରି ଏହି ଅଞ୍ଚଳରେ ୧୦୦ରୁ ଅଧିକ ନାବାଳିକା ବିବାହ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨ ଶହରୁ ଅଧିକ ନାବାଳିକା ମା’ ମମତା ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଅନେକ କ୍ଷେତ୍ରରେ ନାବାଳିକାଙ୍କ ମା’ ବାପା ପଇସା ଲୋଭରେ ସୁଦୂର ଉତ୍ତରପ୍ରଦେଶର ଝାନ୍‌ସୀ, ମଥୁରା ଆଦି ସ୍ଥାନରେ ବୟସ୍କ ବ୍ୟକ୍ତିଙ୍କୁ ବିବାହ ଦେଉଥିବା ନଜିର ରହିଛି। ଅନେକ ସମୟରେ ସ୍ଥାନୀୟ ଦଲାଲମାନେ ମୋଟା ଅଙ୍କର ଅର୍ଥ ନେଇ ସୁଦୂର ଉତ୍ତରପ୍ରଦେଶ, କୋଲ୍‌କାତା ଆଦି ଅଞ୍ଚଳରେ ବୃଦ୍ଧଙ୍କୁ ବିବାହ କରାଉଛନ୍ତି ବୋଲି ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ, ବ୍ଲକ ଉପକୂଳ ଅଞ୍ଚଳର ଏକ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁପ୍ତ ବିବାହ ଚାଲିଥିବା ବେଳେ ସ୍ଥାନୀୟ ଯୁବକମାନେ ଏହାକୁ ବିରୋଧ କରିଥିଲେ। ତରବରିଆ ଭାବେ ବ୍ରାହ୍ମଣ ବିବାହ ସମ୍ପନ୍ନ କରି ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?