Posted inଖେଳ

ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ

ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପଞ୍ଜାବ ଏହି ମ୍ୟାଚ୍‌ରେ ଟ୍ରାକ୍‌କୁ ଫେରିବ ଲକ୍ଷ୍ୟରେ ରହିଛି। ଗତ ମ୍ୟାଚ୍‌ରେ ପଞ୍ଜାବ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ଠାରୁ ୬୯ ରନରେ ପରାସ୍ତ ହୋଇଥିଲା। ସଂଘର୍ଷ କରୁଥିବା ବେଳେ ପଞ୍ଜାବ ଅଲ- ରାଉଣ୍ଡ କୋଲକାତାକୁ କିଭଳି ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା। ପଞ୍ଜାବ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୫ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ପାଇ ତାଲିକାର ନିମ୍ନତମ ସ୍ଥାନରେ ରହିଛି। ଅନ୍ୟପଟେ କୋଲକାତା ୫ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୨ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।
କୋଲକାତା ତା’ର ପ୍ରଦର୍ଶନ ଉନ୍ନତି ଆଣି ତୃତୀୟଥର ପାଇଁ ଟାଇଟଲ ଦୌଡ଼ରେ ରହିଛି। ଯୁବ ଓପନର ଶୁବମନ ଗିଲ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରାହୁଲ ତ୍ରିପାଠୀ ଦମ୍‌ଦାର ପ୍ରଦର୍ଶନ କରି ଦଳ ପାଇଁ ଟପ୍‌ ଅର୍ଡରରେ ବିକଳ୍ପ ସୃଷ୍ଟି କରିଛନ୍ତି। ସୁନୀଲ ନାରିନ ମଧ୍ୟ ପୁରୁଣା ଫର୍ମ ଫେରିପାଇବାକୁ ପ୍ରୟାସ କରୁଛନ୍ତି ଓ ବୋଲିଂ, ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ମିଡିଲ ଅର୍ଡରରେ ଇଅନ ମୋର୍ଗାନଙ୍କ ଉପସ୍ଥିତି ଦଳକୁ ଆହୁରି ଦୃଢ କରିଛି। ଏହାପରେ ଆନ୍ଦ୍ରେ ରସେଲଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ଚମକ ଦେଖାଇପାରି ନାହାନ୍ତି। ତେବେ ଅଧିନାୟକ ଦୀନେଶ କାର୍ତ୍ତିକ ଆଦୌ ଫର୍ମରେ ନାହାନ୍ତି। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ନେଇ ଚିନ୍ତିତ ରହିଛି। ବ୍ୟାଟିଂରେ ସେ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ସେ ତାଙ୍କର ନେତୃତ୍ୱ ପ୍ରଶଂସନୀୟ ଥିଲା। ଚେଜ କରୁଥିବା ଚେନ୍ନାଇ ବିପକ୍ଷରେ ସେ ବୋଲିଂ ଅଦଳବଦଳରେ କମାଲ କରିଥିଲେ। ବୋଲିଂରେ ଦୁଇ ଯୁବ ଦ୍ରୁତ ବୋଲର କମଳେଶ ନାଗରକୋଟି ଓ ଶିବମ ମାଭି, ପ୍ୟାଟ୍‌ କୁମିନ୍ସ ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନ୍‌ ଡିପାର୍ଟମେଣ୍ଟରେ ନାରିନ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।
ଅପରପକ୍ଷରେ ପଞ୍ଜାବ ଓପନିଂ ଯୋଡି ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ନିର୍ଭରଶୀଳ ହୋଇପଡିଛି। ଦୀର୍ଘ ଦିନ ପରେ କ୍ରିସ୍‌ ଗେଲ ଦଳ ପାଇଁ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ ଓ ଏହା ପଞ୍ଜାବ ପାଇଁ ବରଦାନ ସାବ୍ୟସ୍ତ ହେବ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବଦଳରେ ଗେଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ନିକୋଲାସ ପୁରନ ପୁଣି ଥରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବେ। ପଞ୍ଜାବ ପାଇଁ ଡେଥ୍‌ ବୋଲିଂ ନେଇ ସମସ୍ୟା ରହିଛି। କୋଲକାତା ବିପକ୍ଷରେ ଡେଥ୍‌ ବୋଲିଂରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ପଞ୍ଜାବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri