ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ପୁଟିନ୍‌ କଣ୍ଟା

ହଂକଂ,୪ା୩:ଶକ୍ତିଶାଳୀ ଚାଇନା ଯାହା ନିର୍ମାଣ କରିବାକୁ ଚାହୁଁଛି ମହତ୍ତ୍ୱାକାଂକ୍ଷୀ ରୁଷିଆ ତାକୁ ଧ୍ୱଂସ କରୁଛି। ବେଜିଂ ନିଜ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଯେଉଁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜି୍ୟକ, ନିବେଶ ଓ କାରିଗରି ସମ୍ପର୍କ ପ୍ରତିଷ୍ଠା କରିଛି, ୟୁକ୍ରେନ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆକ୍ରମଣକୁ ନିନ୍ଦା ନ କରି ସେଗୁଡ଼ିକ ଏବେ ହାତଛଡ଼ା ହେବାରେ ଲାଗିଛନ୍ତି।
ରୁଷିଆ ସହ ଅବଶିଷ୍ଟ ୟୁରୋପକୁ ସଂଯୋଗ କରୁଥିବା ୟୁକ୍ରେନ୍‌ର ରେଳପଥ, ରାସ୍ତା ଓ ଗ୍ୟାସ୍‌ ପାଇପ୍‌ଲାଇନ୍‌ଗୁଡ଼ିକ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରେ। ୨୦୧୭ରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସିଗ୍‌ନେଚର ଇନ୍‌ଫ୍ରାକ୍‌ଷ୍ଟକ୍ଚର ପଲିସିରେ ୟୁକ୍ରେନ୍‌ ସାମିଲ ହେବା ପରଠାରୁ ଚାଇନାର କମ୍ପାନୀଗୁଡ଼ିକ ଏହି ପୂର୍ବ ୟୁରୋପୀୟ ଦେଶର ବନ୍ଦର ଓ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚଳାଇଛନ୍ତି। ଆମେରିକା ଯେଉଁ ହୁଓ୍ବେଇ ଟେକ୍ନୋଲୋଜିଜ୍‌କୁ ସାରା ବିଶ୍ୱରୁ ହଟାଇବା ପାଇଁ ଉଦ୍ୟମ ଚଳାଇଛି ସେହି ଟେଲିକମ୍‌ ଜିଆଣ୍ଟ ସହ ୨୦୨୦ରେ କ୍ୱିଭ୍‌ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ସ୍ମାର୍ଟଫୋନ୍‌ ମେକର ଶାଓମି(୧୮୧୦.ଏଚ୍‌କେ) ଭଳି କମ୍ପାନୀଗୁଡ଼ିକ ପାଇଁ ୪୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନ୍‌ର ଏକ ଆକର୍ଷଣୀୟ ବଜାର ରହିଛି। ସେହିପରି ୟୁକ୍ରେନ୍‌ ହେଉଛି କୃଷିଜାତ ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯେଉଁଠୁ ଚାଇନା ୨୦୨୧ରେ ୩୦% ଶସ୍ୟ ଆମଦାନୀ କରିଥିଲା। ରୁଷୀୟ ସୈନ୍ୟ କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେଉଥିବାବେଳେ କ୍ଷେପଣାସ୍ତ୍ର ମାଡ଼ରେ ବିଧ୍ୱସ୍ତ ୟୁକ୍ରେନ୍‌ ପାଇଁ ବେଜିଂ ଏହାକୁ ଆକ୍ରମଣ ବୋଲି ନିନ୍ଦା କରିବା ପରିବର୍ତ୍ତେ ଦେଖଣାହାରି ସାଜିଛି। ଫଳରେ ଏହି ଆକ୍ରମଣ ଚାଇନା ବିରୋଧୀ ଭାବାବେଗକୁ ସମଗ୍ର ୟୁରୋପରେ ବ୍ୟାପକ କରିବାରେ ଲାଗିଛି। ପାଶ୍ଚାତ୍ୟ ଓ ମସ୍କୋ ଘରୋଇ କମ୍ପାନୀଗୁଡ଼ିକର କାରବାର ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି କରିଥିବାବେଳେ ‘ଆଇରନ ସିଲ୍କ ରୋଡ୍‌’ ରେଳ ବ୍ୟବସ୍ଥା ଦେଇ ସାମଗ୍ରୀ ପରିବହନର ଗତି ଧିମେଇଯିବାକୁ ବସିଛି। ୨୦୨୧ରେ ଏହି ସିଷ୍ଟମ୍‌ ଜରିଆରେ ଚାଇନା ୫୭ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ୟୁରୋପକୁ ପଠାଇଥିଲା।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଚାଇନା ଓ ପୋଲାଣ୍ଡର ସମ୍ପର୍କ ବିଗିଡ଼ିଯାଇଛି। ବେଜିଂ ଓ ଓ୍ବାଶିଂଟନ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ କରୁଥିବା ପୋଲାଣ୍ଡ ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବିଆର୍‌ଆଇ ସଦସ୍ୟ। ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ୍‌ରୁ ପଳାୟନ କରୁଥିବା ଶରଣାର୍ଥୀଙ୍କ ପାଇଁ ପୋଲାଣ୍ଡ ଆଶ୍ରୟସ୍ଥଳ ପାଲଟିଛି। ପୁଟିନ୍‌ଙ୍କୁ ଚାଇନା ସମର୍ଥନ କରୁଥିବା ଦର୍ଶାଇ ଶରଣାର୍ଥୀମାନେ ସମାଲୋଚନା କରୁଛନ୍ତି। ସୋଭିଏଟ୍‌ ସଂଘର ପୂର୍ବତନ ସହଯୋଗୀଗୁଡ଼ିକ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ୟୁରେପୀୟ ସଂଘ (ଇୟୁ) ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରୁଥିବାରୁ ସମ୍ପୃକ୍ତ କ୍ଷେତ୍ରରେ ବେଜିଂର ରଣନୀତି ଆହୁରି ବିପନ୍ନ ହେବାକୁ ଯାଉଛି। ଇୟୁରେ ଚାଇନାର ନିବେଶ ଦୁର୍ବଳ ହେବାରେ ଲାଗିଛି। ୨୦୨୦ରେ ଏହାର ମର୍ଜର ଆଣ୍ଡ ଆକ୍ୱିଜିଶନ୍ସ ଡିଲ ୬.୫ ବିଲିୟନ୍‌ ୟୁରୋକୁ ହ୍ରାସ ପାଇଥିଲା, ଯାହାକି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ। ପୁଟିନ୍‌ଙ୍କୁ ଖୋଲାଖୋଲି ସମର୍ଥନ କରି ବେଜିଂ ଏବେ ଆହୁରି କ୍ଷତିଗ୍ରସ୍ତ ହେବାକୁ ଯାଉଛି। ଶାନ୍ତି ପାଇଁ ଉଦ୍ୟମ ନ କଲେ ଚାଇନାର ଯେଉଁ କୂଟନୈତିକ ଓ ବାଣିଜି୍ୟକ କ୍ଷତି ସାଧିତ ହେବ, ତାହାର ଭରଣା କରିବା ଏକପ୍ରକାର ଅସମ୍ଭବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଆମେରିକାର ଧମକ

ଓ୍ବାଶିଂଟନ,୨୦।୫: ଆମେରିକା ଓ ଇରାକ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଏମିତି କହିବାର କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ନୂଆ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା

ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ...

ବନ୍ୟା ପରେ ଲିଙ୍ଗଗତ ହିଂସା ବଢ଼ିବ

ଇସଲାମାବାଦ,୧୮ା୯: ପାକିସ୍ତାନରେ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଲିଙ୍ଗଗତ ହିଂସା ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ମିଳିତ ଜାତିସଂଘ...

ଅଷ୍ଟ୍ରେଲିଆର ଚେତାବନୀ: ୨୪ ଘଣ୍ଟା ଭିତରେ ଆକ୍ରମଣ ସମ୍ଭବ

ସିଡନୀ,୨୩।୨: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ବୁଧବାର ଚେତାବନୀ ଦେଇଛନ୍ତି। ଏହା ସହିତ ସେ ରୁଷିଆ ବିରୋଧରେ ଅଷ୍ଟ୍ରେଲିଆରୁ ଅନେକ ପ୍ରତିବନ୍ଧକ...

ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର...

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା...

ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ...

ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ

ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ...

Advertisement
Archives

Model This Week