ଡବଲ ସୁପର ଓଭରରେ ପଞ୍ଜାବ ବିଜୟୀ

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ଅନୁଷ୍ଠିତ ଏକ ରୋମାଞ୍ଚକ ଡବଲ ସୁପର ଓଭର ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ରୋମାଞ୍ଚକଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମ ସୁପର ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ପଞ୍ଜାବ ୨ ଉଇକେଟ ହରାଇ ମାତ୍ର ୫ ରନ କରିଥିଲା। ଜବାବରେ ମୁମ୍ବାଇ ମହମ୍ମଦ ସାମିଙ୍କ ଓଭରରୁ ସମାନ ୫ ରନ କରିବାରୁ ଆଉଏକ ସୁପର ଓଭରକୁ ମ୍ୟାଚ ଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମିଙ୍କ ଓଭରରୁ ୧୧ ରନ କରିଥିଲା। ଜବାବରେ ପଞ୍ଜାବ ଟ୍ରେଣ୍ଟ ବୋଲ୍ଟଙ୍କ ଓଭରର ୪ ବଲ୍‌ରୁ ୧୫ ରନ ସଂଗ୍ରହ କରି ନେଇଥିଲା।
ନିର୍ଦ୍ଧାରିତ ଓଭରରେ ଉଭୟ ମୁମ୍ବାଇ ଓ ପଞ୍ଜାବ ୧୭୬ ରନ ଲେଖାଏ କରିବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆ ଯାଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୩୮ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା ୯, ଇନ୍‌ଫର୍ମ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୁର୍ବରୁ ଏବଂ ଇଶାନ କିଶନ ୭ ରନ କରି ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଡିକକ ଓ କ୍ରୁନାଲ ପାଣ୍ଡ୍ୟା ୫୮ ରନ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। କ୍ରୁନାଲ ୩୦ ବଲରୁ ୪ ଚୌକା ଓ ୧ ଛକା ସହ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ କରିପାରି ଥିଲେ। ତେବେ କ୍ୱିଣ୍ଟନ ଡିକକ୍‌ (୫୩, ରନ, ୪୩ ବଲ, ୩ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ହାସଲ ସହ କିରନ ପୋଲାର୍ଡଙ୍କ ୧୨ ବଲ୍‌ରୁ ଦ୍ରୁତ ୩୪(୧ ଚୌକା, ୪ ଛକା) ଓ କୁଲ୍ଟର ନାଇଲ୍‌ଙ୍କ ୧୨ ବଲ୍‌ରୁ ୨୪ (୪ ଚୌକା) ରନ ସ୍କୋର କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୭୬ରେ ପହଞ୍ଚତ୍ ପାରିଥିଲା। ପଞ୍ଜାବ ତରଫରୁ ମହମ୍ମଦ ସାମି ଓ ଅର୍ଶଦୀପ ସିଂ ୨ଟି ଲେଖାଏ ଏବଂ କ୍ରିସ୍‌ ଜୋର୍ଡାନ ଓ ରବି ବିଷ୍ଣୋଇ ଗୋଟିଏ କରି ଉଇକେଟ ହାସଲ କରିଥିଲେ।
ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ପଞ୍ଜାବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ଦର୍ଶନୀୟ ଇନିଂସ। ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳକୁ ବିପଦରେ ପକାଇଥିଲେ। ସ୍କୋର ୩୩ ହୋଇଥିବାବେଳେ ଇନ୍‌ଫର୍ମ ଓପନର ମୟଙ୍କ ଅଗ୍ରଓ୍ବାଲ(୧୧ ରନ)ଆଉଟ ହୋଇଥିଲେ। ତୃତୀୟ ସ୍ଥାନରେ ଆସିଥିବା କ୍ରିସ୍‌ ଗେଲ୍‌ ତିନୋଟି ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ୨୧ ବଲ୍‌ରୁ ୨୪(୧ ଚୌକା, ୨ ଛକା) ରନ କରି ପାରିଥିଲେ। ମଧ୍ୟଭାଗରେ ନିକୋଲାସ ପୁରନ ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳିଥିଲେ ହେଁ ୧୨ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହିତ ୨୪ ରନ କରିଥିବାବେଳେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଶିକାର ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ବେଲ(୦) ପୁଣି ନିରାଶ କରିଥିଲେ। ୧୬ ବଲ୍‌ରୁ ୨୪ ରନ ଥିବାବେଳେ ଯଶପ୍ରୀତ୍‌ ବୁମ୍‌ରାଙ୍କ ୟର୍କରରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ ରାହୁଲ। ସେ ୫୧ ବଲ୍‌ରୁ ୭ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ। ତାଙ୍କ ବିଦାୟ ଦଳପାଇଁ ଶକ୍ତଧକ୍କା ସଦୃଶ ହୋଇଥିଲା। ଶେଷ ଭାଗରେ ଦୀପକ ହୁଦା ଓ କ୍ରିସ୍‌ ଜୋର୍ଡାନ ଜୋରଦାର ଉଦ୍ୟମ କରିଥିଲେ ହେଁ ମ୍ୟାଚ ଟାଇ ହୋଇ ଯାଇଥିଲା। ଶେଷ ବଲ୍‌ରୁ ୨ ରନ ଆବଶ୍ୟକ ଥିବାବେଳେ ଜୋର୍ଡାନ ୧ ରନ ନେଇ ପାରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୁମ୍‌ରା ୩ଟି ଏବଂ ରାହୁଲ ଚହର ୨ଟି ଉଇକେଟ ନେଇଥିଲେ। ହୁଦା ୧୬ ବଲ୍‌ରୁ ୨୩(୧ ଚୌକା, ୧ ଛକା) ଓ ଜୋର୍ଡାନ ୮ ବଲ୍‌ରୁ ୧୩ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୬/୬ (ଡିକକ୍‌- ୫୩, କ୍ରୁନାଲ- ୩୪, ପୋଲାର୍ଡ- ୩୪*, କୁଲ୍ଟର ନାଇଲ- ୨୪*, ସାମି- ୨/୩୦, ଅର୍ଶଦୀପ- ୨/୩୫ , ଜୋର୍ଡାନ- ୧/୩୨, ବିଷ୍ଣୋଇ- ୧/୧୨)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୬/୬ (ରାହୁଲ-୭୭, ଗେଲ-୨୪, ପୁରନ-୨୪, ହୁଦା-୨୩*, ବୁମ୍‌ରା-୩/୨୪, ରାହୁଲ ଚହର-୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri