Posted inଜାତୀୟ

ଘୃଣା ମନ୍ତବ୍ୟ ହତ୍ୟା ସଦୃଶ

ନୂଆଦିଲ୍ଲୀ,୨୨ା୯: ଘୃଣା ମନ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଟିଭି ଉପସ୍ଥାପକଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି। ଏଥିସହ ସରକାର କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ମୁଖ୍ୟସ୍ରୋତର ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ଘୃଣା ମନ୍ତବ୍ୟ ଉପରେ ଲଗାମ ଲଗାଯାଇପାରୁ ନାହିଁ। ଟିଭି ଚ୍ୟାନେଲ ଉପସ୍ଥାପକଙ୍କ କର୍ତ୍ତବ୍ୟ ହେଉଛି ଖବର ଉପସ୍ଥାପନ ଓ ବିତର୍କ ବେଳେ ଯେପରି ଏପରି ମନ୍ତବ୍ୟ ନ ଆସେ ତାହା ସୁନିଶ୍ଚିତ କରିବା। ପ୍ରେସ୍‌ ସ୍ବାଧୀନତା ଗୁରୁତ୍ୱପୂର୍ଣ୍ଣ। ଆମେରିକା ଭଳି ଭାରତରେ ଗଣମାଧ୍ୟମର ସ୍ବାଧୀନତା ନାହିଁ। କିନ୍ତୁ ସୀମା କେଉଁଠି ଅଙ୍କାଯିବ ତାହା ଆମେ ଜାଣିରଖିବା ଉଚିତ ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଗତବର୍ଷ ଦାଖଲ ହୋଇଥିବା କେତେକ ଆବେଦନର ଶୁଣାଣି କରି କହିଛନ୍ତି।

ଘୃଣା ମନ୍ତବ୍ୟ ଦେବା ହେଉଛି ଜଣକୁ ହତ୍ୟା କରିବା ସଦୃଶ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ବିପରୀତ ଆଭିମୁଖ୍ୟ ଗ୍ରହଣ ନ କରି କୋର୍ଟଙ୍କୁ ସହଯୋଗ କରିବା ଉଚିତ ବୋଲି ଜଷ୍ଟିସ୍‌ ଜୋସେଫ୍‌ଙ୍କ ଖଣ୍ଡପୀଠ କହିଛନ୍ତି। ଏହି ପ୍ରସଙ୍ଗରେ ଆସନ୍ତା ନଭେମ୍ବର ୨୩ରେ ପରବର୍ତ୍ତୀ ଶୁଣାଣି କରାଯିବ। ଏହା ଭିତରେ ଘୃଣା ମନ୍ତବ୍ୟ ଉପରେ ରୋକ୍‌ ଲଗାଇବା ପାଇଁ ଲ’ କମିଶନଙ୍କ ସୁପାରିସକୁ କେନ୍ଦ୍ର ସରକାର କିପରି କାର୍ଯ୍ୟକାରୀ କରୁଛନ୍ତି ସେନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।

ପ୍ରକାଶ ଯେ, ଦେଶରେ ହେଟ୍‌ ସ୍ପିଚ୍‌ ମାମଲା ବଢ଼ିଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୭ରେ ଲ’ କମିଶନ କେତେକ ନିର୍ଦ୍ଦିଷ୍ଟ ଆଇନ ଆଣିବା ପାଇଁ ରିପୋର୍ଟ ଦାଖଲ କରିଥିଲେ। ଘୃଣା ମନ୍ତବ୍ୟକୁ ବର୍ତ୍ତମାନ ସୁଦ୍ଧା ଭାରତର କୌଣସି ଆଇନରେ ପରିଭାଷିତ କରାଯାଇ ନାହିଁ। ତେବେ କେତେକ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରାଗଲେ ଏହା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ଲ’ କମିଶନ ନିଜ ରିପୋର୍ଟରେ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri