ଫୋନ୍ ନେଇ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଛନ୍ତି ଭକ୍ତ, ହାତ ଟେକି ଦେଇଛି ଶ୍ରୀମନ୍ଦିର ପୋଲିସ

ପୁରୀ,୧୧।୭: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ଢିଲା ହୋଇଛି ସୁରକ୍ଷା ବ୍ୟବସ୍ଥା। ଏକସଙ୍ଗେ ଚାରିପଟ ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷା ତ୍ରୁଟି ପାଇଁ ସାଙ୍ଗରେ ମୋବାଇଲ ନେଇ ଫଟୋ ଉଠାଉଛନ୍ତି। ଯାହା ଶ୍ରୀମନ୍ଦିର ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୁବକ ଏବଂ ମହିଳାମାନେ ଅନ୍ତବସ୍ତ୍ରରେ ମୋବାଇଲ ଲୁଚାଇ ମନ୍ଦିର ଭିତରକୁ ନେଉଛନ୍ତି, ସେଠାରେ ଫଟୋ ଉଠାଉଛନ୍ତି। ଯାହାକୁ ନେଇ ଅସହାୟ ପ୍ରକାଶ କରିଛି ଜଗନ୍ନାଥ ଟେମ୍ପଲ ପୋଲିସ(ଜେଟିପି)।

ଘଟଣା ବିଷୟରେ ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, ”ଚାରିଦ୍ୱାର ଖୋଲିବା ପୂର୍ବରୁ ଗୋଟିଏ ବାଟ ଦେଇ ସମସ୍ତେ ପ୍ରବେଶ କରୁଥିଲାବେଳେ କଡ଼ାକଡ଼ି ଭାବେ ସବୁ ଭକ୍ତଙ୍କୁ ଯାଞ୍ଚ କରାଯାଉଥିଲା। ତେବେ ରାଜ୍ୟରେ ନୂତନ ସରକାର ଆସିବା ପରେ ଚାରିଦ୍ୱାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚାରିଦ୍ୱାରରେ ସୁରକ୍ଷା କଡ଼ାକଡ଼ି କରାଯାଇ ନ ଥିଲା। ଏକା ସଙ୍ଗେ ଅନେକ ଭକ୍ତ ପ୍ରବେଶ କରୁଥିଲେ ମଧ୍ୟ ଇଲେକ୍ଟ୍ରୋନିକ ମେଶିନ ମାଧ୍ୟମରେ ମଧ୍ୟ ଯାଞ୍ଚ କରାଯାଉନାହିଁ। ଏମିତିକି ମହିଳାମାନେ ଅନ୍ତବସ୍ତ୍ରରେ ମୋବାଇଲ ଲୁଚାଇ ନେଉଛନ୍ତି, ମହିଳା ପୋଲିସ ଅଭାବରୁ ତାହା ମଧ୍ୟ ଯାଞ୍ଚ କରାଯାଇପାରୁ ନାହିଁ। ମହିଳାମାନେ ସେମାନଙ୍କ ବ୍ୟାଗରେ ମଧ୍ୟ ମୋବାଇଲ ଫୋନ ଲୁଚାଇ ନେଉଛନ୍ତି। ଏହାପରେ ଏବେ ରଥଯାତ୍ରା ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମରୁ ସମସ୍ତ ଭକ୍ତଙ୍କ ମୋବାଇଲ ଯାଞ୍ଚ କରିବା ସମ୍ଭବପର ହେଉନାହିଁ। ଯେଉଁ କାରଣରୁ ଶ୍ରୀମନ୍ଦିର ଭିତରେ ଭକ୍ତମାନେ ମୋବାଇଲ ନେଇ ଫଟୋ ଉଠାଉଛନ୍ତି।”

ତେବେ ଭିତର ମନ୍ଦିର ନିକଟରେ ସୁରକ୍ଷାରେ ମୁତୟନ ହୋଇଥିବା ପୋଲିସମାନେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। ସେମାନଙ୍କ ଆଖପାଖରେ ଫଟୋ ଉଠାଇବା ଭଳି ଘଟଣାରେ ଘଟୁଥିଲେ ମଧ୍ୟ ସେମାନେ ଏବିଷୟରେ ଅବଗତ ହୋଇପାରୁ ନାହାନ୍ତି। ଏହା ପଛରେ ମଧ୍ୟ ମୋବାଇଲ କାରଣ ସାଜିଛି। ଶ୍ରୀମନ୍ଦିର ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିଥିବାରୁ ସେମାନେ ଅଧିକାଂଶ ସମୟ ମୋବାଇଲ ଚଳାଇବାରେ ବ୍ୟସ୍ତ ରହୁଛନ୍ତି। ଯାହା ଶ୍ରୀମନ୍ଦିର ସୁରକ୍ଷା ଦିଗରେ ଏକ ବଡ଼ ଅବହେଳାକୁ ଦର୍ଶାଉଛି।

ସୂଚନା ମୁତାବକ କିଛି ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିର ଭିତରଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଦେଖିବାକୁ ମିଳିଛି। ଉକ୍ତ ଫଟୋ ଭାଇରାଲ କରିଥିବା ଯୁବକ ଜଣଙ୍କ ହେଲେ ନିଖିଲ ଗିରି। ସେ ଶ୍ରୀମନ୍ଦିର ଭିତରଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଆନନ୍ଦ ବଜାରର ପ୍ରବେଶ ପଥରେ ଏହା ଉଠାଯାଇଛି ବୋଲି ଫଟୋରେ ଦେଖାଯାଉଛି। ଏଥିସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଫଟୋ ରହିଛି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ ଥିବାବେଳେ ଯୁବକ ଜଣକ କିଭଳି ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ରଥଯାତ୍ରା ଦିନ ଫଟୋ ଉଠିଥିବା ଅନୁମାନ କରାଯାଉଛି, ତେବେ ସଠିକ୍‌ ସୂଚନା ଜଣାପଡ଼ିନାହିଁ। ଶ୍ରୀମନ୍ଦିର ଚାରିଦ୍ୱାରରେ ୨୪ ଘଣ୍ଟା ପୋଲିସ ରହୁଥିବା ବେଳେ ଭକ୍ତଙ୍କୁ ଯାଞ୍ଚ କରିବାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଶ୍ରୀମନ୍ଦିର ଭିତର ଫଟୋ ଅନେକ ଥର ଭାଇରାଲ୍‌ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନେକ ଜଗନ୍ନାଥପ୍ରେମୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?