ଜନମତ ସଂଗ୍ରହ କରି ୟୁକ୍ରେନ୍‌ ଦଖଲ କରିବା ଯୋଜନା କରିଛନ୍ତି ପୁଟିନ…

ମସ୍କୋ/କ୍ୱିଭ୍‌,୨୦।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ନାହିଁ। କିନ୍ତୁ ଏହା ସତ୍ୟ ଯେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ସମୟରେ ଆମେରିକାର ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି ଯେ ରୁଷିଆ ରାଷ୍ଠ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନର ବଡ଼ ଅଂଶ ଦଖଲ କରିବାକୁ ଯୋଜନା କରିଛନ୍ତି। ଆମେରିକା ଅଭିଯୋଗ କରିଛି ଯେ ରୁଷିଆ କ୍ରିମିଆକୁ ଦଖଲ କରିଥିବା ରଣନୀତି ଆପଣେଇ ରୁଷିଆ ୟୁକ୍ରେନର ବଡ଼ ଅଞ୍ଚଳକୁ ଦଖଲ କରିବାକୁ ଚାହୁଁଛି।

ଏକ ନକଲି ଜନମତ ସଂଗ୍ରହ ପାଇଁ ରୁଷିଆ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି। ବିବିସି ରିପୋର୍ଟ କରିଛି ଯେ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନର ପ୍ରେସ ସେକ୍ରେଟାରୀ ଜନ କିର୍ବି ଆମେରିକାର ଗୁପ୍ତଚରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ୟୁକ୍ରେନର ଅଧିକ ଅଞ୍ଚଳ ଅନ୍ତର୍ଭୁକ୍ତ କରିବା ପାଇଁ ରୁଷିଆ ଯୋଜନା ଆରମ୍ଭ କରିସାରିଛି। ତେବେ ଏହା ନକଲି ଭାବେ କରାଯିବ।

ତାଙ୍କ କହିବାନୁସାରେ, ରୁଷିଆ ଜନମତ ସଂଗ୍ରହରୁ ଏହା ପ୍ରମାଣିତ ହୋଇପାରିବ ଯେ ୟୁକ୍ରେନବାସୀ ରୁଷିଅରେ ଯୋଗଦେବାକୁ ରାଜି ହୋଇଛନ୍ତି। କିର୍ବି କହିଛନ୍ତି ଯେ ୟୁକ୍ରେନ ଅଞ୍ଚଳର ଆନ୍ଦୋଳନ ଦାବି କରିବାକୁ ରୁଷିଆ ଏକ ପ୍ରୟାସ ଭାବରେ ଜନମତରର ଫଳାଫଳକୁ ବ୍ୟବହାର କରାଯିବ।
ଏହାପୂର୍ବରୁ ପୋଲାଣ୍ଡରେ ଅବସ୍ଥାପିତ ଥିବା ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଡାନିଏଲ ଫ୍ରିଡ ୟୁକ୍ରେନ ପାଇଁ ରୁଷିଆର ଯୋଜନା ଉପରେ କହିଛନ୍ତି ଯେ ଭ୍ଲାଦିମିର ପୁଟିନ ୟୁକ୍ରେନକୁ ପରାସ୍ତ କରିବା ଆଧାରରେ ନୁହେଁ ବରଂ ୟୁକ୍ରେନର ଏକ ବୃହତ ଅଞ୍ଚଳ ଦାବି କରିବା ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri