ପୁଟିନ୍‌ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥାର ଦାବି !…

ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥା ଏମ୍‌ଆଇ-୧୬ର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଅଧିକାରୀମାନେ କହିଛନ୍ତି, ପୁଟିନ ରହସ୍ୟରେ ପରିପୂର୍ଣ୍ଣ ଜୀବନ ବିତାଉଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ, ସ୍ବାସ୍ଥ୍ୟ ଏବଂ ରଣନୀତି ବିଷୟରେ କେବଳ ଅଳ୍ପ ଲୋକ ଜାଣନ୍ତି। ବ୍ରିଟିଶ ଗୁପ୍ତଚର ଏଜେନ୍ସିର ମୁଖ୍ୟମାନେ ପୁଟିନଙ୍କ ବିଷୟରେ ଏଭଳି ଦାବି କରିବା lନେଇ ଅନ୍ତଜାର୍ତୀୟସ୍ତରରେ ସଭିଏଁ ଚକିତ ହୋଇ ଯାଇଛନ୍ତି। ରିପୋର୍ଟରେ ଅଧିକାରୀମାନେ କହିଛନ୍ତି ଯେ ପୁଟିନଙ୍କର ବୋଧହୁଏ ମୃତ୍ୟୁ ହୋଇ ସାରିଛି।

ବ୍ରିଟିଶ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ ପୁଟିନଙ୍କ ସହଯୋଗୀଙ୍କୁ ତାଙ୍କ ମୃତ୍ୟୁର ରହସ୍ୟକୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଦୁନିଆଠାରୁ ଲୁଚାଇବାକୁ ପଡ଼ିବ। ଏକ ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ ପୁଟିନ ଜନସାଧାରଣଙ୍କ ନିକଟରେ ଉପସ୍ଥିତ ଥିବାର ଭିଡ଼ିଓ ହୁଏତ ପୂର୍ବରୁ ରେକର୍ଡ କରାଯାଇଛି। ଏନେଇ ଡେଲିଷ୍ଟାର ରିପୋର୍ଟ କରିଛି ଯେ, ସେ ବୋଧହୁଏ ମୃତ ଏବଂ ଜଣେ ସମାନ ଚେହେରାର ଲୋକ ତାଙ୍କ ସ୍ଥାନ ନେଇଛନ୍ତି।

ଡେଲିଷ୍ଟାରକୁ କେତେକ ଅଜଣା ସୂତ୍ରରୁ ସୂଚନା ମିଳିଛି ଯେ ପୁଟିନ ଅତ୍ୟଧିକ ଅସୁସ୍ଥ ଏବଂ ଯଦି ସେ ମରିଯାଆନ୍ତି ତେବେ ଏହାକୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଗୁପ୍ତ ରଖାଯିବ। ପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବାର ସମ୍ଭାବନା ଅଛି। ଏହାର ସତ୍ୟ ଜାଣିବା ଅସମ୍ଭବ। ପୁଟିନ ଅସୁସ୍ଥ ଥିବାବେଳେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି କ୍ଷମତାରେ ରହିଥିବାର ଆଶଙ୍କା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ପୁଟିନ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱସ୍ତ ଥିବା ବରିଷ୍ଠ ଅଧିକାରୀଙ୍କ ଏକ ଛୋଟ ଗୋଷ୍ଠୀ ସହିତ ରହିଛନ୍ତି।

ତାଙ୍କ ଘନିଷ୍ଠ ବନ୍ଧୁଙ୍କର ସବୁଠାରୁ ବଡ ଭୟ ହେଉଛି ପୁଟିନଙ୍କ ମୃତ୍ୟୁ ଖବର ପ୍ରଚାର ମାତ୍ରେ ରୁଷିଆରେ କ୍ଷମତା ଯୁଦ୍ଧ ହେବାର ଆଶଙ୍କା ରହିଛି। ତେଣୁ ପୁଟିନଙ୍କୁ ଜୀବନ୍ତ କହିବା ସେମାନଙ୍କ ଭଲ। ପ୍ରାୟ ଦୁଇ ସପ୍ତାହ ପୂର୍ବେ, ରୁଷିଆର ବିଲିୟନେୟାର ବ୍ୟବସାୟୀ ତଥା ଜଣେ ବିଶ୍ୱାସୀ ବ୍ୟକ୍ତି ପୁଟିନ ରକ୍ତ କର୍କଟ ହୋଇ ଥିବା ଏବଂ ସେ ଅତ୍ୟଧିକ ଅସୁସ୍ଥ ଥିବା କହିଥିଲେ। କେବଳ ଏତିକି ନୁହେଁ, ୟୁକ୍ରେନ ଆକ୍ରମଣ ପୂର୍ବରୁ ସେ ଅସ୍ତ୍ରୋପଚାର କରିଛନ୍ତି ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri