ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ

ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି କଠିନ ପ୍ରୟାସ କରୁଛନ୍ତି। ମାଂସକୁ ଏବେ ଆଉ ମାଂସ ନ କହି ପ୍ରୋଟିନ କହୁଛନ୍ତି। ଅନ୍ୟପକ୍ଷରେ ଶାକାହାରୀମାନଙ୍କ ବିଷୟରେ ବିଭିନ୍ନ ପ୍ରକାର ମନଗଢା କଥା ପ୍ରଚାର କରାଯାଉଛି। ମାଂସାହାରୀଙ୍କ ତୁଳନାରେ ସେମାନଙ୍କ ମାଂସପେଶୀ ଦୁର୍ବଳ ଏବଂ କମ୍‌ ସହନଶୀଳ ବୋଲି କୁହାଯାଉଛି।
ବାସ୍ତବରେ କ’ଣ ଭିଗନ୍‌ ବା ଶୁଦ୍ଧ ଶାକାହାରୀମାନଙ୍କର ମାଂସପେଶୀ ଦୁର୍ବଳ ଏବଂ ସେମାନଙ୍କଠାରେ ପ୍ରୋଟିନ ଅଭାବ ଥାଏ? ଶୁଦ୍ଧ ଶାକାହାରୀ ଖାଦ୍ୟ (ଭିଗନ ଡାଏଟ୍‌)ରେ କମ୍‌ ନ୍ୟୁଣ୍ଟ୍ରିଟ ରହିଛି ଓ ଏହାକୁ ଖାଇବା ଯୋଗୁ ବ୍ୟାୟାମ କରିବାର ସାମର୍ଥ୍ୟ କମ୍‌ ରହେ ବୋଲି ଆମର ବିଶ୍ୱାସ। ଏଣୁ ଶୁଦ୍ଧ ଶାକାହାର ମାଂସପେଶୀର ଶକ୍ତି ଓ ସହନଶୀଳତାକୁ କ୍ଷତି କରେ କି ନାହିଁ ସେ ସମ୍ପର୍କରେ ଜାଣିବା ଲାଗି ବାଉଟ୍ରୋସ,ଲାଣ୍ଡ୍ରି ଡୁଭାଲ, ଗାର୍ଜୋନ ଏବଂ କାରେଲିସ୍‌ଙ୍କ ଦ୍ୱାରା ଏକ ଅନୁଧ୍ୟାନ ବା ଗବେଷଣା କରାଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ୟୁରୋପିଆନ ଜର୍ନାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରିଶନ୍‌ରେ ଏପ୍ରିଲ ୨୦୨୦ରେ ପ୍ରକାଶ ପାଇଥିଲା। ଏଥିରେ ସାମିଲ ୧୮ରୁ ୩୫ ବର୍ଷ ବୟସର ୫୬ଜଣ ମହିଳାଙ୍କ ମଧ୍ୟରୁ ଅଧେ ଥିଲେ ମାଂସାହାରୀ ଓ ଆଉ ଅଧେ ଶୁଦ୍ଧ ଶାକାହାରୀ । ମହିଳାମାନେ ସମସ୍ତେ ପତଳା ଥିଲେ ,ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ( ବିଏମ୍‌ଆଇ) ବା ଶରୀରର ଓଜନ ଓ ଉଚ୍ଚତା ଅନୁପାତ ସାଧାରଣ ଥିଲା। ସେମାନଙ୍କ ଜୀବନଶୈଳୀ ମଧ୍ୟ ସକ୍ରିୟ ରହିଥିଲା। ପାଞ୍ଚଟି ମାନକ ଉପରେ ଗବେଷଣା କରାଯାଇଥିଲା। ସେଗୁଡିକ ହେଲା-କଠିନ ବ୍ୟାୟାମ କରିବା ବେଳେ ସେମାନେ କେତେ ଅଧିକ ଅମ୍ଳଜାନ ଗ୍ରହଣ କରୁଥିଲେ ( VO2 ମ୍ୟାକ୍ସ ) ତାହା ମାପ କରାଯାଇଥିଲା। ଶରୀରର ଉପରିଭାଗ ମାଂସପେଶୀ ଓ ନିମ୍ନଭାଗ ମାଂସପେଶୀର ଶକ୍ତି, ଶାରୀରିକ ଗଠନ ଏବଂ ସବମ୍ୟାକ୍ସିମାଲ ଏଣ୍ଡୁରାନ୍ସ (ଏରୋବିକ ଫିଟନେସ୍‌ ଆକଳନ କରିବା ପଦ୍ଧତି) ଉପରେ ଗୁରୁତ୍ୱ ଦିଆଯାଇଥିତ୍ଲା। ମହିଳାମାନଙ୍କୁ ସେମାନଙ୍କ ଖାଦ୍ୟର ତାଲିକା ରଖିବା ଲାଗି କୁହାଯାଇଥିଲା। ଅନେକ ବର୍ଷ ଧରି ଶାକାହାର ଖାଇ ରହିପାରିବା ଭଳି ମହିଳାମାନଙ୍କୁ ଚୟନ କରାଯାଇଥିଲା। ଗବେଷଣାରେ ଶୁଦ୍ଧ ଶାକାହାରୀମାନଙ୍କ ପାଇଁ ଭଲ ଖବର ଆସିଥିଲା। ମାଂସାହାରୀଙ୍କ ତୁଳନାରେ ଶୁଦ୍ଧ ଶାକାହାରୀମାନଙ୍କଠାରେ ମାଂସପେଶୀର ସହନଶୀଳତା ଅଧିକ ରହିଥିଲା। ସେମାନଙ୍କ ଶାରୀରିକ କାର୍ଯ୍ୟକଳାପ କିମ୍ବା ଶରୀରର ନିମ୍ନଭାଗ ମାଂସପେଶୀରେ କୌଣସି ପ୍ରଭେଦ ଲକ୍ଷ୍ୟ କରାଯାଇ ନ ଥିଲା। ଭିଗନ୍‌ମାନେ ଅଧିକ ଭିଟାମିନ ସି’,ଡାଏଟାରୀ ଫାଇବର, ଆଇରନ୍‌, ମ୍ୟାଗ୍ନେସିୟମ ଏବଂ ସବୁଠୁ କମ୍‌ ସାଚ୍ୟୁରେଟେଡ ଫ୍ୟାଟ ଖାଇଥିବା ଜଣାପଡିଥିଲେ। ଗବେଷଣାରୁ ସ୍ପଷ୍ଟହୋଇଥିଲା ଯେ, ଶୁଦ୍ଧ ଶାକାହାର ଯୁବା ବୟସର ସକ୍ରିୟ ମହିଳାମାନଙ୍କ ମାଂସପେଶୀର ସହନଶୀଳତା ଏବଂ ଶକ୍ତିକୁ ପ୍ରଭାବିତ କରିପାରେ ନାହିଁ।
ବ୍ଲଡ ଲିପିଡ୍‌ ଉପରେ ଶାକାହାର କିମ୍ବା ଶୁଦ୍ଧ ଶାକାହାରର ପ୍ରଭାବ ଉପରେ ଓ୍ବାଙ୍ଗ ଏବଂ ତାଙ୍କ ଟିମ୍‌ ୧୧ଟି ଅନୁଧ୍ୟାନକୁ ତଜର୍ର୍ମା କରିଥିତ୍ଲେ। ୨୦୧୫ରେ ଜର୍ନାଲ ଅଫ୍‌ ଆମେରିକାନ ହାର୍ଟ ଆସୋସିଏଶନରେ ଏସମ୍ପର୍କିତ ତଥ୍ୟ ପ୍ରକାଶ ପାଇଥିଲା। ଗବେଷଣାରେ ୮୩୨ ଜଣ ବ୍ୟକ୍ତିଙ୍କୁ ନିଆଯାଇଥିତ୍ଲା। ୧୧ଟି ଅନୁଧ୍ୟାନରୁ ୭ଟି କେବଳ ଶୁଦ୍ଧ ଶାକାହାରୀମାନଙ୍କ ଉପରେ ପର୍ଯ୍ୟବସିତ। ଏହି ଅନୁଧ୍ୟାନ ୩ ସପ୍ତାହରୁ ୧୮ ମାସ ଯାଏ କରାଯାଇଥିଲା। ମୋଟ କୋଲେଷ୍ଟରଲ,ଲୋ ଡେନ୍‌ସିଟି ଲିପୋ ପ୍ରେଟିନ (ଏଲ୍‌ଡିଏଲ୍‌) କ୍ଷତିକାରକ କୋଲେଷ୍ଟରଲ, ହାଇ ଡେନ୍‌ସିଟି ଲିପୋ ପ୍ରୋଟିନ (ଏଚ୍‌ଡିଏଲ) ଉପକାରୀ କୋଲେଷ୍ଟେରଲ, ନନ୍‌ ଏଚ୍‌ଡିଏଲ କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତରକୁ ଗବେଷକମାନେ ଆକଳନ କରିଥିଲେ। ଶାକାହାର କିମ୍ବା ଶୁଦ୍ଧ ଶାକାହାରରେ ସବୁପ୍ରକାର କୋଲେଷ୍ଟରଲ ସ୍ତର କମ୍‌ ରହିଥିବା ଜଣାପଡିଥିଲା। ମ୍ୟାକନିନ୍‌ ଓ ତାଙ୍କ ସାଥୀ ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅନୁଧ୍ୟାନର ରିପୋର୍ଟ ୨୦୧୫ରେ ଜର୍ନାଲ ଅଫ୍‌ ପେଡ୍ରିଆଟିକ୍ସରେ ପ୍ରକାଶ ପାଇଥିଲା। ମେଦବହୁଳତାର ଶିକାର ହୋଇଥିବା ତଥା ଅଧିକ କୋଲେଷ୍ଟରଲ ଥିବା ୩୦ ଜଣ ପିଲାଙ୍କ ସହ ସେମାନଙ୍କ ମାତାପିତା ୪ ସପ୍ତାହ ପାଇଁ ଶୁଦ୍ଧଶାକାହାର ହେଉ କିମ୍ବା ଆମେରିକାନ ହାର୍ଟ ଆସୋସିଏଶନ (ଏଏଚ୍‌ଏ)ଦ୍ୱାରା ଅନୁସୃତ ଖାଦ୍ୟ (ମାଂସ/ ମାଛ /ଅଣ୍ଡା) ହେଉ ତାହାକୁ ଗ୍ରହଣ କରିଥିଲେ। ଅନୁଧ୍ୟାନ ଅବଧିରେ ଶୁଦ୍ଧ ଶାକାହାର ଗ୍ରହଣ କରୁଥିବା ପିଲାମାନଙ୍କର ଓଜନ ୩.୧ କେ.ଜି. କମ୍‌ ହୋଇଥିଲା। ଏଏଚ୍‌ଏ ଖାଦ୍ୟ ଗ୍ରହଣ କରୁଥିବା ଗ୍ରୁପଙ୍କ ଓଜନ ହ୍ରାସ ଠାରୁ ଏହା ୧୯୭%ରୁ ବେଶି। ଭିଗନ ଗ୍ରୁପରେ ଥିବା ମାତାପିତାମାନଙ୍କର ବ୍ଲଡ ସୁଗାର ସ୍ତର ହାରାହାରି ୦.୧୬% କମ୍‌ ରହିଥିଲା। ଏମାନଙ୍କଠାରେ ଏଲ୍‌ଡିଏଲ କୋଲେଷ୍ଟରଲ ସହ ସମୁଦାୟ କୋଲେଷ୍ଟରଲ ସ୍ତର ଏଏଚ୍‌ଏ ଖାଦ୍ୟ ଗ୍ରହଣ କରୁଥିବା ମାତାପିତାଙ୍କ ତୁଳନାରେ ବହୁତ କମ୍‌ ରହିଥିଲା।
ଗିକୋ (ଆମେରିକାର ବୀମା କମ୍ପାନୀ) କର୍ପୋରେଟ୍‌ ଅଫିସଗୁଡ଼ିକରୁ ୨୯୧ ଜଣଙ୍କୁ ନେଇ କରାଯାଇଥିବା ଗବେଷଣାର ରିପୋର୍ଟ ୟୁରୋପିଆନ ଜର୍ନାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରିଶନ,୨୦୧୩ରେ ପ୍ରକାଶ ପାଇଥିତ୍ଲା। ସେମାନେ ୧୮ ସପ୍ତାହ ଶୁଦ୍ଧ ଶାକାହାର କିମ୍ବା ମାଂସ ଖାଇଥିଲେ। ଯେଉଁମାନେ ୧୮ ସପ୍ତାହ ଶୁଦ୍ଧଶାକାହାର ଖାଇଥିଲେ (ଭିଗନ ଗ୍ରୁପ୍‌) ସେମାନେ ହାରାହାରି ୪.୩ କେ.ଜି. ଓଜନ କମାଇ ପାରିଥିଲେ। ଅନ୍ୟପକ୍ଷରେ ମାଂସ ଖାଉଥିବା ଗ୍ରୁପ (କଣ୍ଟ୍ରୋଲ ଗ୍ରୁପ) ହାରାହାରି ୦.୧କେ.ଜି. ଓଜନ କମାଇବାକୁ ସକ୍ଷମ ହୋଇଥିଲେ। ଭିଗନ ଗ୍ରୁପରେ ଏଲ୍‌ଡିଏଲ (କ୍ଷତିକାରକ) କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତର ୮ଏମଜି/ଡିଏଲ କମିଥିଲା। ଭିଗନ ଗ୍ରୁପରେ ଏଚ୍‌ଡିଏଲ (ଉପକାରୀ) କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସେରାଇଡ ସ୍ତର କଣ୍ଟୋଲ ଗ୍ରୁପ୍‌ଠାରୁ ଅଧିକ ରହିଥିଲା। କଣ୍ଟ୍ରୋାଲ ଗ୍ରୁପ୍‌ରେ ବ୍ଲଡ ସୁଗାର ସ୍ତର ୦.୧% କମିଥିଲା ଓ ଏହା ତୁଳନାରେ ଭିଗନ ଗ୍ରୁପରେ ଏହା କମିଥିଲା ୦.୭%। କମ୍‌ ଫ୍ୟାଟ ଓ ଶାକାହାରୀ ଖାଦ୍ୟ ଶରୀରର ଓଜନ, ଗଠନ ପ୍ରକିୟା ଏବଂ ଇନ୍‌ସୁଲିନ ସେନ୍‌ସିଟିଭିଟି ଉପରେ କ’ଣ ପ୍ରଭାବ ପକାଏ ତାହା ଜାଣିବା ଲାଗି ବର୍ନାଡଙ୍କ ନେତୃତ୍ୱରେ କରାଯାଇଥିବା ଗବେଷଣାର ରିପୋର୍ଟ ଆମେରିକାନ ଜର୍ନାଲ ଅଫ୍‌ ମେଡିସିନରେ ୨୦୦୫ରେ ପ୍ରକାଶ ପାଇଥିତ୍ଲା। ଅଧିକ ଓଜନ ଥିବା ୬୪ ଜଣ ମଧ୍ୟମ ବୟସ୍କ ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲ। ଏମାନେ ୧୪ ସପ୍ତାହ ପାଇଁ କମ୍‌ ଫ୍ୟାଟ୍‌ ଥିବା ଶୁଦ୍ଧଶାକାହାର କିମ୍ବା ମାଂସଜାତୀୟ ଖାଦ୍ୟ ଖାଇଥିଲେ। ଭିଗନ ଗ୍ରୁପର ମହିଳାମାନେ ହାରାହାରି ୫.୮କେଜି ଓଜନ ହରାଇଥିବାବେଳେ ମାଂସାହାରୀମାନେ ୩.୮ କେ.ଜି. ଓଜନ କମ୍‌ କରିପାରିଥିଲେ। ଭିଗନ ଗ୍ରୁପରେ ବିଏମ୍‌ଆଇ ମଧ୍ୟ ଅଧିକ ରହିଥିଲା। କମ୍‌ ଫ୍ୟାଟ ଥିବା ଶୁଦ୍ଧ ଶାକାହାର ଗ୍ଲିସେମିକ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବା ସହ ଟାଇପ୍‌-୨ ଡାଇବେଟିସ ରିସ୍କ ଦୂର କରେ ବୋଲି ୨୦୦୬ରେ ଡାଇବେଟିସ କେୟାର ଜର୍ନାଲରେ ପ୍ରକାଶ ପାଇଥିଲା। ୯୯ ଜଣଙ୍କୁ ଭିଗନ ଗ୍ରୁପ ଓ ଲୋ ଫ୍ୟାଟ ମିଟ୍‌ ଗ୍ରୁପ ଏଭଳି ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ଭିଗନ ଗ୍ରୁପରେ ବ୍ଲଡ ସୁଗାର ସ୍ତର ୦.୯୬ ପଏଣ୍ଟ ହ୍ରାସ ପାଇଥିଲା। ଏହା ଲୋ ଫ୍ୟାଟ ମିଟ୍‌ ଗ୍ରୁପର ହ୍ରାସ ତୁଳନାରେ ୭୧% ଅଧିକ। ଏହିଗ୍ରୁପ୍‌ ତୁଳନାରେ ଭିଗନ ଗ୍ରୁପରେ ଏଲ୍‌ଡିଏଲ( କ୍ଷତିକାରକ) କୋଲେଷ୍ଟରଲ ସହ ମୋଟ କୋଲେଷ୍ଟରଲ ସ୍ତର ମଧ୍ୟ ହ୍ରାସ ପାଇଥିଲା।
ନିକୋଲସନ୍‌ ଏବଂ ତାଙ୍କ ଟିମ୍‌ ଦ୍ୱାରା କରାଯାଇଥିବା ଆଉ ଏକ ଗବେଷଣାର ରିପୋର୍ଟ ୧୯୯୯ରେ ପ୍ରିଭେନ୍‌ଟିଭ ମେଡିସିନରେ ପ୍ରକାଶ ପାଇଥିଲା।ଟାଇପ-୨ ଡାଇବେଟିସ ପୀଡିତ ଲୋକମାନେ କମ୍‌ ଫ୍ୟାଟଯୁକ୍ତ ଶୁଦ୍ଧ ଶାକାହାର କିମ୍ବା କମ୍‌ ଫ୍ୟାଟଯୁକ୍ତ ପାରମ୍ପରିକ ଖାଦ୍ୟ ୧୨ ସପ୍ତାହ ଯାଏ ଖାଇଥିଲେ। ଭିଗନ ଗ୍ରୁପରେ ଫାଷ୍ଟିଂ ବ୍ଲଡ ସୁଗାର ୨୮ % କମିଥିଲା ବେଳେ ଏହାର ବିପରୀତ ଗ୍ରୁପ କମ୍‌ ଫ୍ୟାଟଯୁକ୍ତ ପାରମ୍ପରିକ ଖାଦ୍ୟ ଗ୍ରହଣ କରୁଥିବା ଲୋକଙ୍କର ଏହା ୧୨% କମ୍‌ ରହିଥିଲା। ୧୨ ସପ୍ତାହରେ ଭିଗନ୍‌ ଗ୍ରୁପର ଲୋକେ ହାରାହାରି ୭.୨ କେ.ଜି.ଓଜନ ହରାଇଥିଲେ। ଅପରେ ପକ୍ଷରେ ପାରମ୍ପରିକ କମ୍‌ ଫ୍ୟାଟଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କର ଏହା ଥିଲା ୩.୮କେ,ଜି.।
ଶୁଦ୍ଧ ଶାକାହାର ତୁମ ଓଜନ,ବ୍ଲଡ ସୁଗାର ଏବଂ କୋଲେଷ୍ଟରଲ କମ୍‌ କରିବା ସହ ମାଂସପେଶୀର ଶକ୍ତି ଓ ସହନଶୀଳତା ବଢାଏ ବୋଲି ହଜାର ହଜାର ଗବେଷଣା ସମାନ ପ୍ରକାର ତଥ୍ୟ ଉପସ୍ଥାପନ କରିଆସିଛନ୍ତି। ଏଣୁ ତୁମ ସ୍ବାସ୍ଥ୍ୟ ବିଷୟରେ ଗମ୍ଭୀରତାର ଚିନ୍ତା କରି ଏହି ଖାଦ୍ୟକୁ ଗ୍ରହଣ କରିବା ଦରକାର। ଏହି ଖାଦ୍ୟକୁ ବି ତୁମେ ସବୁଦିନ ପାଇପାରିବ ଓ ଖାଇପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?