ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ

ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି କଠିନ ପ୍ରୟାସ କରୁଛନ୍ତି। ମାଂସକୁ ଏବେ ଆଉ ମାଂସ ନ କହି ପ୍ରୋଟିନ କହୁଛନ୍ତି। ଅନ୍ୟପକ୍ଷରେ ଶାକାହାରୀମାନଙ୍କ ବିଷୟରେ ବିଭିନ୍ନ ପ୍ରକାର ମନଗଢା କଥା ପ୍ରଚାର କରାଯାଉଛି। ମାଂସାହାରୀଙ୍କ ତୁଳନାରେ ସେମାନଙ୍କ ମାଂସପେଶୀ ଦୁର୍ବଳ ଏବଂ କମ୍‌ ସହନଶୀଳ ବୋଲି କୁହାଯାଉଛି।
ବାସ୍ତବରେ କ’ଣ ଭିଗନ୍‌ ବା ଶୁଦ୍ଧ ଶାକାହାରୀମାନଙ୍କର ମାଂସପେଶୀ ଦୁର୍ବଳ ଏବଂ ସେମାନଙ୍କଠାରେ ପ୍ରୋଟିନ ଅଭାବ ଥାଏ? ଶୁଦ୍ଧ ଶାକାହାରୀ ଖାଦ୍ୟ (ଭିଗନ ଡାଏଟ୍‌)ରେ କମ୍‌ ନ୍ୟୁଣ୍ଟ୍ରିଟ ରହିଛି ଓ ଏହାକୁ ଖାଇବା ଯୋଗୁ ବ୍ୟାୟାମ କରିବାର ସାମର୍ଥ୍ୟ କମ୍‌ ରହେ ବୋଲି ଆମର ବିଶ୍ୱାସ। ଏଣୁ ଶୁଦ୍ଧ ଶାକାହାର ମାଂସପେଶୀର ଶକ୍ତି ଓ ସହନଶୀଳତାକୁ କ୍ଷତି କରେ କି ନାହିଁ ସେ ସମ୍ପର୍କରେ ଜାଣିବା ଲାଗି ବାଉଟ୍ରୋସ,ଲାଣ୍ଡ୍ରି ଡୁଭାଲ, ଗାର୍ଜୋନ ଏବଂ କାରେଲିସ୍‌ଙ୍କ ଦ୍ୱାରା ଏକ ଅନୁଧ୍ୟାନ ବା ଗବେଷଣା କରାଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ୟୁରୋପିଆନ ଜର୍ନାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରିଶନ୍‌ରେ ଏପ୍ରିଲ ୨୦୨୦ରେ ପ୍ରକାଶ ପାଇଥିଲା। ଏଥିରେ ସାମିଲ ୧୮ରୁ ୩୫ ବର୍ଷ ବୟସର ୫୬ଜଣ ମହିଳାଙ୍କ ମଧ୍ୟରୁ ଅଧେ ଥିଲେ ମାଂସାହାରୀ ଓ ଆଉ ଅଧେ ଶୁଦ୍ଧ ଶାକାହାରୀ । ମହିଳାମାନେ ସମସ୍ତେ ପତଳା ଥିଲେ ,ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ( ବିଏମ୍‌ଆଇ) ବା ଶରୀରର ଓଜନ ଓ ଉଚ୍ଚତା ଅନୁପାତ ସାଧାରଣ ଥିଲା। ସେମାନଙ୍କ ଜୀବନଶୈଳୀ ମଧ୍ୟ ସକ୍ରିୟ ରହିଥିଲା। ପାଞ୍ଚଟି ମାନକ ଉପରେ ଗବେଷଣା କରାଯାଇଥିଲା। ସେଗୁଡିକ ହେଲା-କଠିନ ବ୍ୟାୟାମ କରିବା ବେଳେ ସେମାନେ କେତେ ଅଧିକ ଅମ୍ଳଜାନ ଗ୍ରହଣ କରୁଥିଲେ ( VO2 ମ୍ୟାକ୍ସ ) ତାହା ମାପ କରାଯାଇଥିଲା। ଶରୀରର ଉପରିଭାଗ ମାଂସପେଶୀ ଓ ନିମ୍ନଭାଗ ମାଂସପେଶୀର ଶକ୍ତି, ଶାରୀରିକ ଗଠନ ଏବଂ ସବମ୍ୟାକ୍ସିମାଲ ଏଣ୍ଡୁରାନ୍ସ (ଏରୋବିକ ଫିଟନେସ୍‌ ଆକଳନ କରିବା ପଦ୍ଧତି) ଉପରେ ଗୁରୁତ୍ୱ ଦିଆଯାଇଥିତ୍ଲା। ମହିଳାମାନଙ୍କୁ ସେମାନଙ୍କ ଖାଦ୍ୟର ତାଲିକା ରଖିବା ଲାଗି କୁହାଯାଇଥିଲା। ଅନେକ ବର୍ଷ ଧରି ଶାକାହାର ଖାଇ ରହିପାରିବା ଭଳି ମହିଳାମାନଙ୍କୁ ଚୟନ କରାଯାଇଥିଲା। ଗବେଷଣାରେ ଶୁଦ୍ଧ ଶାକାହାରୀମାନଙ୍କ ପାଇଁ ଭଲ ଖବର ଆସିଥିଲା। ମାଂସାହାରୀଙ୍କ ତୁଳନାରେ ଶୁଦ୍ଧ ଶାକାହାରୀମାନଙ୍କଠାରେ ମାଂସପେଶୀର ସହନଶୀଳତା ଅଧିକ ରହିଥିଲା। ସେମାନଙ୍କ ଶାରୀରିକ କାର୍ଯ୍ୟକଳାପ କିମ୍ବା ଶରୀରର ନିମ୍ନଭାଗ ମାଂସପେଶୀରେ କୌଣସି ପ୍ରଭେଦ ଲକ୍ଷ୍ୟ କରାଯାଇ ନ ଥିଲା। ଭିଗନ୍‌ମାନେ ଅଧିକ ଭିଟାମିନ ସି’,ଡାଏଟାରୀ ଫାଇବର, ଆଇରନ୍‌, ମ୍ୟାଗ୍ନେସିୟମ ଏବଂ ସବୁଠୁ କମ୍‌ ସାଚ୍ୟୁରେଟେଡ ଫ୍ୟାଟ ଖାଇଥିବା ଜଣାପଡିଥିଲେ। ଗବେଷଣାରୁ ସ୍ପଷ୍ଟହୋଇଥିଲା ଯେ, ଶୁଦ୍ଧ ଶାକାହାର ଯୁବା ବୟସର ସକ୍ରିୟ ମହିଳାମାନଙ୍କ ମାଂସପେଶୀର ସହନଶୀଳତା ଏବଂ ଶକ୍ତିକୁ ପ୍ରଭାବିତ କରିପାରେ ନାହିଁ।
ବ୍ଲଡ ଲିପିଡ୍‌ ଉପରେ ଶାକାହାର କିମ୍ବା ଶୁଦ୍ଧ ଶାକାହାରର ପ୍ରଭାବ ଉପରେ ଓ୍ବାଙ୍ଗ ଏବଂ ତାଙ୍କ ଟିମ୍‌ ୧୧ଟି ଅନୁଧ୍ୟାନକୁ ତଜର୍ର୍ମା କରିଥିତ୍ଲେ। ୨୦୧୫ରେ ଜର୍ନାଲ ଅଫ୍‌ ଆମେରିକାନ ହାର୍ଟ ଆସୋସିଏଶନରେ ଏସମ୍ପର୍କିତ ତଥ୍ୟ ପ୍ରକାଶ ପାଇଥିଲା। ଗବେଷଣାରେ ୮୩୨ ଜଣ ବ୍ୟକ୍ତିଙ୍କୁ ନିଆଯାଇଥିତ୍ଲା। ୧୧ଟି ଅନୁଧ୍ୟାନରୁ ୭ଟି କେବଳ ଶୁଦ୍ଧ ଶାକାହାରୀମାନଙ୍କ ଉପରେ ପର୍ଯ୍ୟବସିତ। ଏହି ଅନୁଧ୍ୟାନ ୩ ସପ୍ତାହରୁ ୧୮ ମାସ ଯାଏ କରାଯାଇଥିଲା। ମୋଟ କୋଲେଷ୍ଟରଲ,ଲୋ ଡେନ୍‌ସିଟି ଲିପୋ ପ୍ରେଟିନ (ଏଲ୍‌ଡିଏଲ୍‌) କ୍ଷତିକାରକ କୋଲେଷ୍ଟରଲ, ହାଇ ଡେନ୍‌ସିଟି ଲିପୋ ପ୍ରୋଟିନ (ଏଚ୍‌ଡିଏଲ) ଉପକାରୀ କୋଲେଷ୍ଟେରଲ, ନନ୍‌ ଏଚ୍‌ଡିଏଲ କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତରକୁ ଗବେଷକମାନେ ଆକଳନ କରିଥିଲେ। ଶାକାହାର କିମ୍ବା ଶୁଦ୍ଧ ଶାକାହାରରେ ସବୁପ୍ରକାର କୋଲେଷ୍ଟରଲ ସ୍ତର କମ୍‌ ରହିଥିବା ଜଣାପଡିଥିଲା। ମ୍ୟାକନିନ୍‌ ଓ ତାଙ୍କ ସାଥୀ ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅନୁଧ୍ୟାନର ରିପୋର୍ଟ ୨୦୧୫ରେ ଜର୍ନାଲ ଅଫ୍‌ ପେଡ୍ରିଆଟିକ୍ସରେ ପ୍ରକାଶ ପାଇଥିଲା। ମେଦବହୁଳତାର ଶିକାର ହୋଇଥିବା ତଥା ଅଧିକ କୋଲେଷ୍ଟରଲ ଥିବା ୩୦ ଜଣ ପିଲାଙ୍କ ସହ ସେମାନଙ୍କ ମାତାପିତା ୪ ସପ୍ତାହ ପାଇଁ ଶୁଦ୍ଧଶାକାହାର ହେଉ କିମ୍ବା ଆମେରିକାନ ହାର୍ଟ ଆସୋସିଏଶନ (ଏଏଚ୍‌ଏ)ଦ୍ୱାରା ଅନୁସୃତ ଖାଦ୍ୟ (ମାଂସ/ ମାଛ /ଅଣ୍ଡା) ହେଉ ତାହାକୁ ଗ୍ରହଣ କରିଥିଲେ। ଅନୁଧ୍ୟାନ ଅବଧିରେ ଶୁଦ୍ଧ ଶାକାହାର ଗ୍ରହଣ କରୁଥିବା ପିଲାମାନଙ୍କର ଓଜନ ୩.୧ କେ.ଜି. କମ୍‌ ହୋଇଥିଲା। ଏଏଚ୍‌ଏ ଖାଦ୍ୟ ଗ୍ରହଣ କରୁଥିବା ଗ୍ରୁପଙ୍କ ଓଜନ ହ୍ରାସ ଠାରୁ ଏହା ୧୯୭%ରୁ ବେଶି। ଭିଗନ ଗ୍ରୁପରେ ଥିବା ମାତାପିତାମାନଙ୍କର ବ୍ଲଡ ସୁଗାର ସ୍ତର ହାରାହାରି ୦.୧୬% କମ୍‌ ରହିଥିଲା। ଏମାନଙ୍କଠାରେ ଏଲ୍‌ଡିଏଲ କୋଲେଷ୍ଟରଲ ସହ ସମୁଦାୟ କୋଲେଷ୍ଟରଲ ସ୍ତର ଏଏଚ୍‌ଏ ଖାଦ୍ୟ ଗ୍ରହଣ କରୁଥିବା ମାତାପିତାଙ୍କ ତୁଳନାରେ ବହୁତ କମ୍‌ ରହିଥିଲା।
ଗିକୋ (ଆମେରିକାର ବୀମା କମ୍ପାନୀ) କର୍ପୋରେଟ୍‌ ଅଫିସଗୁଡ଼ିକରୁ ୨୯୧ ଜଣଙ୍କୁ ନେଇ କରାଯାଇଥିବା ଗବେଷଣାର ରିପୋର୍ଟ ୟୁରୋପିଆନ ଜର୍ନାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରିଶନ,୨୦୧୩ରେ ପ୍ରକାଶ ପାଇଥିତ୍ଲା। ସେମାନେ ୧୮ ସପ୍ତାହ ଶୁଦ୍ଧ ଶାକାହାର କିମ୍ବା ମାଂସ ଖାଇଥିଲେ। ଯେଉଁମାନେ ୧୮ ସପ୍ତାହ ଶୁଦ୍ଧଶାକାହାର ଖାଇଥିଲେ (ଭିଗନ ଗ୍ରୁପ୍‌) ସେମାନେ ହାରାହାରି ୪.୩ କେ.ଜି. ଓଜନ କମାଇ ପାରିଥିଲେ। ଅନ୍ୟପକ୍ଷରେ ମାଂସ ଖାଉଥିବା ଗ୍ରୁପ (କଣ୍ଟ୍ରୋଲ ଗ୍ରୁପ) ହାରାହାରି ୦.୧କେ.ଜି. ଓଜନ କମାଇବାକୁ ସକ୍ଷମ ହୋଇଥିଲେ। ଭିଗନ ଗ୍ରୁପରେ ଏଲ୍‌ଡିଏଲ (କ୍ଷତିକାରକ) କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତର ୮ଏମଜି/ଡିଏଲ କମିଥିଲା। ଭିଗନ ଗ୍ରୁପରେ ଏଚ୍‌ଡିଏଲ (ଉପକାରୀ) କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତର କଣ୍ଟୋଲ ଗ୍ରୁପ୍‌ଠାରୁ ଅଧିକ ରହିଥିଲା। କଣ୍ଟ୍ରୋାଲ ଗ୍ରୁପ୍‌ରେ ବ୍ଲଡ ସୁଗାର ସ୍ତର ୦.୧% କମିଥିଲା ଓ ଏହା ତୁଳନାରେ ଭିଗନ ଗ୍ରୁପରେ ଏହା କମିଥିଲା ୦.୭%। କମ୍‌ ଫ୍ୟାଟ ଓ ଶାକାହାରୀ ଖାଦ୍ୟ ଶରୀରର ଓଜନ, ଗଠନ ପ୍ରକିୟା ଏବଂ ଇନ୍‌ସୁଲିନ ସେନ୍‌ସିଟିଭିଟି ଉପରେ କ’ଣ ପ୍ରଭାବ ପକାଏ ତାହା ଜାଣିବା ଲାଗି ବର୍ନାଡଙ୍କ ନେତୃତ୍ୱରେ କରାଯାଇଥିବା ଗବେଷଣାର ରିପୋର୍ଟ ଆମେରିକାନ ଜର୍ନାଲ ଅଫ୍‌ ମେଡିସିନରେ ୨୦୦୫ରେ ପ୍ରକାଶ ପାଇଥିତ୍ଲା। ଅଧିକ ଓଜନ ଥିବା ୬୪ ଜଣ ମଧ୍ୟମ ବୟସ୍କ ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲ। ଏମାନେ ୧୪ ସପ୍ତାହ ପାଇଁ କମ୍‌ ଫ୍ୟାଟ୍‌ ଥିବା ଶୁଦ୍ଧଶାକାହାର କିମ୍ବା ମାଂସଜାତୀୟ ଖାଦ୍ୟ ଖାଇଥିଲେ। ଭିଗନ ଗ୍ରୁପର ମହିଳାମାନେ ହାରାହାରି ୫.୮କେଜି ଓଜନ ହରାଇଥିବାବେଳେ ମାଂସାହାରୀମାନେ ୩.୮ କେ.ଜି. ଓଜନ କମ୍‌ କରିପାରିଥିଲେ। ଭିଗନ ଗ୍ରୁପରେ ବିଏମ୍‌ଆଇ ମଧ୍ୟ ଅଧିକ ରହିଥିଲା। କମ୍‌ ଫ୍ୟାଟ ଥିବା ଶୁଦ୍ଧ ଶାକାହାର ଗ୍ଲିସେମିକ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବା ସହ ଟାଇପ୍‌-୨ ଡାଇବେଟିସ ରିସ୍କ ଦୂର କରେ ବୋଲି ୨୦୦୬ରେ ଡାଇବେଟିସ କେୟାର ଜର୍ନାଲରେ ପ୍ରକାଶ ପାଇଥିଲା। ୯୯ ଜଣଙ୍କୁ ଭିଗନ ଗ୍ରୁପ ଓ ଲୋ ଫ୍ୟାଟ ମିଟ୍‌ ଗ୍ରୁପ ଏଭଳି ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ଭିଗନ ଗ୍ରୁପରେ ବ୍ଲଡ ସୁଗାର ସ୍ତର ୦.୯୬ ପଏଣ୍ଟ ହ୍ରାସ ପାଇଥିଲା। ଏହା ଲୋ ଫ୍ୟାଟ ମିଟ୍‌ ଗ୍ରୁପର ହ୍ରାସ ତୁଳନାରେ ୭୧% ଅଧିକ। ଏହିଗ୍ରୁପ୍‌ ତୁଳନାରେ ଭିଗନ ଗ୍ରୁପରେ ଏଲ୍‌ଡିଏଲ( କ୍ଷତିକାରକ) କୋଲେଷ୍ଟରଲ ସହ ମୋଟ କୋଲେଷ୍ଟରଲ ସ୍ତର ମଧ୍ୟ ହ୍ରାସ ପାଇଥିଲା।
ନିକୋଲସନ୍‌ ଏବଂ ତାଙ୍କ ଟିମ୍‌ ଦ୍ୱାରା କରାଯାଇଥିବା ଆଉ ଏକ ଗବେଷଣାର ରିପୋର୍ଟ ୧୯୯୯ରେ ପ୍ରିଭେନ୍‌ଟିଭ ମେଡିସିନରେ ପ୍ରକାଶ ପାଇଥିଲା।ଟାଇପ-୨ ଡାଇବେଟିସ ପୀଡିତ ଲୋକମାନେ କମ୍‌ ଫ୍ୟାଟଯୁକ୍ତ ଶୁଦ୍ଧ ଶାକାହାର କିମ୍ବା କମ୍‌ ଫ୍ୟାଟଯୁକ୍ତ ପାରମ୍ପରିକ ଖାଦ୍ୟ ୧୨ ସପ୍ତାହ ଯାଏ ଖାଇଥିଲେ। ଭିଗନ ଗ୍ରୁପରେ ଫାଷ୍ଟିଂ ବ୍ଲଡ ସୁଗାର ୨୮ % କମିଥିଲା ବେଳେ ଏହାର ବିପରୀତ ଗ୍ରୁପ କମ୍‌ ଫ୍ୟାଟଯୁକ୍ତ ପାରମ୍ପରିକ ଖାଦ୍ୟ ଗ୍ରହଣ କରୁଥିବା ଲୋକଙ୍କର ଏହା ୧୨% କମ୍‌ ରହିଥିଲା। ୧୨ ସପ୍ତାହରେ ଭିଗନ୍‌ ଗ୍ରୁପର ଲୋକେ ହାରାହାରି ୭.୨ କେ.ଜି.ଓଜନ ହରାଇଥିଲେ। ଅପରେ ପକ୍ଷରେ ପାରମ୍ପରିକ କମ୍‌ ଫ୍ୟାଟଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କର ଏହା ଥିଲା ୩.୮କେ,ଜି.।
ଶୁଦ୍ଧ ଶାକାହାର ତୁମ ଓଜନ,ବ୍ଲଡ ସୁଗାର ଏବଂ କୋଲେଷ୍ଟରଲ କମ୍‌ କରିବା ସହ ମାଂସପେଶୀର ଶକ୍ତି ଓ ସହନଶୀଳତା ବଢାଏ ବୋଲି ହଜାର ହଜାର ଗବେଷଣା ସମାନ ପ୍ରକାର ତଥ୍ୟ ଉପସ୍ଥାପନ କରିଆସିଛନ୍ତି। ଏଣୁ ତୁମ ସ୍ବାସ୍ଥ୍ୟ ବିଷୟରେ ଗମ୍ଭୀରତାର ଚିନ୍ତା କରି ଏହି ଖାଦ୍ୟକୁ ଗ୍ରହଣ କରିବା ଦରକାର। ଏହି ଖାଦ୍ୟକୁ ବି ତୁମେ ସବୁଦିନ ପାଇପାରିବ ଓ ଖାଇପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri