କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆର୍ମି ଜେନେରାଲ ଦିମିତ୍ରି ବୁଲଗାକୋଭଙ୍କୁ ତାଙ୍କ କର୍ତ୍ତବ୍ୟରୁ ହଟାଇ ଦିଆଯାଇଛି। ଜେନେରାଲ ଦିମିତ୍ରିଙ୍କ ସ୍ଥାନରେ ପୁଟିନ ଜଣେ କ୍ରୁର ଏବଂ ନିଷ୍ଠୁର ଜେନେରାଲ ଦାୟିତ୍ୱ ଦେଇଛନ୍ତି। ଲୋକମାନେ ତାଙ୍କୁ ମାରିଆପୁଲର କଂସେଇ ବୋଲି ମଧ୍ୟ ଡାକନ୍ତି। ଦିମିତ୍ରିଙ୍କୁ ଯୁଦ୍ଧର ସାମଗ୍ରୀ ପରିବହନ ପାଇଁ ଦାୟୀ କରାଯାଇଛି । ଫଳରେ ରୁଷିଆକୁ ଯୁଦ୍ଧରେ ବହୁ କ୍ଷତି ସହିବାକୁ ପଡ଼ିଛି।

ଦିମିତ୍ରିଙ୍କ ସ୍ଥାନରେ ବର୍ତ୍ତମାନ ୬୦ ବର୍ଷିୟ କର୍ନେଲ ଜେନେରାଲ ମିଖାଇଲ ମିଜିନସ୍ତେଭଙ୍କୁ ଅବସ୍ଥାପିତ କରାଯାଇଛି।

ମାରିଆପୁଲ ଦଖଲ କରିବା ସମୟରେ ମିଜିନସ୍ତେଭଙ୍କ ନେତୃତ୍ୱରେ ରୁଷିଆର ସେନା ବହୁ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଏବଂ ଅନେକ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଥିଲା। ସେଠାରେ ପ୍ରାୟ ୨୦୦ଲୋକଙ୍କ ମୃତଦେହ ମିଳିଥିଲା। ତେବେ ୟୁକ୍ରେନ କହୁଛି ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ । ନିକଟରେ ୟୁକ୍ରେନରେ ନିୟୋଜନ ପାଇଁ ପ୍ରାୟ ତିନି ଲକ୍ଷ ସୈନିକ ପଠାଯିବ ବୋଲି ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷିଆ ପକ୍ଷରୁ ଏତେ ସଂଖ୍ୟକ ସୈନ୍ୟ ମୁତୟନ ହେବେ।

ଦୁଇ ଦିନ ପୂର୍ବେ, ରୁଷିଆ ୨୧୫ ଜଣଙ୍କୁ ମୁକ୍ତ କରିଥିଲା, ଯେଉଁମାନେ ମାରିଆପୁଲରେ ବନ୍ଦୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ୟୁକ୍ରେନର ଅନେକ ବରିଷ୍ଠ ନେତା ମଧ୍ୟ ଥିଲେ। ଆଜୋଭରେ ଧରାଯାଇଥିବା ୟୁକ୍ରେନ କମାଣ୍ଡର ତଥା ଡେପୁଟି କମାଣ୍ଡରଙ୍କୁ ମଧ୍ୟ ରୁଷିଆ ମୁକ୍ତ କରିଛି। ରୁଷିଆର ଏହି ପଦକ୍ଷେପକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରାଯାଉଛି। ଆଜୋଭରେ ଧରାଯାଇଥିବା ଏହି ଦୁଇ ସାମରିକ ନେତାଙ୍କୁ ନାଜି ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ମୁକ୍ତ କରିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ମାରିଆପୁଲରେ ରୁଷିଆ ପକ୍ଷରୁ ଏକ ଜନମତ ସଂଗ୍ରହ ମଧ୍ୟ କରାଯାଉଛି। ଏଥିପାଇଁ ଲୋକଙ୍କ ଉପରେ ଚାପ ପକା ଯାଉଛି। ସେମାନଙ୍କୁ ଭୋଟ ଦେବାକୁ କୁହାଯାଉଛି ଅନ୍ୟଥା ସେମାନଙ୍କୁ ଚାକିରୀ ହରାଇବାକୁ ପଡିବ ବୋଲି ଧମକା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଯାତ୍ରା ସାରି ସ୍ବଦେଶ ଫେରିଲେ କିମ

ସିଓଲ,୧୯।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ଉତ୍ତର କୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି...

ଜନମତ ସର୍ଭେରେ ବାଇଡେନ୍‌ ଆଗରେ

ଓ୍ବାଶିଂଟନ,୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର୍‌ଦାର ହୋଇଛି। ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଚାର ଶେଷ...

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି...

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ...

ଆମେରିକାରେ ଲକ୍ଷେ ଟପିଲା ମୃତ୍ୟୁ

ଓ୍ବାଶିଂଟନ/ମସ୍କୋ,୨୭ା୫: କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆମେରିକାରେ ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି।...

ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରାରେ ଗିରଫ ହେଲେ ଜଣେ ବ୍ୟକ୍ତି

ଲଣ୍ଡନ,୧୭ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଲଣ୍ଡନର ଓ୍ବେଷ୍ଟମିନଷ୍ଟର ହଲରେ ସ୍ବର୍ଗତ ରାଣୀଙ୍କ କଫିନ ରଖାଯାଇଥିଲା।...

ରହସ୍ୟମୟ ବ୍ଲାକ୍‌ ବକ୍ସ୍‌ରେ ରେକର୍ଡ ହେବ ପୃଥିବୀ ଧ୍ୱଂସର କାହାଣୀ…

ସିଡ୍‌ନୀ,୧୧।୧୨: ଅଷ୍ଟ୍ରେଲିଆର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲ ବସ ଆକାରର ଏକ ଷ୍ଟିଲ ଟ୍ରେଜେରୀ ପୃଥିବୀର ବୃଦ୍ଧି ପାଉଥିବା ତପାମାନ ସହିତ ବଦଳୁଥିବା...

ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବୁ: ପୁଟିନ

କ୍ୱିଭ୍‌,୩୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବି ସଫଳ ହୋଇପାରିନାହିଁ। ପ୍ରତ୍ୟେକ ଶାନ୍ତି ଆଲୋଚନା ପରେ ରୁଷିଆ ୟୁକ୍ରେନ ଉପରେ...

Advertisement
Archives

Model This Week