ମତଦାନକୁ ପ୍ରଭାବିତ କରିବ ଦୁର୍ନୀତି

ଯାଜପୁର ରୋଡ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ୨୬ ନମ୍ବର ୱାର୍ଡ ଗୁରୁତ୍ୱ ବହନ କରୁଛି। ଜିଲାର ରସୁଲପୁର ଓ ଦାନଗଦି ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତା ନଦୀ ପଟୁ ବ୍ୟାସନଗର ସହରକୁ ଏହି ୱାର୍ଡର ପ୍ରବେଶ ପଥ ରହିଛି। ସହରର ଖଣ୍ଡାହଥା, ଶିଶୁ ମନ୍ଦିର, ଡାହିସାହି, ମୁଣ୍ଡୋମାଳ, ସିଲ୍‌ କଲୋନୀ ଓ ସରୋବର ଆଦି ଅଞ୍ଚଳ ଏହି ୱାର୍ଡରେ ଅର୍ନ୍ତଭୁକ୍ତ ହୋଇଛି। ଏହି ଓ୍ବାଡ୍‌ର ଡ୍ରେନେଜ, ରାସ୍ତାଘାଟ, ଆଲୁଅ, ପରିମଳ ବ୍ୟବସ୍ଥା ଇତ୍ୟାଦି ବିପର୍ଯ୍ୟସ୍ତ ହୋଇପଡିଛି। ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଯୋଗୁ ବିକାଶ ପରାହତ ହୋଇଥିବା ଅଭିଯୋଗ ହେଉଛି। ଏହି କାରଣରୁ ଶାସକ ଦଳ ଓ ପ୍ରଶାସକ ବଦନାମ ହେବା ସହ ଚଳିତ ପୌର ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ା
ଏହି ୱାର୍ଡର ଗଣେଶ ଷ୍ଟୋରଠାରୁ ସଲିଲ ସିଲ୍‌ଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ତ୍ରୁଟିପୂର୍ଣ୍ଣ ଡ୍ରେନ୍‌କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି କାମ ପାଇଁ ୨୦୧୬-୧୭ରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଗଣେଶ ଷ୍ଟୋରଠାରୁ ସଲିଲ୍‌ ସିଲ୍‌ ଘର ମଝିରେ ଥିବା ଆଇଚ ବାବୁଙ୍କ ଘର ସମ୍ମୁଖରେ ପୁଣି ଏକ ଡ୍ରେନ୍‌ ନିର୍ମାଣ ହୋଇଥିବା ଆରଟିଆଇ ରିପୋର୍ଟରୁ ଜଣାପଡିଛି। ସେହି ବର୍ଷ ଏହି କାର୍ଯ୍ୟରେ ପୁଣି ୨ ଲକ୍ଷ ଟଙ୍କାର ବିଲ ହୋଇଛି। ଯାହାକି ପୂର୍ବ କାମକୁ ଦେଖାଇ, କୌଣସି କାମ କରା ନ ଯାଇ ସେହି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଆତ୍ମସାତ୍‌ କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାବାଦ୍‌ ୱାର୍ଡର ବିଭିନ୍ନ ରାସ୍ତା ମରାମତି କାମ ଆଳରେ ମୋରମ ଓ କ୍ରସର ଗୁଣ୍ଡ ବାବଦକୁ ୧ ଲକ୍ଷ ଟଙ୍କାର ବିଲ କରାଯାଇ ସେହି ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ୨୦୧୮-୧୯ରେ ବ୍ୟାସସରୋବରଠାରୁ ଗ୍ୟାସ୍‌ ଗୋଦାମ ପଟକୁ ରାସ୍ତା ନିର୍ମାଣରେ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ସେହି ରାସ୍ତାର ଅଲେଖ ମହିମା ମଠଠାରୁ ସରୋବର ତୋରଣ ପର୍ଯ୍ୟନ୍ତ ୧୦୦ ମିଟର କଂକ୍ରିଟକରଣ କରି ସିଂହଭାଗ ଅର୍ଥ ହଡ୍‌ପ ହୋଇଥିବା କୁହାଯାଉଛି। ପ୍ରଶାସକ ଶାସନ ସମୟରେ ଏହି କାର୍ଯ୍ୟ ହୋଇଛି। ଅନ୍ୟପକ୍ଷେ ଡ୍ରେନେଜ କାମରେ ବର୍ହିଗମନ ପଥ ନାହିଁ। ଫଳରେ ୱାର୍ଡର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ମଶାମାଛିଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ଏଭଳି ଅନେକ ଅନିୟମିତତା ଓ ଦୁର୍ନୀତି ୨୬ ନମ୍ବର ୱାର୍ଡବାସୀଙ୍କୁ ବିଳଚିତ କରିଛି।
ଏଥର ସାଧାରଣ ବର୍ଗ ପାଇଁ ୱାର୍ଡ କାଉନସିଲର ପଦବୀ ସଂରକ୍ଷିତ ରହିଛି। ଗୁରୁବାର ପର୍ଯ୍ୟନ୍ତ କୌଣସି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ତେଣୁ ଏହି ୱାର୍ଡର କାଉନସିଲର ପଦବୀ ପାଇଁ ବିଜେଡି ଅନ୍ୟ ୱାର୍ଡରୁ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି। ଏହାକୁ ନେଇ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଉକ୍ତ ୱାର୍ଡରେ ୧୮୧୯ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ପ୍ରଶାସନ ପକ୍ଷରୁ ଏଥିପାଇଁ ଖଣ୍ଡାହତା ଓ ମୁଣ୍ଡୋମାଳ ପ୍ରାଥମିକ ସ୍କୁଲରେ ୨ଟି ବୁଥ କରିବାକୁ ଧାର୍ଯ୍ୟ ହୋଇଛି। ଏ ସଂକ୍ରାନ୍ତରେ ୱାର୍ଡବାସୀ ବିଜୁ ମହାରଣା କୁହନ୍ତି, ୨୦୧୩ରୁ ୨୦୧୮ ମଧ୍ୟରେ ଯେଉଁ ଦୁର୍ନୀତି ହୋଇଥିଲା ତାହା ପରବର୍ତ୍ତୀ ପ୍ରଶାସନ ଶାସନରେ ଏକାଧିକ ଗୁଣ ହୋଇଛି। ଏହି ଦୁର୍ନୀତିର ପ୍ରଭାବ ଚଳିତ ପୌର ନିର୍ବାଚନ ଉପରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri