Posted inଫୁରସତ

କଖାରୁ ଡଙ୍ଗା

କଖାରୁକୁ ରନ୍ଧାଯିବା ସହ ସେଥିରେ ବିଭିନ୍ନ କଳାକୃତୀ କରାଯାଉଥିବା କଥା ଜାଣିଥିବେ। ହେଲେ ଏଇ କଖାରୁରେ ଯେ ଡଙ୍ଗା କରିହେବ, ତାହା ଅନେକେ ଜାଣି ନ ଥିବେ। କଖାରୁ ଡଙ୍ଗାରେ ବସି, ଚପୁ ଚଲାଇ ପାଣିରେ ବହୁ ଦୂର ଯାଇ ଜଣେ ବ୍ୟକ୍ତି ରେକର୍ଡ ବି କରିଛନ୍ତି। ଡୁଆନେ ହାନଶେନ୍‌ ନାମକ ଏହି ବ୍ୟକ୍ତି ଜଣକ ୬୦ ବର୍ଷ ବୟସରେ ପଦାର୍ପଣ କରିବାର ପରଦିନ ଏକ ଆଡଭେଞ୍ଚର୍ସ କାମ କରିବାକୁ ଚାହୁଁଥିଲେ। ତେଣୁ ସେ ଏକ ବଡ କଖାରୁର ଭିତରକୁ କୋରି ତାକୁ ଡଙ୍ଗାର ରୂପ ଦେଇ ତା’ଭିତରେ ବସି ଚପୁ ଚଳାଇ ମିସୌରି ନଦୀରେ ୩୭.୫୦ ମାଇଲ୍‌ ବାଟ ଯାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌୍‌ରେ ସ୍ଥାନ ପାଇଲେ। ଏହାପୂର୍ବରୁ ନର୍ଥ ଡକୋଟାର ରିକ୍‌ ସ୍ବେନସନ୍‌ କଖାରୁ ଡଙ୍ଗାରେ ୨୫.୫ ମାଇଲ୍‌ ଯାଇ ରେକର୍ଡ କରିଥିଲେ। ଡୁଆନେ ସେହି ରେକର୍ଡକୁ କାଟି ନୂଆ ରେକର୍ଡ କରିବାରେ ସଫଳ ହେଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri