Posted inଫୁରସତ

ଦେହସାରା ପଜଲ୍‌

ଟାଟୁର କ୍ରେଜ ଆଜିକାଲି ବହୁତ ବଢିଯାଇଛି। ପୂର୍ବେ ଟାଟୁ କଲାବେଳେ ଲୋକେ ଅନେକଥର ଭାବୁଥିଲେ କ’ଣ କରାଇବେ। ହେଲେ ଏବେ ତ ଏହାକୁ ନେଇ ଏମିତି ପାଗଳାମୀ ଦେଖାଦେଉଛି ଯେ ଲୋକେ ଅଜବରୁ ଅଜବ ଟାଟୁ କରାଇବାକୁ ବି ପଛାଉ ନାହାନ୍ତି। କିଛି ଲୋକ ତ ଦେହସାରା ଅଜବ ଟାଟୁରେ ଭର୍ତ୍ତି କରି ଦେଉଛନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଆମେରିକାର ପଲ୍‌ ଲରେନ୍ସ, ଯେକି ଦ ଏନିଗ୍ମା ନାମରେ ବେଶ୍‌ ପରିଚିତ। ସେ ପେସାରେ ଜଣେ ଚିତ୍ରକର, ଅଭିନେତା ଓ ସାଇଡ ଶୋ’ ପରଫର୍ମର୍‌। ପଲ୍‌ଙ୍କର ଟାଟୁ ନିଶା ଏତେ ଯେ, ନିଜ ଦେହ ସାରା ସେ ଟାଟୁ କରାଇଛନ୍ତି। ସେ ପୁଣି ଜିଗ୍‌ସ’ ପଜଲ୍‌ର ଟାଟୁ। ତାଙ୍କ ଶରୀରକୁ ଦେଖିଲେ ଲାଗେ ସେ ଅନେକଗୁଡିଏ ପଜଲ ଖଣ୍ଡର ସମାହାରରେ ତିଆରି ହୋଇଛନ୍ତି। ଏହି ଟାଟୁ ଲାଗି ସେ ଗିନିଜ ଓ୍ବାର୍ଲଡ ରେକର୍ଡରେ ବି ସ୍ଥାନ ପାଇଛନ୍ତି। ତାଙ୍କ ଶରୀରରେ ୨୧୨୩ଟି ଟାଟୁ ଥିବା ଗଣନାରୁ ଜଣାପଡିଥିଲା। ଆଉ ଏହାକୁ ଗଣିବା ଲାଗି ଗିନିଜ ଓ୍ବାର୍ଲଡ ରେକର୍ଡର କର୍ମଚାରୀଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri