ପୁରୀ ପ୍ରବେଶ ପଥ, ବେଳାଭୂମିରେ କଡ଼ା ସୁରକ୍ଷା

ପୁରୀ ଅଫିସ,୧୨।୨: ଶ୍ରୀମନ୍ଦିରରେ କଟକଣାମୁକ୍ତ ଧାଡ଼ି ଦର୍ଶନ ଆରମ୍ଭ ହେବା ପୂର୍ବରୁ ଗୁରୁବାର ପୁରୀ ପୋଲିସ ଡ୍ରାଏ ମକ୍‌ଡ୍ରିଲ କରିଛି। ମାତ୍ରାଧିକ ଗହଳିକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ, ଜରୁରିକାଳୀନ ସ୍ଥିତିରେ ଡାକ୍ତରୀ ସୁବିଧା ପାଇଁ ରୋଗୀଙ୍କୁ ସ୍ଥାନାନ୍ତର ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନେଇ ଏହି ମକ୍‌ଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ପରିସର ମଧ୍ୟରେ ମହାପ୍ରସାଦ ସେବନକୁ ଅନୁମତି ମିଳିବା ପରେ ଗହଳି ଆହୁରି ବଢ଼ିପାରେ। ତେଣୁ ଏଥିପାଇଁ ପୋଲିସ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିବା ଦରକାର ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ସେହିଭଳି ଦର୍ଶନ ସମୟରେ କୌଣସି ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେଲେ ଜରୁରିକାଳୀନ ଭିତ୍ତିରେ ତାଙ୍କୁ କିଭଳି ଡାକ୍ତରଖାନାରେ ପହଞ୍ଚାଯିବ ସେନେଇ ମଧ୍ୟ ମକ୍‌ ଡ୍ରିଲ୍‌ ହୋଇଛି। ଏସ୍‌ପି ଆହୁରି କହିଛନ୍ତି, ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ନେଇ ଯଥେଷ୍ଟ ସମ୍ଭାବନା ଥିବାରୁ ୩ ପ୍ରମୁଖ ପ୍ରବେଶ ପଥରେ କଡ଼ା ଚେକିଂ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଡ୍‌ ଛକ, ମଙ୍ଗଳାହାଟ ଛକ ଓ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଦେଇ ପ୍ରବେଶ କରୁଥିବା ସବୁ ଯାନବାହନ ଯାଞ୍ଚ କରାଯିବ। ପର୍ଯ୍ୟଟକ ଓ ପୁରୀ ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ସେହିଭଳି ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କ୍ରମାଗତ ଏଟିଭି ପାଟ୍ରୋଲିଂ ହେବା ସହ ପର୍ଯ୍ୟଟକଙ୍କୁ ସମସ୍ୟା ସମ୍ପର୍କରେ ପୋଲିସ କର୍ମଚାରୀମାନେ ପଚାରି ବୁଝିବେ। ଏନେଇ ମଧ୍ୟ ବେଳାଭୂମିରେ ଏକ ମକ୍‌ ଡ୍ରିଲ୍‌ ହୋଇଛି। ଅନେକ ସମୟରେ ପୁରୀ ସମୁଦ୍ରରେ ପର୍ଯ୍ୟଟକ ଭାସିଯିବା ନେଇ ଖବର ସାମ୍ନାକୁ ଆସୁଛି। କିଛି ଦିନ ତଳେ ଝାଡ଼ଖଣ୍ଡର ଜଣେ ନାବାଳକ ସମୁଦ୍ରରେ ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ମିଳିଥିଲା। ତେଣୁ ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏସ୍‌ପି ସିଂ ଗୁରୁବାର ଲାଇଫଗାର୍ଡମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଡ୍ୟୁଟି ସମୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବେଳାଭୂମିରେ ପର୍ଯ୍ୟଟକଙ୍କୁ ସଚେତନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ହାଇୱେ ପାଟ୍ରୋଲିଂ ଉପରେ ପୁରୀ ପୋଲିସ ଦୃଷ୍ଟି ଦେଉଛି। ପୁରୀର ପ୍ରବେଶ ପଥ ଜାତୀୟ ରାଜପଥ ୩୧୬(କ) ଦେଇ ଆସୁଥିବା ପ୍ରତ୍ୟେକ ଚାରିଚକିଆ ଯାନକୁ ଯାଞ୍ଚ ପ୍ରକ୍ରିୟା ମଧ୍ୟରେ ରଖାଯାଇଛି। ଏହାର ସିଧାସଳଖ ତଦାରଖ ଦାୟିତ୍ୱରେ ଏସ୍‌ପି ରହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖ ଓ ଭିତରେ ଗହଳି ଯୋଗୁ ଚୋରି ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ପୋଲିସ ପ୍ରଶାସନ ପ୍ରସ୍ତୁତ ଥିବା ଏସ୍‌ପି ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ...

ରାଜ୍ୟ ପୋଲିସରେ ବଡ଼ଧରଣର ବଦଳି

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ରାଜ୍ୟ ପୋଲିସରେ ସୋମବାର ବଡ଼ଧରଣର ଅଦଳବଦଳ କରାଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୫୧ ଡିଏସ୍‌ପିଙ୍କ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ନିକଟରେ ବିଜୁ...

୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ୨୦ କୋଟି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ମଙ୍ଗଳବାର ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ ଜିଲାରେ ଲ୍ୟାବ୍‌ ପାଇଁ...

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର): ସୋମବାର ୧୨ ଘଣ୍ଟିଆ କଳାହାଣ୍ଡି ଜିଲା ବନ୍ଦ ଡାକରା ଦିଆଯାଇଛି। ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲାର...

ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର୧୫।୯(ବ୍ୟୁରୋ): ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍‌ଡିଏକୁ ବିଜେଡି ସମର୍ଥନ ଘୋଷଣା ପରେ ସେମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର...

କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ...

ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ...

ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...

Advertisement
Archives

Model This Week