କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆର୍ମି ଜେନେରାଲ ଦିମିତ୍ରି ବୁଲଗାକୋଭଙ୍କୁ ତାଙ୍କ କର୍ତ୍ତବ୍ୟରୁ ହଟାଇ ଦିଆଯାଇଛି। ଜେନେରାଲ ଦିମିତ୍ରିଙ୍କ ସ୍ଥାନରେ ପୁଟିନ ଜଣେ କ୍ରୁର ଏବଂ ନିଷ୍ଠୁର ଜେନେରାଲ ଦାୟିତ୍ୱ ଦେଇଛନ୍ତି। ଲୋକମାନେ ତାଙ୍କୁ ମାରିଆପୁଲର କଂସେଇ ବୋଲି ମଧ୍ୟ ଡାକନ୍ତି। ଦିମିତ୍ରିଙ୍କୁ ଯୁଦ୍ଧର ସାମଗ୍ରୀ ପରିବହନ ପାଇଁ ଦାୟୀ କରାଯାଇଛି । ଫଳରେ ରୁଷିଆକୁ ଯୁଦ୍ଧରେ ବହୁ କ୍ଷତି ସହିବାକୁ ପଡ଼ିଛି।

ଦିମିତ୍ରିଙ୍କ ସ୍ଥାନରେ ବର୍ତ୍ତମାନ ୬୦ ବର୍ଷିୟ କର୍ନେଲ ଜେନେରାଲ ମିଖାଇଲ ମିଜିନସ୍ତେଭଙ୍କୁ ଅବସ୍ଥାପିତ କରାଯାଇଛି।

ମାରିଆପୁଲ ଦଖଲ କରିବା ସମୟରେ ମିଜିନସ୍ତେଭଙ୍କ ନେତୃତ୍ୱରେ ରୁଷିଆର ସେନା ବହୁ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଏବଂ ଅନେକ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଥିଲା। ସେଠାରେ ପ୍ରାୟ ୨୦୦ଲୋକଙ୍କ ମୃତଦେହ ମିଳିଥିଲା। ତେବେ ୟୁକ୍ରେନ କହୁଛି ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ । ନିକଟରେ ୟୁକ୍ରେନରେ ନିୟୋଜନ ପାଇଁ ପ୍ରାୟ ତିନି ଲକ୍ଷ ସୈନିକ ପଠାଯିବ ବୋଲି ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷିଆ ପକ୍ଷରୁ ଏତେ ସଂଖ୍ୟକ ସୈନ୍ୟ ମୁତୟନ ହେବେ।

ଦୁଇ ଦିନ ପୂର୍ବେ, ରୁଷିଆ ୨୧୫ ଜଣଙ୍କୁ ମୁକ୍ତ କରିଥିଲା, ଯେଉଁମାନେ ମାରିଆପୁଲରେ ବନ୍ଦୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ୟୁକ୍ରେନର ଅନେକ ବରିଷ୍ଠ ନେତା ମଧ୍ୟ ଥିଲେ। ଆଜୋଭରେ ଧରାଯାଇଥିବା ୟୁକ୍ରେନ କମାଣ୍ଡର ତଥା ଡେପୁଟି କମାଣ୍ଡରଙ୍କୁ ମଧ୍ୟ ରୁଷିଆ ମୁକ୍ତ କରିଛି। ରୁଷିଆର ଏହି ପଦକ୍ଷେପକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରାଯାଉଛି। ଆଜୋଭରେ ଧରାଯାଇଥିବା ଏହି ଦୁଇ ସାମରିକ ନେତାଙ୍କୁ ନାଜି ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ମୁକ୍ତ କରିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ମାରିଆପୁଲରେ ରୁଷିଆ ପକ୍ଷରୁ ଏକ ଜନମତ ସଂଗ୍ରହ ମଧ୍ୟ କରାଯାଉଛି। ଏଥିପାଇଁ ଲୋକଙ୍କ ଉପରେ ଚାପ ପକା ଯାଉଛି। ସେମାନଙ୍କୁ ଭୋଟ ଦେବାକୁ କୁହାଯାଉଛି ଅନ୍ୟଥା ସେମାନଙ୍କୁ ଚାକିରୀ ହରାଇବାକୁ ପଡିବ ବୋଲି ଧମକା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri