ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା ଆସନ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସିକା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ୫ ଲୋକ ସଭା ଆସନ ମଧ୍ୟରୁ ଆସିକାରେ ସାଧାରଣ ଲୋକମାନେ ଏବେ ଭୋଟ ଅପେକ୍ଷା ନିଜେ ଭୋଗୁଥିବା ସମସ୍ୟାକୁ ନେଇ ଅଧିକ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଏହି ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳି ବିଧାନସଭା କ୍ଷେତ୍ରର ଅଧିକାଂଶ ଲୋକ ଦାଦନ ଏବଂ କୃଷି କାର୍ଯ୍ୟ କରି ନିଜ ଜୀବିକା ନିର୍ବାହ କରିଥାନ୍ତି। ଲୋକେ ସ୍ଥାନୀୟ ଅଞ୍ଚଳରେ କୌଣସି ବଡ଼ ଫ୍ୟାକ୍ଟ୍ରି କିମ୍ବା କାମ କରିବା ଭଳି ଅନ୍ୟ କୌଣସି ସୁବିଧା ନ ପାଇବା କାରଣରୁ ସୁରଟ ଯାଇ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟ ଯେଉଁମାନେ କୃଷି କାର୍ଯ୍ୟ ଉପରେ ନିର୍ଭର କରି ବଞ୍ଚତ୍ବାକୁ ଚେଷ୍ଟା କରୁଛନ୍ତି ସେମାନେ ମୁଖ୍ୟତଃ ଭାଗଚାଷୀ। ସେମାନେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ନ ପାଇବା କାରଣରୁ ନିଜ ଗୁଜୁରାଣ ମେଣ୍ଟାଇବାରେ ନାନା ସମସ୍ୟା ଭୋଗୁଥିବା ଧରିତ୍ରୀ ଟିମ୍‌କୁ ମତ ଦେଇଛନ୍ତି। ଯେଉଁଥିପାଇଁ ଅନେକ ଅଞ୍ଚଳର ଯୁବକ ଓ ସାଧାରଣ ଲୋକ ନିର୍ବାଚନ ପ୍ରକ୍ରିୟାଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଛି। ଏପରି କି ଧରିତ୍ରୀ ଟିମ୍‌ କେତେଜଣ ଲୋକଙ୍କୁ ଭେଟି କେଉଁ ଦଳରୁ କିଏ ଏମ୍‌ପି ପ୍ରାର୍ଥୀ ହୋଇଛନ୍ତି ପଚାରିଥିଲା। ହେଲେ ପ୍ରାର୍ଥୀଙ୍କ ନାମ କହିବାରେ ବହୁ ଲୋକ ଅସମର୍ଥ ହୋଇଥିଲେ।

ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିତଳ ପଞ୍ଚାୟତର ରାଜେନ୍ଦ୍ର ନାହାକ ଶନିବାର ମଧ୍ୟାହ୍ନ ୧୨ଟାରେ ପ୍ରାୟ ୭ରୁ ୮ କେଜି କୁନ୍ଦୁରି ନିଜ ବଗିଚାରୁ ତୋଳି ଆଣି ରାସ୍ତାକଡ଼ରେ ବିକ୍ରି କରୁଥିଲେ। ତାଙ୍କ ସହ ଯୋଗାଯୋଗ କରି ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ପଚାରିବାରୁ ସେ କହିଛନ୍ତି, ତାଙ୍କ ପଞ୍ଚାୟତରେ ସରକାରଙ୍କ ତରଫରୁ ଗୋଟେ ଶ୍ମଶାନ ଏବଂ ସ୍ଥାନୀୟ ଅଞ୍ଚଳର କାହାର ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ କଲ୍ୟାଣ ମଣ୍ଡପ କରିବା ପାଇଁ ବହୁ ଦାବି ହେଉଥିଲେ ସୁଦ୍ଧା ସ୍ଥାନୀୟ ନେତା ତାହା କରାଇପାରି ନାହାନ୍ତି। ସେ ଭାଗ ଚାଷ କରି ନିଜ ପରିବାରକୁ ପ୍ରତିପୋଷଣ କରୁଛନ୍ତି। ହେଲେ ଚାଷ କାର୍ଯ୍ୟ ପାଇଁ ଯେତିକି ସୁବିଧା ପାଇବା କଥା ତାଙ୍କୁ ସେଭଳି କିଛି ମିଳୁନାହିଁ। ସୁରଟରେ କାମ କରିବାକୁ ଯିବା ପାଇଁ ମଧ୍ୟ ତାଙ୍କର ଆଉ ବୟସ ନାହିଁ। ତେଣୁ ଯେନତେନ ନିଜ ଗୁଜୁରାଣ ମେଣ୍ଟାଉଥିବା ରାଜେନ୍ଦ୍ର କହିଛନ୍ତି। ରାଜେନ୍ଦ୍ରଙ୍କୁ ଦେଖା କରିବା ପରେ ତାଙ୍କଠାରୁ ପ୍ରାୟ ୧ କି.ମି. ଆସିକା ନିର୍ବାଚନ ମଣ୍ଡଳୀ ଆଡ଼କୁ ଯିବା ସମୟରେ ଆଖୁରସ ବିକ୍ରି କରୁଥିବା ବ୍ରାହ୍ମଣସାହି ପଞ୍ଚାୟତର ୪୫ ବର୍ଷ ବୟସ୍କ ଟୁନା ବେହେରାଙ୍କ ସହିତ କଥା ହୋଇଥିଲୁ। ଏହି ସମୟରେ ଟୁନା କହିଥିଲେ, ସେ ଦିନକୁ ପ୍ରାୟ ୭୦୦ରୁ ୮୦୦ ଟଙ୍କାର ଆଖୁରସ ବିକ୍ରି କରୁଛନ୍ତି। ସେଥିରୁ ତାଙ୍କ ଖର୍ଚ୍ଚ ଯାଇ ସେ ଦିନକୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ କହିବା କଥା ଅନ୍ୟ କୌଣସି ଚାଷ କେବେ କରିହେଉନାହିଁ। ଭାଗରେ ଧାନ ଚାଷ କଲେ ଭରଣକେ ୧୫ ନଉତି ଧାନ ଜମି ମାଲିକ ନେଇଯାଉଛନ୍ତି। ଚାଷ ଯଦି ଆଖିଦୃଶିଆ ହୁଅନ୍ତା ତେବେ କିଛି ଲାଭ ମିଳନ୍ତା। ହେଲେ ଜମିକୁ ଜଳସେଚନର ସେଭଳି କୌଣସି ବ୍ୟବସ୍ଥା ନ ଥିବାରୁ ଚାଷ ମଧ୍ୟ ଠିକ୍‌ କରିହେଉନାହିଁ। ସେହିପରି ଆଉ କିଛି ବାଟ ଆଗକୁ ଯିବା ପରେ ଆସିକା ନିର୍ବାଚନମଣ୍ଡଳୀର ଖଣ୍ଡଦେଉଳି ପଞ୍ଚାୟତର ରାସ୍ତାରେ ପରିବା ବିକ୍ରି କରୁଥିବା ଶମ୍ଭୁ ଗୌଡ଼ଙ୍କୁ ଭେଟିଥିଲୁ। ଶମ୍ଭୁ ମଧ୍ୟ ଦାଦନ ଖଟିବାକୁ ସୁରଟ ଯାଆନ୍ତି। ଖରାଦିନ କାରଣରୁ ସେ ଏବେ ଗାଁକୁ ଆସିଛନ୍ତି। ତେଣୁ ବାପାଙ୍କ ସହ ମିଶି ସେ ଏବେ ପରିବା ଦୋକାନରେ ବସିଛନ୍ତି। ସ୍ଥାନୀୟ ଅଞ୍ଚଳର ରାଜନୈତିକ ସ୍ଥିତି ବିଷୟରେ ପଚାରିବାରୁ ସେ କହିଛନ୍ତି, ଆମ ଗାଁରେ ଶହେରୁ ଅଧିକ ଜଣ ସୁରଟ ଯାଇ ସୂତାକଳରେ କାମ କରୁଛନ୍ତି। ସେଠାରେ କାମ କଲେ ମାସକୁ ୧୫ରୁ ୧୬ ହଜାର ଟଙ୍କା ମିଳୁଛି। ରାଜନୀତିରେ ଯେଭଳି ହିଂସା ଘଟୁଛି, ସେଥିରୁ ନିଜକୁ ଦୂରେଇ ରଖିବା ଉଚିତ ମନେ କରି ସେସବୁରେ ମୁଣ୍ଡ ପୂରାଉନାହୁଁ। ସେହିପରି ଭେଟନଈ ପଞ୍ଚାୟତର ସୁଧାକର ବେହେରାଙ୍କ ସହ ଆଲୋଚନା କରିବା ପରେ ସେ କହିଛନ୍ତି, ସେ ଚାଷୀଙ୍କଠାରୁ ଆଖୁ କିଣି ଆଣି ବଜାରରେ ବିକ୍ରି କରି କିଛି ଅର୍ଥ ପାଇଥାନ୍ତି। ସେ ମଧ୍ୟ ସୁରଟର ସୂତାକଳରେ କାର୍ଯ୍ୟ କରୁଛନ୍ତି। ଖରା ଯୋଗୁ ଏବେ ସେ ଗଁାକୁ ଆସିଛନ୍ତି। ଏଠି ଭାଗଚାଷର ସ୍ଥିତି ଯାହା, ତାହାଠାରୁ ଭଲ ସୁରଟରେ ଏହି କାମ କରିବା ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ରାଜ୍ୟ ସରକାର ଅନେକ ବିକାଶ କରିଛନ୍ତି। ହେଲେ ତଳସ୍ତରରେ ବହୁତ କିଛି ଅସୁବିଧା ହେଉଛି, ଯେଉଁଥିପାଇଁ ସରକାରୀ ଲାଭ ପାଇବାରେ ସମସ୍ୟା ହେଉଛି। ଆସିକା ସହରରେ ଥିବା ହସ୍ପିଟାଲକୁ ସରକାର ବହୁତ ସୁନ୍ଦର ଭାବେ କରିଛନ୍ତି। ହେଲେ ମଳିମୁଣ୍ଡିଆ ଦେଖିଲେ ଡାକ୍ତରମାନେ ସାଧାରଣ ଚିକିତ୍ସା ମଧ୍ୟ ଯେମିତି କରିବା କଥା ତାହା କରୁନାହାନ୍ତି। ହସ୍ପିଟାଲରେ ଡାକ୍ତର ଯେତିକି ରହିବା କଥା ନାହାନ୍ତି। ସେହିପରି ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ଧାନ ମିଲ୍‌ କରିଥିବା ଅରୁଣ କୁମାର ସାବତ କହିଛନ୍ତି, ହିଞ୍ଜିଳିରେ ବର୍ତ୍ତମାନ ଅନେକ କିଛି ବିକାଶ ହୋଇଛି। ଏଠାରେ ହସ୍ପିଟାଲ, ଇନ୍‌ଡୋର ଷ୍ଟାଡିୟମ, ଆଉଟ୍‌ଡୋ୍‌ର ଷ୍ଟାଡିୟମ, ଉଚ୍ଚକୋଟୀର ରାସ୍ତା ହୋଇଛି। ହେଲେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଯାଇଛି। ଯେପରିକି ଚାଷୀଙ୍କ ପାଇଁ ଲିଫ୍ଟ ପଏଣ୍ଟ ହେବା ନିତାନ୍ତ ଆବଶ୍ୟକ ରହିଛି। କାରଣ ଏଠାକାର ୭୦ ପ୍ରତିଶତ ଚାଷୀ ପରିବାରର। ହସ୍ପିଟାଲ ଭଲ ହୋଇଥିଲେ ବି ଡାକ୍ତର ଅଭାବ ରହିଛି। ରାଜ୍ୟ ସରକାର ଆଣିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକତା ଅଛି। ଏହିଭଳି ଆସିକା ଲୋକ ସଭା ଆସନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଏକାଧିକ ଲୋକଙ୍କ ସହ ଆଲୋଚନା କରିବା ପରେ ରୋଜଗାର ଏବଂ ଜଳସେଚନ ଉପରେ ବିଶେଷ ଧ୍ୟାନ ଦେବା ଉପରେ ସ୍ଥାନୀୟ ପ୍ରତିନିଧି ଏବଂ ସରକାର ଚିନ୍ତା କରିବାର ଆବଶ୍ୟକତା ଥିବା ନେଇ ସେମାନେ ମତ ଦେଉଛନ୍ତି।
ଆସିକା ଲୋକ ସଭା କ୍ଷେତ୍ର ଅଧୀନ ୭ ବିଧାନସଭା କ୍ଷେତ୍ରର ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଥମେ ଗତ ଶୁକ୍ରବାର ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ଲୁଙ୍ଗର ପଞ୍ଚାୟତରେ ପହଞ୍ଚତ୍ଥିଲୁ। ଏହାପରେ ଖଲ୍ଲିକୋଟଠାରୁ ପୁରୁଷୋମପୁର ବ୍ଲକ, ହିଞ୍ଜିଳି, ଆସିକା, ସାନଖେମୁଣ୍ଡି, ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନ ପର୍ଯ୍ୟାୟକ୍ରମେ ବୁଲିଥିଲୁ। ହେଲେ କୌଣସି ସ୍ଥାନରେ ବି ଲୋକମାନେ ଭୋଟ ନେଇ ଆଲୋଚନା କରିବାକୁ ଆଗ୍ରହ ଦେଖାଇ ନ ଥିଲେ। କୌଣସି ଗାଁରେ ୨୦୧୯ ନିର୍ବାଚନ ଭଳି ଏଥର ପୋଷ୍ଟର, ବ୍ୟାନର, ଦଳୀୟ ପତାକା ମଧ୍ୟ ସେତେଟା ଦେଖିବାକୁ ମିଳି ନ ଥିଲା। ନିର୍ବାଚନୀ ଭୋଜିଭାତ ଏବଂ କ୍ୟାମ୍ପେନିଂ ପ୍ରତି ଲୋକଙ୍କର ସେତେଟା ଉତ୍ସାହ ଥିବା ଭଳି ମନେ ହେଲାନାହିଁ। ଅଧିକାଂଶ ଲୋକ ଲୋକ ସଭା ପ୍ରାର୍ଥୀ କିଏ ଓ ସେ କେଉଁ ଦଳର ସେକଥା ମଧ୍ୟ ଜାଣିବାକୁ ଆଗ୍ରହୀ ନୁହନ୍ତି। ଗଣମାଧ୍ୟମରୁ ଆସିଛୁ, କିଛି ଖବର ସଂଗ୍ରହ କଥା କହିଲେ ସେଥିରୁ ମଧ୍ୟ ନିଜକୁ ଅନେକେ ଦୂରେଇ ରଖୁଛନ୍ତି। ହିଞ୍ଜିଳି ମ୍ୟୁନିସିପାଲିଟି ଅଞ୍ଚଳର ୱାର୍ଡ ନଂ.୧ର ବିଜୟ କୁମାର ସାବତଙ୍କୁ ଭେଟିବାରୁ ସେ କହିଛନ୍ତି, ଏଥର ନିର୍ବାଚନ ପରିବେଶ ସାମାନ୍ୟ ଗରମ ଅଛି। ଗତଥର ଭଳି ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ସେତେଟା ରହି ନ ପାରେ। କାରଣ ଅନେକ ଲୋକ ଏବେ ଫୋନ ମାଧ୍ୟମରେ ବିଭିନ୍ନ ଦଳର କ୍ୟାମ୍ପେନିଂ ଦେଖି ସାମାନ୍ୟ ପରିବର୍ତ୍ତନ ହୋଇଛନ୍ତି। ହେଲେ ଯୁବକମାନେ ବିଭିନ୍ନ ସ୍ଥାନରେ ଘଟୁଥିବା ହିଂସାକାଣ୍ଡକୁ ଦେଖି ନିର୍ବାଚନଠାରୁ ନିଜକୁ ଦୂରେଇ ରଖୁଛନ୍ତି। ସାଧାରଣ ଲୋକମାନେ ମଧ୍ୟ ଏଥର ବହୁତ ନୀରବ ଅଛନ୍ତି। ଫଳାଫଳ ବାହାରିଲେ ସବୁ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ ହୋଇଛି। ପୋଲିଂ ଅଫିସରମାନେ ମଧ୍ୟ ନିଜ ନିଜ ସ୍ଥାନରେ ପହଞ୍ଚତ୍ ସାରିଛନ୍ତି। ତେଣୁ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସବୁ ଆଡ଼େ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଲଙ୍ଗୁର ଗଁାର ଦିଲୀପ କୁମାର ପାହାନଙ୍କ ହତ୍ୟାକାଣ୍ଡ ପାଇଁ ପୋଲିସ ତରଫରୁ ଆସିକାର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?