Posted inଜାତୀୟ

ଚାଞ୍ଚଲ୍ୟକର ଖୁଲାସା: ଆଇଏସଆଇ ସମ୍ପର୍କରେ ଥିଲେ ଅମ୍ରିତପାଲ

ଚଣ୍ଡିଗଡ, ୧୯।୩: ଖଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ୍‌ ସିଂଙ୍କ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ସାମ୍ନାକୁ ଆସିଛି। ପୋଲିସ ଦାବି କରିଛି ଯେ, ଅମ୍ରିତପାଲ ଆଇଏସଆଇ ସହାୟତାରେ ଆନନ୍ଦପୁର ଖାଲସା ଫୋର୍ସ ଗଠନ ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଘରୁ ଏବଂ ସାଥୀଙ୍କ ନିକଟରୁ ଉଦ୍ଧାର ହୋଇଥିବା ଅସ୍ତ୍ର ଉପରେ ଏକେଏଫ୍‌ (ଆନନ୍ଦପୁର ଖାଲସା ଫୋର୍ସ) ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଷଡଯନ୍ତ୍ରର ଏକ ଅଂଶ ଭାବରେ ପଞ୍ଜାବରେ ଧର୍ମ ନାମରେ ଘୃଣାଭାବ ପ୍ରଚାର କରାଯାଉଥିଲା। ତାଙ୍କ ପାଖରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି। ଜଳନ୍ଧର ରେଞ୍ଜ ଡିଜି ସ୍ବପ୍ନ ଶର୍ମା ଅମ୍ରିତପାଲଙ୍କ ପାକିସ୍ତାନର ଗୁପ୍ତଚର ସଂସ୍ଥା ସହ ସମ୍ପର୍କକୁ ନିଶ୍ଚିତ କରିଛନ୍ତି।
ଡିଜି କହିଛନ୍ତି, ଅମ୍ରିତପାଲ ଯାତ୍ରା କରୁଥିବା ମର୍ସିଡିଜ କାର୍‌ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ଡ୍ରଗ ଚୋରା ଚାଲାଣକାରୀ ରଣଦୀପଙ୍କ ଭାଇଙ୍କର ଥିଲା। ଗାଡି ବିଷୟରେ ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଉଛି। ଏହି ଗାଡି ପାଇଁ ଟଙ୍କା କେଉଁଠୁ ଆସିଲା ଏବଂ ଏହା ସହିତ ଅମ୍ରିତପାଲ୍‌ଙ୍କ ସମ୍ପର୍କ କ’ଣ ତାହା ତଦନ୍ତ କରାଯାଉଛି। ଅମ୍ରିତପାଲ୍‌ ଦୁବାଇରେ ଟ୍ରକ ଡ୍ରାଇଭର ଭାବରେ କାମ କରୁଥିଲେ। ସେ ଦୁବାଇରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ଧର୍ମ ନାମରେ ନିରୀହ ଯୁବକମାନଙ୍କୁ ଫାନ୍ଦରେ ପକାଇବାକୁ ଅମ୍ରିତପାଲ୍‌ ଚେଷ୍ଟା କରୁଥିଲେ।
ସୂଚନାଯୋଗ୍ୟ, ଅମ୍ରିତପାଲ୍‌ଙ୍କୁ ଧରିବା ଲାଗି ଶନିବାର ରାଜ୍ୟ ପୋଲିସଙ୍କ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୭୮ ଜଣଙ୍କୁ ଗିରଫ କରାଯାଇଥିଲା। ଜଳନ୍ଧର ଜିଲାରେ ଖଲିସ୍ତାନୀ ନେତାଙ୍କୁ ଗାଡ଼ି ସମୂହକୁ ପୋଲିସ ପିଛା କରୁଥିବାବେଳେ ସେ କୌଣସି ପ୍ରକାରେ ଖସି ପଳାଇଥିଲେ। ଏବେ ବି ସେ ଫେଣାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?