Posted inଖେଳ

ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ

ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପଞ୍ଜାବ ଏହି ମ୍ୟାଚ୍‌ରେ ଟ୍ରାକ୍‌କୁ ଫେରିବ ଲକ୍ଷ୍ୟରେ ରହିଛି। ଗତ ମ୍ୟାଚ୍‌ରେ ପଞ୍ଜାବ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ଠାରୁ ୬୯ ରନରେ ପରାସ୍ତ ହୋଇଥିଲା। ସଂଘର୍ଷ କରୁଥିବା ବେଳେ ପଞ୍ଜାବ ଅଲ- ରାଉଣ୍ଡ କୋଲକାତାକୁ କିଭଳି ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା। ପଞ୍ଜାବ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୫ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ପାଇ ତାଲିକାର ନିମ୍ନତମ ସ୍ଥାନରେ ରହିଛି। ଅନ୍ୟପଟେ କୋଲକାତା ୫ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୨ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।
କୋଲକାତା ତା’ର ପ୍ରଦର୍ଶନ ଉନ୍ନତି ଆଣି ତୃତୀୟଥର ପାଇଁ ଟାଇଟଲ ଦୌଡ଼ରେ ରହିଛି। ଯୁବ ଓପନର ଶୁବମନ ଗିଲ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରାହୁଲ ତ୍ରିପାଠୀ ଦମ୍‌ଦାର ପ୍ରଦର୍ଶନ କରି ଦଳ ପାଇଁ ଟପ୍‌ ଅର୍ଡରରେ ବିକଳ୍ପ ସୃଷ୍ଟି କରିଛନ୍ତି। ସୁନୀଲ ନାରିନ ମଧ୍ୟ ପୁରୁଣା ଫର୍ମ ଫେରିପାଇବାକୁ ପ୍ରୟାସ କରୁଛନ୍ତି ଓ ବୋଲିଂ, ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ମିଡିଲ ଅର୍ଡରରେ ଇଅନ ମୋର୍ଗାନଙ୍କ ଉପସ୍ଥିତି ଦଳକୁ ଆହୁରି ଦୃଢ କରିଛି। ଏହାପରେ ଆନ୍ଦ୍ରେ ରସେଲଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ଚମକ ଦେଖାଇପାରି ନାହାନ୍ତି। ତେବେ ଅଧିନାୟକ ଦୀନେଶ କାର୍ତ୍ତିକ ଆଦୌ ଫର୍ମରେ ନାହାନ୍ତି। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ନେଇ ଚିନ୍ତିତ ରହିଛି। ବ୍ୟାଟିଂରେ ସେ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ସେ ତାଙ୍କର ନେତୃତ୍ୱ ପ୍ରଶଂସନୀୟ ଥିଲା। ଚେଜ କରୁଥିବା ଚେନ୍ନାଇ ବିପକ୍ଷରେ ସେ ବୋଲିଂ ଅଦଳବଦଳରେ କମାଲ କରିଥିଲେ। ବୋଲିଂରେ ଦୁଇ ଯୁବ ଦ୍ରୁତ ବୋଲର କମଳେଶ ନାଗରକୋଟି ଓ ଶିବମ ମାଭି, ପ୍ୟାଟ୍‌ କୁମିନ୍ସ ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନ୍‌ ଡିପାର୍ଟମେଣ୍ଟରେ ନାରିନ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।
ଅପରପକ୍ଷରେ ପଞ୍ଜାବ ଓପନିଂ ଯୋଡି ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ନିର୍ଭରଶୀଳ ହୋଇପଡିଛି। ଦୀର୍ଘ ଦିନ ପରେ କ୍ରିସ୍‌ ଗେଲ ଦଳ ପାଇଁ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ ଓ ଏହା ପଞ୍ଜାବ ପାଇଁ ବରଦାନ ସାବ୍ୟସ୍ତ ହେବ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବଦଳରେ ଗେଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ନିକୋଲାସ ପୁରନ ପୁଣି ଥରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବେ। ପଞ୍ଜାବ ପାଇଁ ଡେଥ୍‌ ବୋଲିଂ ନେଇ ସମସ୍ୟା ରହିଛି। କୋଲକାତା ବିପକ୍ଷରେ ଡେଥ୍‌ ବୋଲିଂରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ପଞ୍ଜାବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri