ମହାକାଳପଡ଼ାରେ ନାବାଳିକା ସାଜୁଛନ୍ତି ମା’

ମହାକାଳପଡ଼ା,୧୭।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। କମ୍‌ ବୟସରେ ନାବାଳିକା ବିବାହ କରିବା ପରେ ସେମାନେ ମାତୃତ୍ୱ ଲାଭ କରୁଛନ୍ତି। ମା’ ହେବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏଠାରେ ନାବାଳିକାଙ୍କ ଜନ୍ମ ତାରିଖକୁ ଆଧାର କେନ୍ଦ୍ରରେ ଏଡିଟିଂ ବା ଟ୍ୟାମ୍ପରିଂ (ଜାଲିଆତି) କରାଯିବା, ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ସହ ମା’ବାପାଙ୍କ ସ୍ବୀକୃତି ଏବଂ ପ୍ରଶାସନିକ ଅଧିକାରୀଙ୍କ ସଚେତନତା ଅଭାବ ଯୋଗୁ ଏହି ସମସ୍ୟା ଦେଖିବାକୁ ମିଳିଛି। ବ୍ଲକର ବତୀଘର, ଜମ୍ବୁ, ସୁନୀତି, କେବି ଦାଣ୍ଡୁଆ, ବଉଳକଣି, ପେଟଛେଲା, ରାମନଗର ଓ ଖରିନାସୀ ଆଦି ପଞ୍ଚାୟତରେ ବହୁଳ ଭାବେ ନାବାଳିକା ବିବାହ ହେଉଛି। ଅପରପକ୍ଷେ ଏହି ବିବାହ ପାରମ୍ପରିକ ବଙ୍ଗ ଭାଷାଭାଷୀ ସମାଜରେ ବହୁଳ ଭାବେ ଦେଖିବାକୁ ମିଳେ। ଏହି ସମାଜରେ ୧୨ରୁ ୧୬ ବର୍ଷ ବୟସର ନାବାଳିକାଙ୍କୁ ଗୁପ୍ତରେ ବିବାହ କରାଯାଏ। ତେବେ ଏପରି ବିବାହକୁ ଲୁଚିଛପି ମଠ, ମନ୍ଦିର ଓ ଧର୍ମାନୁଷ୍ଠାନରେ ପରିବାର ପରିଜନ ଓ ଦଲାଲମାନେ ମୋଟାଅଙ୍କର ଅର୍ଥ ନେଇ ସହାୟତା କରିଥାନ୍ତି। ଆଇନ ଅନୁସାରେ ଏହି ବିବାହକୁ ବାରଣ କରାଯାଇଛି। ଏହି ବିବାହ ଏକ ସାମାଜିକ ବ୍ୟାଧି। ଏଥିରେ ସମ୍ପୃକ୍ତ ଥିବା ପରିବାର ଓ ଦଲାଲମାନେ ଆଇନ ଜାଲରେ ଛନ୍ଦିହେବାର ବ୍ୟବସ୍ଥା ରହିଛି।
ସେହିପରି ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେଜଣ ଅଙ୍ଗନଓ୍ବାଡି କର୍ମୀ କହିବା କଥା, ୧୭ ବର୍ଷର ଅନେକ ନାବାଳିକା ବିବାହ କରୁଥିବାରୁ ସେମାନେ ମମତା ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ମମତା ଯୋଜନାରେ ସାମିଲ ହେବାକୁ ହେଲେ ଜଣେ ମା’ଙ୍କୁ ଅତି କମ୍‌ରେ ୧୯ ବର୍ଷ ହୋଇଥିବା ଦରକାର। ଅଳ୍ପ ବୟସରେ ବିବାହ କରିବା ଦ୍ୱାରା ସେମାନେ ଶାରୀରିକ, ମାନସିକ ଭାବେ ପ୍ରଭାବିତ ହୋଇଥାନ୍ତି। କମ୍‌ ବୟସରେ ମାତୃତ୍ୱ ଲାଭ କରିଥାନ୍ତି। ଫଳରେ ପିଲା ଜନ୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମା’ଙ୍କ ମୃତ୍ୟୁ ହେବା ସହ ଶିଶୁଟି ଅପରିପକ୍ୱ ଭାବେ ଜନମ ନେଉଥିବାରୁ ବିକଳାଙ୍ଗ ହେବାର ସମ୍ଭାବନା ଅଧିକ ରହୁଛି। ବର୍ଷକୁ ହାରାହାରି ଏହି ଅଞ୍ଚଳରେ ୧୦୦ରୁ ଅଧିକ ନାବାଳିକା ବିବାହ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨ ଶହରୁ ଅଧିକ ନାବାଳିକା ମା’ ମମତା ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଅନେକ କ୍ଷେତ୍ରରେ ନାବାଳିକାଙ୍କ ମା’ ବାପା ପଇସା ଲୋଭରେ ସୁଦୂର ଉତ୍ତରପ୍ରଦେଶର ଝାନ୍‌ସୀ, ମଥୁରା ଆଦି ସ୍ଥାନରେ ବୟସ୍କ ବ୍ୟକ୍ତିଙ୍କୁ ବିବାହ ଦେଉଥିବା ନଜିର ରହିଛି। ଅନେକ ସମୟରେ ସ୍ଥାନୀୟ ଦଲାଲମାନେ ମୋଟା ଅଙ୍କର ଅର୍ଥ ନେଇ ସୁଦୂର ଉତ୍ତରପ୍ରଦେଶ, କୋଲ୍‌କାତା ଆଦି ଅଞ୍ଚଳରେ ବୃଦ୍ଧଙ୍କୁ ବିବାହ କରାଉଛନ୍ତି ବୋଲି ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ, ବ୍ଲକ ଉପକୂଳ ଅଞ୍ଚଳର ଏକ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁପ୍ତ ବିବାହ ଚାଲିଥିବା ବେଳେ ସ୍ଥାନୀୟ ଯୁବକମାନେ ଏହାକୁ ବିରୋଧ କରିଥିଲେ। ତରବରିଆ ଭାବେ ବ୍ରାହ୍ମଣ ବିବାହ ସମ୍ପନ୍ନ କରି ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri