ଏଇ ଭାରତରେ

ଜୈବିକ କୃଷିର ଆକର୍ଷଣ କେତେ ତାହା ସ୍ପଷ୍ଟ ହୋଇଛି ତାମିଲନାଡୁର ଏସ୍‌. ଜୟଲକ୍ଷ୍ମୀଙ୍କ କ୍ଷେତ୍ରରେ। ସେ କାନାଡ଼ାରେ ୧୪ ବର୍ଷ ଚାକିରି କରିବା ପରେ ତାହା ଛାଡ଼ି ଭାରତ ଫେରି ଜୈବିକ ଚାଷ କରିବା ସହ ତାଙ୍କ ଅଞ୍ଚଳର ମହିଳାମାନଙ୍କୁ ଏହି ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ୧୯୯୨ରେ ଜୟଲକ୍ଷ୍ମୀ ଚେନ୍ନାଇ ଫେରିବା ପରେ ପ୍ରଥମେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଠାରୁ ୫ ଏକର ଜମି ଆଣି ଚାଷ ଆରମ୍ଭ କରିଥିଲେ। ଏଥିରେ କ୍ଷତି ହେବା ପରେ ସେ ଓହରି ଗଲେ, କିନ୍ତୁ ଚାଷର ଆକର୍ଷଣ ତାଙ୍କୁ ଛାଡ଼ିଲା ନାହିଁ। ତାଙ୍କ ସ୍ବାମୀ ରୋଜଗାର ପାଇଁ କାନାଡ଼ା ଫେରିଗଲେ ମଧ୍ୟ ଜୟଲକ୍ଷ୍ମୀ ତାଙ୍କ ଝିଅ ସହ ଭାରତରେ ରହି ଚାଷ କରିବାକୁ ନିଷ୍ପତ୍ତି ନେଇ ୨୦୦୨ରେ ରାମକୃଷ୍ଣ ଆଶ୍ରମ ମିଶନ୍‌ ସ୍କୁଲର ଡ. ଶନମୁଗା ସୁନ୍ଦରମ୍‌ଙ୍କ ସହାୟତାରେ ୩ ଏକର ଜମିରେ ପୁଣି ଚାଷ କଲେ। ଏଥର ସଫଳ ହେଲେ ଓ ଚାଷ ୧୦ ଏକରକୁ ବଢ଼ାଇଲେ। ଜୟଲକ୍ଷ୍ମୀ ଧାନ ସହ ବିଭିନ୍ନ ପ୍ରକାର ପରିବା, ଶାଗ, ଫଳ ଚାଷ କରୁଛନ୍ତି। ସେ ୭୫ ପ୍ରକାର ଦେଶୀ ଧାନ ଚାଷ କରୁଛନ୍ତି ଓ ଏହାର ବିହନ ଚାଷୀମାନଙ୍କୁ ଦେଉଛନ୍ତି। ବିଭିନ୍ନ ପରିବେଶ ଉପଯୋଗୀ କାର୍ଯ୍ୟରେ ଜଡ଼ିତ ଚେନ୍ନାଇର ଆରୁଲପିୟା କୁମାରଙ୍କ ସହ ମିଶି ଏବେ କେମିକାଲମୁକ୍ତ କୃଷି ଉପତ୍ାଦର ମାର୍କେଟିଂ କରୁଛନ୍ତି। ଉପତ୍ାଦଗୁଡ଼ିକୁ ଚେନ୍ନାଇରେ ବହୁ ଲୋକଙ୍କ ଘରେ ପହଞ୍ଚାଉଛନ୍ତି। ଜୟଲକ୍ଷ୍ମୀ ‘ନାମ୍ମା ଭୂମି’ ଗଠନ କରି ଏହି ବ୍ରାଣ୍ଡ୍‌ରେ ଚେନ୍ନାଇରେ କେମିକାଲମୁକ୍ତ ଖାଦ୍ୟ ବିକ୍ରି କରୁଛନ୍ତି। କେମିକାଲମୁକ୍ତ ଜୀବନଶୈଳୀର ବାର୍ତ୍ତା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri