ଏଇ ଭାରତରେ

ଜୈବିକ କୃଷିର ଆକର୍ଷଣ କେତେ ତାହା ସ୍ପଷ୍ଟ ହୋଇଛି ତାମିଲନାଡୁର ଏସ୍‌. ଜୟଲକ୍ଷ୍ମୀଙ୍କ କ୍ଷେତ୍ରରେ। ସେ କାନାଡ଼ାରେ ୧୪ ବର୍ଷ ଚାକିରି କରିବା ପରେ ତାହା ଛାଡ଼ି ଭାରତ ଫେରି ଜୈବିକ ଚାଷ କରିବା ସହ ତାଙ୍କ ଅଞ୍ଚଳର ମହିଳାମାନଙ୍କୁ ଏହି ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ୧୯୯୨ରେ ଜୟଲକ୍ଷ୍ମୀ ଚେନ୍ନାଇ ଫେରିବା ପରେ ପ୍ରଥମେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଠାରୁ ୫ ଏକର ଜମି ଆଣି ଚାଷ ଆରମ୍ଭ କରିଥିଲେ। ଏଥିରେ କ୍ଷତି ହେବା ପରେ ସେ ଓହରି ଗଲେ, କିନ୍ତୁ ଚାଷର ଆକର୍ଷଣ ତାଙ୍କୁ ଛାଡ଼ିଲା ନାହିଁ। ତାଙ୍କ ସ୍ବାମୀ ରୋଜଗାର ପାଇଁ କାନାଡ଼ା ଫେରିଗଲେ ମଧ୍ୟ ଜୟଲକ୍ଷ୍ମୀ ତାଙ୍କ ଝିଅ ସହ ଭାରତରେ ରହି ଚାଷ କରିବାକୁ ନିଷ୍ପତ୍ତି ନେଇ ୨୦୦୨ରେ ରାମକୃଷ୍ଣ ଆଶ୍ରମ ମିଶନ୍‌ ସ୍କୁଲର ଡ. ଶନମୁଗା ସୁନ୍ଦରମ୍‌ଙ୍କ ସହାୟତାରେ ୩ ଏକର ଜମିରେ ପୁଣି ଚାଷ କଲେ। ଏଥର ସଫଳ ହେଲେ ଓ ଚାଷ ୧୦ ଏକରକୁ ବଢ଼ାଇଲେ। ଜୟଲକ୍ଷ୍ମୀ ଧାନ ସହ ବିଭିନ୍ନ ପ୍ରକାର ପରିବା, ଶାଗ, ଫଳ ଚାଷ କରୁଛନ୍ତି। ସେ ୭୫ ପ୍ରକାର ଦେଶୀ ଧାନ ଚାଷ କରୁଛନ୍ତି ଓ ଏହାର ବିହନ ଚାଷୀମାନଙ୍କୁ ଦେଉଛନ୍ତି। ବିଭିନ୍ନ ପରିବେଶ ଉପଯୋଗୀ କାର୍ଯ୍ୟରେ ଜଡ଼ିତ ଚେନ୍ନାଇର ଆରୁଲପିୟା କୁମାରଙ୍କ ସହ ମିଶି ଏବେ କେମିକାଲମୁକ୍ତ କୃଷି ଉପତ୍ାଦର ମାର୍କେଟିଂ କରୁଛନ୍ତି। ଉପତ୍ାଦଗୁଡ଼ିକୁ ଚେନ୍ନାଇରେ ବହୁ ଲୋକଙ୍କ ଘରେ ପହଞ୍ଚାଉଛନ୍ତି। ଜୟଲକ୍ଷ୍ମୀ ‘ନାମ୍ମା ଭୂମି’ ଗଠନ କରି ଏହି ବ୍ରାଣ୍ଡ୍‌ରେ ଚେନ୍ନାଇରେ କେମିକାଲମୁକ୍ତ ଖାଦ୍ୟ ବିକ୍ରି କରୁଛନ୍ତି। କେମିକାଲମୁକ୍ତ ଜୀବନଶୈଳୀର ବାର୍ତ୍ତା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri