ପୁରୀ ପ୍ରବେଶ ପଥ, ବେଳାଭୂମିରେ କଡ଼ା ସୁରକ୍ଷା

ପୁରୀ ଅଫିସ,୧୨।୨: ଶ୍ରୀମନ୍ଦିରରେ କଟକଣାମୁକ୍ତ ଧାଡ଼ି ଦର୍ଶନ ଆରମ୍ଭ ହେବା ପୂର୍ବରୁ ଗୁରୁବାର ପୁରୀ ପୋଲିସ ଡ୍ରାଏ ମକ୍‌ଡ୍ରିଲ କରିଛି। ମାତ୍ରାଧିକ ଗହଳିକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ, ଜରୁରିକାଳୀନ ସ୍ଥିତିରେ ଡାକ୍ତରୀ ସୁବିଧା ପାଇଁ ରୋଗୀଙ୍କୁ ସ୍ଥାନାନ୍ତର ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନେଇ ଏହି ମକ୍‌ଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ପରିସର ମଧ୍ୟରେ ମହାପ୍ରସାଦ ସେବନକୁ ଅନୁମତି ମିଳିବା ପରେ ଗହଳି ଆହୁରି ବଢ଼ିପାରେ। ତେଣୁ ଏଥିପାଇଁ ପୋଲିସ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିବା ଦରକାର ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ସେହିଭଳି ଦର୍ଶନ ସମୟରେ କୌଣସି ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେଲେ ଜରୁରିକାଳୀନ ଭିତ୍ତିରେ ତାଙ୍କୁ କିଭଳି ଡାକ୍ତରଖାନାରେ ପହଞ୍ଚାଯିବ ସେନେଇ ମଧ୍ୟ ମକ୍‌ ଡ୍ରିଲ୍‌ ହୋଇଛି। ଏସ୍‌ପି ଆହୁରି କହିଛନ୍ତି, ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ନେଇ ଯଥେଷ୍ଟ ସମ୍ଭାବନା ଥିବାରୁ ୩ ପ୍ରମୁଖ ପ୍ରବେଶ ପଥରେ କଡ଼ା ଚେକିଂ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଡ୍‌ ଛକ, ମଙ୍ଗଳାହାଟ ଛକ ଓ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଦେଇ ପ୍ରବେଶ କରୁଥିବା ସବୁ ଯାନବାହନ ଯାଞ୍ଚ କରାଯିବ। ପର୍ଯ୍ୟଟକ ଓ ପୁରୀ ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ସେହିଭଳି ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କ୍ରମାଗତ ଏଟିଭି ପାଟ୍ରୋଲିଂ ହେବା ସହ ପର୍ଯ୍ୟଟକଙ୍କୁ ସମସ୍ୟା ସମ୍ପର୍କରେ ପୋଲିସ କର୍ମଚାରୀମାନେ ପଚାରି ବୁଝିବେ। ଏନେଇ ମଧ୍ୟ ବେଳାଭୂମିରେ ଏକ ମକ୍‌ ଡ୍ରିଲ୍‌ ହୋଇଛି। ଅନେକ ସମୟରେ ପୁରୀ ସମୁଦ୍ରରେ ପର୍ଯ୍ୟଟକ ଭାସିଯିବା ନେଇ ଖବର ସାମ୍ନାକୁ ଆସୁଛି। କିଛି ଦିନ ତଳେ ଝାଡ଼ଖଣ୍ଡର ଜଣେ ନାବାଳକ ସମୁଦ୍ରରେ ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ମିଳିଥିଲା। ତେଣୁ ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏସ୍‌ପି ସିଂ ଗୁରୁବାର ଲାଇଫଗାର୍ଡମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଡ୍ୟୁଟି ସମୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବେଳାଭୂମିରେ ପର୍ଯ୍ୟଟକଙ୍କୁ ସଚେତନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ହାଇୱେ ପାଟ୍ରୋଲିଂ ଉପରେ ପୁରୀ ପୋଲିସ ଦୃଷ୍ଟି ଦେଉଛି। ପୁରୀର ପ୍ରବେଶ ପଥ ଜାତୀୟ ରାଜପଥ ୩୧୬(କ) ଦେଇ ଆସୁଥିବା ପ୍ରତ୍ୟେକ ଚାରିଚକିଆ ଯାନକୁ ଯାଞ୍ଚ ପ୍ରକ୍ରିୟା ମଧ୍ୟରେ ରଖାଯାଇଛି। ଏହାର ସିଧାସଳଖ ତଦାରଖ ଦାୟିତ୍ୱରେ ଏସ୍‌ପି ରହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖ ଓ ଭିତରେ ଗହଳି ଯୋଗୁ ଚୋରି ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ପୋଲିସ ପ୍ରଶାସନ ପ୍ରସ୍ତୁତ ଥିବା ଏସ୍‌ପି ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri