ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା । ଆଉ ଏବେ ସେହି ମହିଳା ୭ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକାଣି ପାଲଟି ଯାଇଛନ୍ତି । ତେବେ ଏହି ଖବରକୁ ପୁତିନଙ୍କ ପ୍ରବକ୍ତା ଖଣ୍ଡନ କରିଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ, ପୁତିନଙ୍କ ସହ ସମ୍ପର୍କ ପରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି । ଏବେ ସେହି କନ୍ୟା ୧୭ ବର୍ଷର ହୋଇଥିବା କୁହାଯାଉଛି । ଏହାକୁ ଦ ମସ୍କୋ ଟାଇମ୍ସରେ ମଧ୍ୟ ପ୍ରକାଶିତ କରାଯାଇଛି । ରିପୋର୍ଟରେ କୁହାଯାଇଛି କି ପୁତିନ ଶ୍ୱେତଲାନା କ୍ରେମୋନୋଗିଖ ନାମକ ଏକ ସଫେଇ କର୍ମୀଙ୍କ ସହ ସମ୍ପର୍କରେ ଥିଲେ । ସେତେବେଳେ ମହିଳା ଜଣକ ରୁଷିଆର ସେଣ୍ଟ ପିଟର୍ସବର୍ଗ ନିକଟରେ ରହୁଥିବା ବେଳେ ଏହା ପୁତିନଙ୍କ ପାଖ ଲୋକଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଉଥିଲା ।ରୁଷିଆ ଗଣମାଧ୍ୟମ ଅନୁଯାୟୀ ୧୭ ବର୍ଷୀୟା ଏଲିଜାବେଟାଙ୍କୁ ୬୮ ବର୍ଷିୟ ପୁତିନଙ୍କ ସିକ୍ରେଟ କନ୍ୟା ବୋଲି କୁହାଯାଏ । ଏକ ଫେସ୍ ରିକଗନିଶନ ଏକ୍ସପର୍ଟଙ୍କ ଅନୁଯାୟୀ ପୁତିନ ଓ ତାଙ୍କ ଝିଅଙ୍କ ଚେହେରା ୭୦ ପ୍ରତିଶତ ମିଶୁଥିବା କୁହାଯାଏ । ହେଲେ ତାଙ୍କ ଝିଅଙ୍କ ଜନ୍ମ ପ୍ରମାଣ ପତ୍ରରେ କେଉଁଠି ପୁତିନଙ୍କ ନାଁ ନ ଥିବା କୁହାଯାଏ । ପ୍ରଥମେ ସଫେଇ କର୍ମୀଭାବେ କାମ କରୁଥିବା ପୁତିନଙ୍କ ଏହି ପ୍ରେମିକା ଏବେ ଏକ କମ୍ପାନୀର ମାଲିକ ହୋଇଥିବା ବେଳେ ବିଭିନ୍ନ ସହରରେ ତାଙ୍କ ନାଁରେ ଘର ରହିଛି । ଉକ୍ତ କମ୍ପାନୀର କିଛି ଶେୟାର ପୁତିନଙ୍କ ସହ ଜଡିତ ରୋଜିୟା ବ୍ୟାଙ୍କରେ ରହିଛି । ଆହୁରି ମଧ୍ୟ ଉକ୍ତ ରିପୋର୍ଟରେ ଦାବି କରାଯାଇଛି କି ପୁତିନ ଯେଉଁ ବିମାନରେ ଯାତ୍ରା କରନ୍ତି ଶ୍ୱେତାଲିନା ବି ସେହି ବିମାନରେ ଯାତ୍ରା କରନ୍ତି । ହେଲେ ଗତଦଶନ୍ଧି ଶେଷ ବେଳକୁ ଏମାନଙ୍କ ସମ୍ପର୍କ ଛିନ୍ନ ହୋଇ ଯାଇଛି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri