ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୯.୫ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଛି। ଦଳ ତରଫରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୩୫, ଜନି ବେୟାରଷ୍ଟୋ ୧୯, ଅବଦୁଲ ସମାଦ ୭, ମନୀଷ ପାଣ୍ଡେ ୧୫, ବିଜୟ ଶଙ୍କର ୨୬, ଜାସନ ହୋଲ୍ଡର ୫ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଅର୍ଶଦୀପ ସିଂ ଓ କ୍ରିସ୍‌ ଜୋର୍ଡାନ ୩ଟି ଲେଖାଏ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲା। ପ୍ରଥମ ଉଇକେଟରେ ଅଧିନାୟକ ତଥା ଓପନର ଲୋକେଶ ରାହୁଲ ଓ ମନଦୀପ ସିଂ ୩୦ ବଲରୁ ୩୭ ରନ ସଂଗ୍ରହ କରିଥିଲେ। ତେବେ ମନଦୀପ ୧୪ ବଲରୁ ୧ ଚୌକା ସହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲ୍‌ରେ ରସିଦ୍‌ ଖାନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଆଶନୁରୂପ ପ୍ରଦର୍ଶନ କରି ନ ପାରି ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୦ ରନ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ ଲଙ୍ଗ୍‌ ଅଫ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ସିଧା ସଳଖ କ୍ୟାଚ୍‌ ଦେଇଥିଲେ। ରାହୁଲ ୨୭ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନକରି ଜମିଆସୁଥିବା ବେଳେ ରସିଦ ଖାନଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୩ ବଲରୁ ୧୨ ରନ କରି ଲଙ୍ଗ୍‌ ଅନ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ୍‌ ଦେଇ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କ୍ରିସ୍‌ ଜୋର୍ଡାନ ୭, ମୁରୁଗାନ ଅଶ୍ୱିନ ୪ ରନକରି ଆଉଟ ହୋଇଥିଲେ । ନିକୋଲାସ ପୁରନ ୨୮ ବଲରୁ ୨ ଚୌକା ସହ ୩୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ୍‌ ତରଫରୁ ସନ୍ଦୀପ, ହୋଲ୍ଡର ଓ ରସିଦ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୨୬/୭
(ପୁରନ- ୩୨*, ରାହୁଲ- ୨୭, ଗେଲ୍‌- ୨୦, ମନଦୀପ୍‌-୧୭, ମ୍ୟାକ୍ସଓ୍ବେଲ- ୧୨, ସନ୍ଦୀପ- ୨/୨୯, ହୋଲ୍ଡର- ୨/୨୭, ରସିଦ- ୨/୧୪ )।
ସନରାଇଜର୍ସ ହାଇଦ୍ରାବାଦ୍‌ ୧୯.୫ ଓଭରରେ ୧୧୪
(ଓ୍ବାର୍ନର- ୩୫, ବେୟାରଷ୍ଟୋ- ୧୯, ପାଣ୍ଡେ- ୧୫, ଶଙ୍କର- ୨୬, ସାମି- ୧/୩୪, ମୁରୁଗାନ ଅଶ୍ୱିନ- ୧/୨୭, ବିଷ୍ଣୋଇ- ୧/୧୩, ଜୋର୍ଡାନ- ୩/୧୭, ଅର୍ଶଦୀପ-୩/୨୩ )।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨- ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ...

୨୨ ବର୍ଷ ଧରି ଚେନ୍ନାଇରେ ହାରିନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୧: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ ଉପରେ...

ଇଂଲଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡ଼ିବେ ରାମପ୍ରକାଶ

ଲଣ୍ଡନ,୩୧।୫- ଇଂଲଣ୍ଡ ଜାତୀୟ ଦଳର ବ୍ୟାଟିଂ କୋଚ ମାର୍କ ରାମପ୍ରକାଶ ଜୁନରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ୫୨ ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲିଶ...

୬ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ଷ୍ଟୋକ୍ସ

ଦୁବାଇ, ୪ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ବିଶ୍ୱର ଟପ୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ରବିବାର ୟୁଏଇରେ ପହଞ୍ଚତ୍ବେ। ସେ ତାଙ୍କ ଦଳ...

ଧୋନୀଙ୍କ ୪୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇଲେ ୧୦ ହଜାର ପ୍ରଶଂସକ

ଥିରୁଭାନନ୍ତପୁରମ୍‌,୯।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି। କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ...

ଭାରତ ପାଇଁ ଖେଳିବି ବୋଲି ଭାବି ନ ଥିଲି : ସଇନି

ଲଡରହିଲ(ଆମେରିକା),୪।୮(ପି.ଟି.): ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବେଶ୍‌ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି...

ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍‌ ଚାମ୍ପିୟନ୍‌

ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ...

ଲଣ୍ଡନ ରାସ୍ତାରେ ବୁଲୁଛନ୍ତି ଭାରତୀୟ ଖେଳାଳି

ଲଣ୍ଡନ, ୫।୭: ଚଳିତ ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଉ ଗୋଟିଏ ମ୍ୟାଚ୍‌ ଖେଳିବାକୁ ବାକି ଥିବାବେଳେ ଭାରତୀୟ...

Advertisement


Archives

Model This Week

Why Dharitri