ଜନମାନସିକତା ରାଷ୍ଟ୍ରର ଶକ୍ତି

ଉପେନ୍ଦ୍ର ବିଶ୍ୱାଳ

ସୋମାଲିଆ ପରି ଇଥିଓପିଆ ଥିଲା କଙ୍କାଳକାୟ ମଣିଷଙ୍କର ଭାଗ୍ୟହୀନ ଭୂମି। ଆଜି ଦୁର୍ଯୋଗ ବିରୋଧରେ ଲଢ଼େଇ କରି ଇତିହାସ ରଚୁଛି ଇଥିଓପିଆ । ଏହା ୨୦୦୦ରେ ଗରିବ ଦେଶ ତାଲିକାର ଶୀର୍ଷ ଦ୍ୱିତୀୟ ସ୍ଥାନରେ ଥିଲା । ଏବେ ଦ୍ରୁତତମ ଅଭିବୃଦ୍ଧିର ଦେଶ। ଇଥିଓପିଆବାସୀଙ୍କ ମନରେ ଝୁଙ୍କ ଉଠିଲା ମାଟିକୁ ଗଢ଼ିବୁ, ଆଗକୁ ବଢ଼ିବୁ। ଏଇ ମାନସିକତା ରୂପ ନେଲା ଗଣ ମନସ୍ତତ୍ତ୍ୱରେ। ଗଣମନସ୍ତତ୍ତ୍ୱଟି ଗଣସଂକଳ୍ପ ଓ ସଂକଳ୍ପଟି ସାଧନାରେ ପରିଣତ ହେଲା। ତା’ପରେ ଖୋଜି ବସିଲା, ଦୁର୍ଦ୍ଦଶାର କାରଣ। ଦୁର୍ଭିକ୍ଷ, ସ୍ବଳ୍ପ ବୃଷ୍ଟିପାତ ହିଁ ବ୍ୟଥା ଓ ବେଦନାର ଉତ୍ସ ବୋଲି ହୃଦୟଙ୍ଗମ କଲା। ଆଉ ଘଞ୍ଚ ବନାନୀ, ବୃକ୍ଷ ସମ୍ପଦ ହିଁ ଏହାର ପ୍ରାଥମିକ ଉପଚାର ବୋଲି ବିଚାର କଲା। ସେଇଠୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ପ୍ରାଧାନ୍ୟ ଦେଲା ପର୍ଯ୍ୟାବରଣକୁ ବଳିଷ୍ଠ କରିବାକୁ, ଶ୍ୟାମଳିମାଭରା ଭୂମିଟିଏ ଗଢ଼ିବାକୁ। ପଥପାର୍ଶ୍ୱରୁ ପ୍ରାନ୍ତର, ପର୍ବତ ଦେଶରୁ ନଦୀପଠା, ସବୁଠିଁ ଚାଲିଲା ବ୍ୟାପକ ବୃକ୍ଷରୋପଣ। ବଢ଼ିବାକୁ ଲାଗିଲା ବୃଷ୍ଟିପାତର ପରିମାଣ, ଭୂତଳ ଜଳସ୍ତର। ବଢ଼ିଲା ବି ଶସ୍ୟ ଉପତ୍ାଦନ। ସବୁଜିମାଭରା ଇଥିଓପିଆ ସାଉଁଟି ଚାଲିଲା ସୁଖ ଓ ସମୃଦ୍ଧି।
ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଗତ ୨୦୦୦ରେ ଦାରିଦ୍ର୍ୟ ସୀମାରେଖା ତଳେ ଶତକଡ଼ା ୫୫ ଭାଗରୁ ଅଧିକ ଲୋକ ଥିଲାବେଳେ ବର୍ଷ କେଇଟା ପରେ ୨୦୧୧ବେଳକୁ ହ୍ରାସ ପାଇ ୩୦ଭାଗ, ୨୦୧୬ ବେଳକୁ ଆହୁରି ହ୍ରାସ ପାଇ ୨୪ଭାଗରେ ପହଞ୍ଚତ୍ଲା। ଆଜିର ଦିନରେ ୨୨ଭାଗ ପାଖାପାଖିରେ ପହଞ୍ଚତ୍ଛି। ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଦୈନିକ ପ୍ରାୟ ୭ଲକ୍ଷ ଲୋକ ଅକାଳମୃତ୍ୟୁକୁ ସାମ୍ନା କରୁଛନ୍ତି। ତନ୍ମଧ୍ୟରୁ ଶତକଡ଼ା ୧୨.୫ ଭାଗ ଭାରତୀୟ ଅଛନ୍ତି। ଇଥିଓପିଆ ବି ସେହି ସମସ୍ୟାରେ ସନ୍ତୁଳିତ ହେଉଥିଲା କାଲି। ଆଜି କିନ୍ତୁ ଅନେକ ସୁଧାର ଆସିଛି ସେଠି। ସେମିତି ବି କୁପୋଷଣ ଓ ଶିଶୁ ମୃତ୍ୟୁହାର ତା’ ପାଇଁ ଥିଲା ଅନେକ ଆଶଙ୍କା ଓ ଆତଙ୍କର କାରଣ। ସେଥିରୁ ମୁକୁଳିବା ସହିତ ଶିଶୁ ମୃତ୍ୟୁହାରକୁ ଦୁଇ ତୃତୀୟାଂଶ ହ୍ରାସ କରିପାରିଛି ଆଜି ସେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ‘ଆମେ ଜାଗିଲେ – ଦେଶ ଜାଗିବ, ଆମେ ଗଢ଼ିବୁ ଦେଶର ଭାଗ୍ୟ’। ଏହି ମନୋଭାବ ଯୋଗୁ ଦେଶର ଜନସାଧାରଣଙ୍କ ମନରେ ଭରିଯାଇଛି ସକାରାମତ୍କ ଭାବନା। ଏକମାତ୍ର ସ୍ବପ୍ନ – ଶାନ୍ତି ଓ ସମୃଦ୍ଧି। ଏରିଟ୍ରିଆ ଆଦି ସୁଦାନ ଦେଶ ସହିତ ରହୁଥିବା ଶତ୍ରୁତା ମନୋଭାବ ଭୁଲି, ତାଙ୍କୁ ଶିଖାଇଛି ଶାନ୍ତିର ମନ୍ତ୍ର ‘ଶାନ୍ତିରେ ରହିବା, ସମୃଦ୍ଧି କରିବା।’ ଫଳତଃ ପଡ଼ୋଶୀ ସୋମାଲିଆ, କେନିଆ, ସୁଦାନ ଆଦି ଦେଶ ସହିତ ବିଦ୍ୱେଷର ବୋଝ ହଟି, ବଢ଼ିଛି ବନ୍ଧୁତ୍ୱର ଭାବ; ଯେଉଁଥିପାଇଁ କି ନାଇଜେରିଆ ପରେ ଆଫ୍ରିକାର ୨ୟ ବୃହତ୍ତମ ଲୋକସଂଖ୍ୟା (ସାଢ଼େ ଦଶ କୋଟି) ଓ ଘନ ଜନବସତିପୂର୍ଣ୍ଣ ହେଲେ ବି ଇସ୍‌ଲାମିକ ରାଷ୍ଟ୍ରଟିର ବାର୍ଷିକ ଅଭିବୃଦ୍ଧି ହାର ୮.୩ ଭାଗରୁ ଅଧିକ ବୋଲି ୨୦୧୭ ବିଶ୍ୱବ୍ୟାଙ୍କ ରିପୋର୍ଟ କୁହେ। ଯାହା କି ଭାରତ (୬.୬ ଭାଗ)ଠାରୁ ବେଶ୍‌ ଅଧିକ।
ଏହିପରି ଇଥିଓପିଆ ଆଜି ଅନେକ ଉପରକୁ ଉଠି ବିଶ୍ୱ ପାଇଁ ପାଲଟିଛି ପଥ ପ୍ରଦର୍ଶକ। ଜାତିସଂଘର ପରିବେଶ ମନ୍ତ୍ରଣାଳୟ ତରଫରୁ ‘ଦୃଷ୍ଟାନ୍ତର ଦେଶ’ ଭାବେ ସେ ଆଜି ସୂଚିତ ଓ ସମ୍ମାନିତ। ଇଥିଓପିଆ ପାଇଁ ଆହୁରି ସୌଭାଗ୍ୟ ସାବ୍ୟସ୍ତ ହୋଇଛନ୍ତି ୨୦୧୯ ନୋବେଲ ଶାନ୍ତି ପୁରସ୍କାର ବିଜୟୀ, ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି । ତାଙ୍କର ସଫଳ ନେତୃତ୍ୱ ଓ ସଘନ ସକାରାମତ୍କ ଦୃଷ୍ଟିଭଙ୍ଗୀ ଯୋଗୁ ତ୍ୱରାନ୍ବିତ ହୋଇଛି ପ୍ରଗତି। ୨୦୧୯ର ଜୁଲାଇରେ ଦେଶବାସୀଙ୍କୁ ଆହ୍ବାନ ଦେଲେ ଗୋଟିଏ ଦିନରେ ବ୍ୟକ୍ତି ପିଛା ଦୁଇରୁ ଅଧିକ ଅର୍ଥାତ୍‌ ପ୍ରାୟ ୨୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ପୂରଣ କରିବାକୁ। ସମଗ୍ର ଦେଶବାସୀ ଏଥିରେ ଉଦ୍‌ବୁଦ୍ଧ ହୋଇ ଗୋଟିଏ ଦିନରେ ୩୫କୋଟି ବୃକ୍ଷରୋପଣ କରି ଇତିହାସ ରଚିଲେ। ବିଶ୍ୱବାସୀଙ୍କୁ ଭଲ ବାର୍ତ୍ତାଟିଏ ବି ବାଣ୍ଟିଲେ ‘ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ।’
ଅର୍ଥନୈତିକ ପ୍ରଗତି ସହିତ ସହନୀୟ ଓ ଦୀର୍ଘକାଳୀନ ବିକାଶକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଆଜି ତିନୋଟି ‘ଆଇ’ – ଇନୋଭେସନ, ଇନ୍‌ଫ୍ରାଷ୍ଟ୍ରକଚର ଓ ଇଣ୍ଡଷ୍ଟ୍ରି। ପ୍ରତିଟି ବ୍ୟକ୍ତିର କାର୍ଯ୍ୟକୁଶଳତା ବୃଦ୍ଧି, ଉପତ୍ାଦନ ଓ ବ୍ୟବହାରର ସମତୁଲ୍ୟତା ରକ୍ଷା ସହିତ ଦାରିଦ୍ର୍ୟହୀନ ଦେଶଟିଏ ଗଢ଼ିବା ସଂକଳ୍ପ ନେଇ ସେ କାର୍ଯ୍ୟରତ। ଫଳତଃ ଗୋଟିଏ ପଟେ କୋଟି କୋଟି ସଂଖ୍ୟାର କୋଟିପତି ତ ଅନ୍ୟପଟେ ବୁଭୁକ୍ଷୁଙ୍କ ଭିଡ଼, ଭାରତ ପରି ଦେଖିବାକୁ ମିଳେ ନାହିଁ ସେଠି କିମ୍ବା ସେଠି ନାହିଁ ସେମିତି ଆର୍ଥିକ ତାରତମ୍ୟ। ମାଟିର ମନସ୍ତତ୍ତ୍ୱ ଯଦି ଏମିତି ତିଆରି ହୋଇପାରିବ, ତେବେ ଜାତିର ଗୌରବଗାଥା ଗୁଞ୍ଜରିତ ହୋଇ ଉଠିବ ଦୁନିଆରେ । ‘ମରିବୁ ତ ମାଟି ପାଇଁ, ଜିଇବୁ ତ ଜାତି ପାଇଁ’ – ଯେଉଁ ଦେଶର ଗଣମନସ୍ତତ୍ତ୍ୱ ଏପରି ହୋଇପାରିବ ସେ ଦେଶ ତ ଇତିହାସ ରଚିବ ହିଁ ରଚିବ। ଏହି ମନସ୍ତତ୍ତ୍ୱ ହିଁ କ୍ଷୁଦ୍ର ରାଷ୍ଟ୍ର ହଲାଣ୍ଡ(ନେଦରଲାଣ୍ଡ) ଓ ଜାପାନକୁ ଜିତାଇ ଥିଲା ଶକ୍ତିଶାଳୀ ତଥା ସମୃଦ୍ଧଶାଳୀ ଫ୍ରାନ୍ସ ଓ ସଂଯୁକ୍ତ ରୁଷିଆକୁ ୧୬୭୮ ଓ ୧୯୦୫ ଯୁଦ୍ଧରେ ଯଥାକ୍ରମେ। ସେମିତି ବି ଏହି ପ୍ରକାର ଜନମାନସିକତା ଯୋଗୁ କ୍ରୋଏସିଆ, ଇସ୍ରାଏଲ, ନରୱେ, ସ୍ବିଡେନ, କାନାଡ଼ା, ଡେନମାର୍କ, ସିଙ୍ଗାପୁର, ସୁଇଜରଲାଣ୍ଡ, ନେଦରଲାଣ୍ଡ, ଜାପାନ ଆଦି ଛୋଟ ଦେଶଗୁଡ଼ିକ ବେଶ୍‌ ସମୃଦ୍ଧ ଓ ଗୌରବମଣ୍ଡିତ।
ଅନେକଙ୍କର ଧାରଣା ଥାଏ ରାଜନୈତିକ ଦଳ ବା ଶାସନ ଦ୍ୱାରା ଦେଶର ଭବିଷ୍ୟତ ଗଢ଼ା ଯାଇପାରିବ; ଯାହା କି ଅମୂଳକ ବୋଲି ମନେହୁଏ। ଅନୈତିକତା ଓ ଅରାଜକତା ଅବରୁଦ୍ଧ କରି ରଖେ ସାମାଜିକ ପ୍ରଗତିର ପଥକୁ। ସମାଜର ସତତ ସତର୍କପଣିଆ, ଅଙ୍ଗୀକାରବଦ୍ଧତା ହିଁ ବାସ୍ତବରେ ରାଷ୍ଟ୍ରର ଭାଗ୍ୟ ନିର୍ଣ୍ଣାୟକ। ମାତ୍ର ବ୍ୟକ୍ତିର ସମାହାରରେ ତ ସମାଜ ଗଠିତ। ବ୍ୟକ୍ତି ନିର୍ମାଣ ସବୁଠୁ ମହତ୍ତ୍ୱ ରଖେ ସମାଜ ଗଠନରେ। ବ୍ୟକ୍ତିର ସକାରାମତ୍କ ଭାବଧାରା, ଜାତିପ୍ରୀତି ଓ ଉତ୍ସର୍ଗୀକୃତ ମନୋଭାବ ହିଁ ବଳିଷ୍ଠ ଭୂମିକା ନିର୍ବାହ କରେ ସୁନ୍ଦର ଏକ ସମାଜ ଗଠନରେ। ବ୍ୟକ୍ତିର ଉତ୍ତରଣରେ ହିଁ ସମାଜର ଉତ୍କର୍ଷତାର ଉପଲବ୍ଧି। ଏଇଥିପାଇଁ ଅତୀତର ଆମ ଆର୍ଯ୍ୟାବର୍ତ୍ତ ପ୍ରାଧାନ୍ୟ ଦେଇ ଆସିଥିଲା ବ୍ୟକ୍ତି ଚରିତ୍ର ଗଠନ ଉପରେ। ରାଜା ହେଉ ବା ପ୍ରଜା, ସେମାନଙ୍କର ସନ୍ତାନମାନେ ସୁଖ-ସଉକକୁ ପରିତ୍ୟାଗ କରି ବଣ ଜଙ୍ଗଲରେ କଷ୍ଟ ସ୍ବୀକାରପୂର୍ବକ ବିଦ୍ୟାର୍ଜନ କରୁଥିଲେ, ମୁନିମାନଙ୍କ ଆଶ୍ରମରେ ରହି। ନିଜର ବ୍ୟକ୍ତିତ୍ୱକୁ ପରିଷ୍କୃତ, ପରିପୁଷ୍ଟ, ପରିସ୍ଫୁଟ କରୁଥିଲେ । ସେଇଥିପାଇଁ ତ କୁହାଯାଏ ତାଜମହଲ ପରି ଆଶ୍ଚର୍ଯ୍ୟମୟ ଅଟ୍ଟାଳିକା ବା କୁତବ୍‌ମିନାର ପରି ଗର୍ବିତ ଗମ୍ବୁଜମାନ ଦେଶର ମହାନତାର ମାପକ ନୁହନ୍ତି। ଆମର ଅସଲ ପରିଚୟ, ଗୌରବ ତିଳକ ହେଉଛନ୍ତି ଶିବାଜୀ, ନେତାଜୀ, ବାପୁଜୀ, ସ୍ବାମୀ ବିବେକାନନ୍ଦ, ଶହୀଦ ଭଗତ ସିଂ ପ୍ରମୁଖ ଶ୍ରେଷ୍ଠ ସନ୍ତାନମାନେ। ଏମାନେ ହେଉଛନ୍ତି ରାଷ୍ଟ୍ରୀୟ ଚେତନାର ମୂର୍ତ୍ତିମନ୍ତ ପ୍ରତୀକ, ଅଗ୍ରଦୂତ। ଠିକ୍‌ ଯେମିତି ଇଟାଲି ପାଇଁ ଆଦର୍ଶ ଗାରିବାଲ୍‌ଡି, ଫ୍ରାନ୍ସ ପାଇଁ ନେପୋଲିଅନ, ଗ୍ରୀସ୍‌ ପାଇଁ ଆରିଷ୍ଟଟଲ, ରୁଷିଆ ପାଇଁ ଟଲଷ୍ଟୟ ପ୍ରମୁଖ। ଏଣୁ ସମର୍ଥ ରାମଦାସ, କୌଟିଲ୍ୟମାନେ ଅଜସ୍ର ଉଦ୍ୟମ କରୁଥିଲେ ଜଣେ ଜଣେ ଶିବାଜୀ, ଚନ୍ଦ୍ରଗୁପ୍ତ ଆଦିଙ୍କୁ ଗଢ଼ିବା ପାଇଁ। ଶ୍ରେଷ୍ଠ ବ୍ୟକ୍ତି କେବଳ ଦେଶର ପରିଚୟ ନୁହନ୍ତିି ସେମାନେ ବି ପରିବ୍ୟାପ୍ତ କରିଥାଆନ୍ତି ମାଟିର ମହାନତାକୁ, ଠିକ୍‌ ପଣ୍ଡିତ କୁମାର ଜୀବଙ୍କ ପରି। ଦୁନିଆର ମଙ୍ଗଳ ପାଇଁ ଅତି ଅସାଧ୍ୟକୁ ସାଧ୍ୟ କରି ଦେଖାଇଛନ୍ତି ସେ। ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ତକ୍ଷଶିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ସୁଯୋଗ୍ୟ ଛାତ୍ର, ପଣ୍ଡିତ କୁମାର ଜୀବ ସମସ୍ତ ପ୍ରତିକୂଳତାକୁ ପ୍ରତିହତ କରି ପଦବ୍ରଜରେ ମଗଧରୁ ଯାଇ ସୁଦୂର ଚାଇନା, କୋରିଆ, ଜାପାନ ଆଦିରେ ହିନ୍ଦୁ ଧର୍ମର ଅତ୍ୟନ୍ତ ଅନୁରାଗୀ, ବୌଦ୍ଧ ଶାଖାର ପ୍ରଚାର ଓ ପ୍ରସାର କରିଥିଲେ। ଭାରତ ଜଣେ ବି ସୈନ୍ୟ ପ୍ରେରଣ ନ କରି ନିଜ ଭାବଧାରାରେ ବିଶାଳ ଭୂଖଣ୍ଡ ଚାଇନାକୁ ବଶୀଭୂତ କରିପାରିଛି ବୋଲି ଚାଇନାର ବିଦ୍ୱାନମାନେ ସେଥିପାଇଁ ମତବ୍ୟକ୍ତ କରିଥାଆନ୍ତି। ଏହିପରି ଭାବେ ରାଷ୍ଟ୍ରର ଭବ୍ୟ ଭବିଷ୍ୟତ ପାଇଁ ବ୍ୟକ୍ତି ନିର୍ମାଣ, ଜନମାନସିକତା ସର୍ବାଗ୍ରେ ଗୁରୁତ୍ୱପୂର୍ଣ୍ଣ।
ଗୋଡ଼ି଼ଶୁଳ, ସଜନାଗଡ଼, ବାଲେଶ୍ୱର
ମୋ :୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?