ଭଞ୍ଜନଗର,୨୯।୫(ଡି.ଏନ.ଏ): କେତେକ ପ୍ରଜାତିର ବନ୍ୟପ୍ରାଣୀ ଯଥା ବାର୍ହା, କୁଟୁରା, ମୃଗ ସଂଖ୍ୟା ଜଙ୍ଗଲରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଙ୍ଗଲରେ ସନ୍ତୁଳନ ରକ୍ଷା ପାଇଁ ଅନ୍ୟ ପ୍ରଜାତିର ପ୍ରାଣୀ ସଂଖ୍ୟା କମିଯାଉଛି। ଜଙ୍ଗଲ କ୍ଷୟ ସମେତ ପ୍ରମୁଖ କାରଣ ଯୋଗୁ ବିଭିନ୍ନ ସମୟରେ ବନ୍ୟପ୍ରାଣୀ ମାନେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ଅଭିମୁଖେ ଚାଲି ଆସୁଛନ୍ତି। ଶନିବାର ମୁଜାଗଡ଼ ରେଞ୍ଜ ବାହାଡ଼ାପଦର ଗ୍ରାମ ନିକଟ ନାଳରେ ଏକ କୁଟୁରା ଛୁଆ ବୁଲୁଥିଲା । ଏହି ସମୟରେ କୁକୁରମାନେ କୁଟୁରା ଛୁଆଟିକୁ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ । ଫଳରେ କୁଟୁରା ଛୁଆଟି ପ୍ରାଣବିକଳରେ ଗ୍ରାମ ଅଭିମୁଖେ ଦୌଡ଼ି ଆସିଥିଲା । ଗ୍ରାମବାସୀ କୁଟୁରା ଛୁଆଟିକୁ ଉଦ୍ଧାର କରି ରେଞ୍ଜର ବିମ୍ବାଧର ସାହୁଙ୍କୁ ଜଣାଇଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ କର୍ମଚାରୀ ସୁଶାନ୍ତ କୁମାର ମିଶ୍ର, ଭିକାରୀ ବିଷୋୟୀ, ସଞ୍ଜୟ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଛୁଆଟିକୁ ନେଇ ଗାଲେରୀ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିଲେ ।