ଟ୍ରେନ୍‌ର କେଉଁ ସିଟରେ ବସିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥାଏ

ନ୍ୟୁୟର୍କ,୮।୮: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସାରା ବିଶ୍ୱରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ବନ୍ଦ କରି ଦିଆଯାଇଥିଲା। ଏବେ କିନ୍ତୁ ଧୀରେ ଧୀରେ ଏହା ଚାଲିବା ଆରମ୍ଭ କଲାଣି। ଦୂରଗାମୀ ଟ୍ରେନ୍‌ ସେବା ଆରମ୍ଭ ହୋଇ ନ ଥିଲେ ମଧ୍ୟ କିଛି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ନ୍ୟୁୟର୍କରେ ପାଖାପାଖି ୫ ମାସ ପରେ ଟ୍ରେନ୍‌ ସେବା ପୁଣିଥରେ ଆରମ୍ଭ କରାଯାଇଛି। ହେଲେ ଏଥିରେ ଯାତ୍ରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି। ଏପଟେ ନ୍ୟୁୟର୍କ ଟାଇମ୍ସର ସହାୟତାରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କରୋନା ସଂକ୍ରମଣ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ଏତେ ବିପଜ୍ଜନକ ନୁହେଁ। ଟ୍ରେନ୍‌ ବା ବସ୍‌ରେ ଯାତ୍ରା କରିବା ସମୟରେ ଯଦି ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି ଓ ସମାଜିକ ଦୂରତା ରଖୁଛନ୍ତି ତେବେ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଛି। ଯଦି କେହି ସଂକ୍ରମିତ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରୁଛନ୍ତି ତେବେ ତାଙ୍କଠାରୁ ୩ଟି ସିଟ୍‌ ବ୍ୟବଧାନରେ ବସିଥିବା ଯାତ୍ରୀଙ୍କୁ ସଂକ୍ରମଣ ଆଶଙ୍କା ୦.୩୨ ପ୍ରତିଶତ ରହିବ ବୋଲି କୁହାଯାଉଛି। କିନ୍ତୁ ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କୁ ସଂକ୍ରମଣର ଆଶଙ୍କା ୩.୫ ପ୍ରତିଶତ ରହିଥାଏ ବୋଲି ସର୍ଭେରୁ ଜଣାପଡିଛି। ଯଦି ସଂକ୍ରମିତ ଝିଙ୍କି ଦେଉଛନ୍ତି ବା କାଶି ଦେଉଛନ୍ତି ତେବେ ତାଙ୍କ ପାଖରେ ବସିଥିବା ଲୋକପାଇଁ ବେଶ୍‌ କ୍ଷତିକାରକ ହୋଇପାରେ। କିନ୍ତୁ ବିମାନ ଯାତ୍ରା ସମୟରେ ଏଭଳି ଅସୁବିଧା ସାଧାରଣତଃ ଦେଖାଯାଇ ନ ଥିବା ଜଣାପଡିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ସମୟରେ ଯଦି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ପରିଷ୍କାର ପରିଚ୍ଛନ ରହିବେ ତେବେ କରୋନା ସଂକ୍ରମଣକୁ ସହଜରେ ଦୂରେଇ ଦେଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଝଟ୍‌କା ଦେଲା ତାଲିବାନ

କାବୁଲ,୧।୯: ତାଲିବାନର ଅନ୍ୟତମ ବରିଷ୍ଠ ନେତା ଅନାସ ହକ୍କାନି ସ୍ପଷ୍ଟ କରିଛନ୍ତି ଯେ ସେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ। ଏଥି ସହ ସେ...

ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ...

ସୁମିରୁ ଉଦ୍ଧାର ହେଲେ ସବୁ ଭାରତୀୟ

ସୁମି,୯ା୩: ୟୁକ୍ରେନ୍‌ର ସୁମିରେ ଫସିଥିବା ସମସ୍ତ ୬୯୪ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବସ୍‌ ଯୋଗେ ପୋଲଟାଭା ଅଣାଯାଇଥିବା ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ...

ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ...

ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ...

କରୋନା ଭୂତାଣୁ ସଂକ୍ରମଣ ବି କରୁଛି ଲାଭାନ୍ବିତ: ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ଆଣିଦେଇଛି ନୂଆ ସୁଯୋଗ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କରୋନା...

ଓବାମା, ବୁଶ, କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ନେବେ କରୋନା ଟିକା

ୱାଶିଂଟନ,୪ ।୧୨: କରୋନା ମହାମାରୀ ଆମେରିକାରେ ତାଣ୍ଡବ ରଚିଥିବା ବେଳେ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ବିକାଶଶୀଳ ଦେଶ...

ଆଗକୁ ବଢ଼ିଲେ ଜବାବ ଦେବୁ: ପାକ୍‌

ଇସ୍‌ଲାମାବାଦ,୧୨ା୧(ପି.ଟି.): ଭାରତୀୟ ସେନା ପିଓକେ ଆଡ଼କୁ ଅଗ୍ରସର ହେଲେ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ପାକିସ୍ତାନ କହିଛି। ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ...

Advertisement
Archives

Model This Week