ଆଫଗାନିସ୍ତାନ ଓ ଦୁଇ ମହାଶକ୍ତି

ଡଜୋମାର୍ଟ ଓଟୋର୍ବାଏଭ୍‌

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଚିନ୍ତିତ ଥିତ୍ବା ଭଳି ମନେହେଉଛି। ଜୁନ୍‌ ୧୬ ଜେନେଭା ଶିଖର ସମ୍ମିଳନୀରେ ସେ ଆଫଗାନିସ୍ତାନ ସଙ୍କଟ ଉପରେ ଏକ ସମନ୍ବିତ ପଦକ୍ଷେପକୁ ଦୃଷ୍ଟିରେ ରଖି ତାଜିକସ୍ତାନ ଓ କିରଗିଜସ୍ତାନରେ ଥିବା ରୁଷିଆର ସାମରିକ ଘାଟିକୁ ବ୍ୟବହାର କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଯଦିଓ ପୁଟିନ୍‌ ତଥା ରୁଷିଆ ସରକାରଙ୍କ ଏହି ଉଦ୍ଦେଶ୍ୟ ଅନ୍ୟର ହିତ ପାଇଁ ଉଦ୍ଦିଷ୍ଟ। ତଥାପି ଆମେରିକା ତାଜିକସ୍ତାନ ଓ କିରଗିଜସ୍ତାନରେ ତା’ନିଜସ୍ବ ବେସ୍‌ ବା ଘାଟି ନିର୍ମାଣ ନ କରୁ ବୋଲି ରୁଷିଆ ଚାହେଁ। କିନ୍ତୁ ପୁଟିନଙ୍କ ପ୍ରସ୍ତାବ ବେଶ୍‌ ଆକର୍ଷକ ଏବଂ ବାଇଡେନ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଇପାରେ।
କେନ୍ଦ୍ର ଏସିଆର ଆୟତନ ରୁଷିଆ ଓ ଚାଇନା ମଧ୍ୟରେ ଥିବା ୟୁରୋପୀୟ ସଂଘର ଆକାର ସହ ପ୍ରାୟ ସମାନ। କିନ୍ତୁ ଏହା ଆନ୍ତର୍ଜାତିକ ସ୍ତରରେ ମୁଖ୍ୟ ଖବରକୁ ଆସିପାରେ ନାହିଁ। ଏହାର କାରଣ ହେଉଛି ଖରାପ ଖବର, ହିଂସା ଓ ଆଫଗାନିସ୍ତାନର ଅସ୍ଥିରତା। ଆଫଗାନିସ୍ତାନରୁ ଅବଶିଷ୍ଟ ଆମେରିକୀୟ ସୈନ୍ୟଙ୍କୁ ଫେରାଇ ନେବା ଲାଗି ବାଇଡେନ୍‌ଙ୍କ ନିଷ୍ପତ୍ତି ୨୦ ବର୍ଷର ଯୁଦ୍ଧର ଅବସାନ ଘଟାଇବ। ଏହି ଯୁଦ୍ଧରେ ଆମେରିକାର ୨.୩ ଟ୍ରଲିୟନ ଡଲାର କ୍ଷତି ହୋଇଥିଲେ ମଧ୍ୟ ତା’ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ଏବେ ଆଫ୍‌ଗାନିସ୍ତାନରେ ଚାଲିଥିତ୍ବା ତାଲିବାନଙ୍କ ଆକ୍ରମଣ ଯୋଗୁ ସ୍ଥିତି ଗୃହଯୁଦ୍ଧ ଆଡକୁ ଗତିକରିବା ସହ ନିଶା କାରବାର, ସମୂହ ସ୍ଥାନାନ୍ତର ଓ ପଡ଼ୋଶୀ ଦେଶକୁ ଇସ୍‌ଲାମିକ ମୌଳବାଦର ପ୍ରସାର ହେବ ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି।
ଆଫ୍‌ଗାନିସ୍ତାନରେ ଆମେରିକା ନେତୃତ୍ୱରେ ସଂଗଠିତ ଯୁଦ୍ଧର ପରିଣାମ ଅତି ଭୟଙ୍କର। ସରକାରୀ ତଥ୍ୟ ମୁତାବକ ୨୦୦୧ ପରଠାରୁ ଆଫ୍‌ଗାନିସ୍ତାନରେ ୨,୩୧୨ ଆମେରିକୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିିଥିବାବେଳେ ୨୦,୬୬୬ ଆହତ ହୋଇଛନ୍ତି। ଏହା ବ୍ୟତୀତ ୩,୮୦୦ରୁ ଊର୍ଦ୍ଧ୍ୱ ଘରୋଇ ସୁରକ୍ଷା କଣ୍ଟ୍ରାକ୍ଟରଙ୍କ ଜୀବନ ଯାଇଛି। କିନ୍ତୁ ଆଫଗାନ୍‌ବାସୀ ସବୁଠୁ ବେଶି ଯନ୍ତ୍ରଣା ଭୋଗିଛନ୍ତି। ବ୍ରାଉନ୍‌ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ‘କଷ୍ଟ୍‌ ଅଫ୍‌ ଓ୍ବାର୍‌ ପ୍ରୋଜେକ୍ଟ’ ଅନୁଯାୟୀ, ଏହି ଯୁଦ୍ଧରେ ଅତି କମ୍‌ରେ ୪୭,୨୪୫ ନାଗରିକ ଏବଂ ୬୬,୦୦୦ ଆଫଗାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ଯୋଗୁ ମୋଟରେ ୨.୭ ମିଲିୟନ ଲୋକ ଦେଶ ଛାଡି ମୁଖତଃ ପାକିସ୍ତାନ, ଇରାନ ଏବଂ ୟୁରୋପକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ଏହି ଯୁଦ୍ଧରେ ଆଫଗାନିସ୍ତାନର ୪୦ ମିଲିୟନ ଲୋକଙ୍କ ମଧ୍ୟରୁ ୩.୫ ମିଲିୟନରୁ ଅଧିକ ଲୋକ ଦେଶ ଭିତରେ ବିସ୍ଥାପିତ ହୋଇଛନ୍ତି।
ଆମେରିକା ସୈନ୍ୟ ପ୍ରତ୍ୟାହାର ପ୍ରାୟତଃ ଶେଷ ହୋଇଥିବାବେଳେ, ବାଇଡେନ ପ୍ରଶାସନ ପ୍ରକାଶ କରିଛି ଯେ, ତାଲିବାନ ଓ ଅନ୍ୟ ଇସ୍‌ଲାମିକ ସନ୍ତ୍ରାସବାଦୀ ଗୋଷ୍ଠୀ ବିରୋଧୀ ଲଢ଼େଇରେ ଦୂରରେ ରହି ସେ ଆଫଗାନ ସରକାରଙ୍କୁ ସମର୍ଥନ ଦେବ। କିନ୍ତୁ ନିଜସ୍ବ ଆଞ୍ଚଳିକ ସ୍ଥିତି ବା ଆଧାର ପ୍ରତିଷ୍ଠା କରିବାକୁ ହେଲେ ସୈନ୍ୟ, ଡ୍ରୋନ୍‌, ଲଢୁଆ ବିମାନ ଏବଂ ଆର୍ଟିଲାରୀ ରଖିବାକୁ ଆମେରିକା ପାଇଁ ଘାଟି ଦରକାର। ଆଫ୍‌ଗାନିସ୍ତାନର ପଡ଼ୋଶୀ ଦେଶ ମଧ୍ୟରେ ଇରାନ ଓ ଚାଇନା କୌଣସି ପରିସ୍ଥିତିରେ ସେମାନଙ୍କ ଜମିରେ ଆମେରିକା ଘାଟିକୁ ଅନୁମତି ଦେବେ ନାହିଁ। ପାକିସ୍ତାନ ମଧ୍ୟ ରୋକଠୋକ ମନା କରିଦେଇଛି। କିନ୍ତୁ ପୂର୍ବରୁ ଆଫ୍‌ଗାନିସ୍ତାନର ଉତ୍ତରରେ ଥିବା କେନ୍ଦ୍ର ଏସିଆର କେତେକ ପଡୋଶୀ ରାଷ୍ଟ୍ରରେ ଆମେରିକାର ବୃହତ ଏୟାର୍‌ବେସ ବା ବାୟୁସେନା ଘାଟି ଥିଲା । ୨୦୦୧ରୁ ୨୦୧୪ ମଧ୍ୟରେ କିର୍‌ଗିଜସ୍ତାନର ମନାସ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ୨୦୦୧ରୁ ୨୦୦୫ ମଧ୍ୟରେ ଉଜବେକିସ୍ତାନର କର୍ଶି ଖାନାବାଦ ଏୟାରବେସ୍‌ରେ ଆମେରିକାର ବାୟୁସେନା ଘାଟି ରହିଥିଲା। ମନାସରେ ଆମେରିକା ରହିବାର ଶେଷ ବର୍ଷରେ ମୁଁ କିର୍‌ଗିଜସ୍ତାନର ଉପ ପ୍ରଧାନମନ୍ତ୍ରୀ ଥିଲି। ଘାଟି ବ୍ୟବସ୍ଥା କରିବାର ଯୋଜନାରେ ରୁଷିଆର ଉକ୍ତ ରଣନୀତି ଅତୀତରେ କେନ୍ଦ୍ର ଏସିଆରେ ପୁଟିନ୍‌ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ଚୁକ୍ତି ସହ ସାମଞ୍ଜସ୍ୟ ରହିଥିବା ମନେ ହେଉଛି। ଏବେ ପୁଟିନ ସେଭଳି ପ୍ରସ୍ତାବ ବାଇଡେନ୍‌ଙ୍କୁ ଦେଇଛନ୍ତି।
ଆମେରିକା ପାଖରେ ଯଦି କିଛି ବିକଳ୍ପ ରହିଛି ତେବେ ତାହା ବହୁତ କମ୍‌ ବୋଲି କୁହାଯାଇପାରେ। କେନ୍ଦ୍ର ଏସିଆରେ ଆମେରିକା ପୁଣି ତାହାର ସ୍ଥିତି ଜାହିର କରିବାର ଯୋଜନାକୁ ରୁଷୀୟବାସୀ ଦୃଢ ବିରୋଧ କରୁଛନ୍ତି। ରୁଷିଆ ସରକାର ମଧ୍ୟ କେନ୍ଦ୍ର ଏସୀୟ ଦେଶଗୁଡ଼ିକୁ ସତର୍କ କରି ଦେଇଛନ୍ତି ଯେ ଆଫଗାନିସ୍ତାନ ପରିସ୍ଥିତିକୁ ଆୟତ୍ତ କରିବା ବଦଳରେ ରୁଷିଆ, ଚାଇନା ଏବଂ ଇରାନକୁ ରୋକିବା ବା ନିୟନ୍ତ୍ରଣ କରିବାକୁ ଆମେରିକା ଅଧିକ ଆଗ୍ରହୀ ରହିଛି। ନିକଟରେ ମସ୍କୋରେ ଉଚ୍ଚପାହ୍ୟା ତାଲିବାନ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନାରେ ରୁଷିଆ ପୁଣି ତା‘ର ସ୍ଥିତି ମଜଭୁତ କରିଛି। ତାଲିବାନ ଗୋଷ୍ଠୀ କେନ୍ଦ୍ର ଏସିଆ ଦେଶଗୁଡ଼ିକର ସୀମା ଅତିକ୍ରମ କରିବେ ନାହିଁ ବୋଲି କଥା ଦେଇଛନ୍ତି। ଏହାବାଦ୍‌ ସେମାନେ ଆଫଗାନିସ୍ତାନରେ ଡ୍ରଗ ଉପତ୍ାଦନ ବନ୍ଦ କରିବାକୁ କହିଛନ୍ତି। ଠିକ୍‌ ଏହି ସମୟରେ ପୂର୍ବରୁ ଆମେରିକା ସେନାକୁ ସହଯୋଗ କରିଥିବା ତଥା ବିପଦରେ ଥିବା ୧୦,୦୦୦ ଆଫଗାନଙ୍କୁ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାଇଡେନ ପ୍ରଶାସନର ଅନୁରୋଧକୁ ତିନୋଟି କେନ୍ଦ୍ର ଏସୀୟ ଦେଶ କାଜାଖସ୍ତାନ, ତାଜିକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ ଗ୍ରହଣ ନ କରିବାର ଅଧିକ ସମ୍ଭାବନା ରହିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମତ ଦେଇଛନ୍ତି ଯେ, ଆଫ୍‌ଗାନିସ୍ତାନରେ ଆମେରିକା ନେତୃତ୍ୱରେ କରାଯାଇଥିବା ଆକ୍ରମଣର ପ୍ରତିକୂଳ ପ୍ରଭାବ ତାଙ୍କ ଦେଶ ଉପରେ ପଡ଼ିଛି। ଏହା ଯୋଗୁ ତାଙ୍କ ଦେଶ ୨.୭ ମିଲିୟନ ଆଫ୍‌ଗାନ ଶରଣାର୍ଥୀଙ୍କୁ ପୋଷୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଅନ୍ୟ କେନ୍ଦ୍ର ଏସୀୟ ନେତାମାନଙ୍କୁ ପ୍ରଭାବିତ କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍‌ ଜୁନ ମଧ୍ୟଭାଗରେ ସିଧାସଳଖ କହିଥିଲେ ଯେ, ଆମର କୌଣସି ସହଯୋଗୀ ଦେଶ (କେନ୍ଦ୍ର ଏସିଆରେ) ଏଭଳି ଏକ ବିପଦ ସମୟରେ ସେମାନଙ୍କ କ୍ଷେତ୍ରକୁ ଖୋଲା ରଖିବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟ କ’ଣ ରହିଛି ସେ ସମ୍ପର୍କରେ ଘୋଷଣା କରିନାହାନ୍ତି।
ସମସ୍ତେ ଜାଣନ୍ତି, କେବଳ ପୁଟିନ ହିଁ ଏବକାର କଠିନ ସ୍ଥିତିକୁ ସମାଧାନ କରି ପାରିବେ ଏବଂ ଜେନେଭା ସମ୍ମିଳନୀରେ ସେ ଏଥିତ୍ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ବିନା ରାଷ୍ଟ୍ରପତି ସ୍ତରୀୟ ଆଲୋଚନାରେ ଅନ୍ୟ ସମସ୍ୟାଗୁଡ଼ିକରେ ସହମତି ପ୍ରକାଶ କରିଥିଲେ। ଆଫ୍‌ଗାନିସ୍ତାନ ପରିସ୍ଥିତିରେ ସ୍ପଷ୍ଟତଃ ଏକ ମୁହଁାମୁହଁି ଆଲୋଚନାର ଆବଶ୍ୟକତା ରହିଛି। ବାଇଡେନ ମଧ୍ୟ ଭଲ ଭାବେ ଅନୁଭବ କରିଛନ୍ତି ଯେ ଆଫ୍‌ଗାନିସ୍ତାନରେ ଏବେ ଆମେରିକା ଉପସ୍ଥିତି ଜାରି ରଖିବାର ଚାବିକାଠି ରୁଷିଆ ସରକାରଙ୍କ ପାଖରେ ରହିଛି।
ସମ୍ମିଳନୀର କାର୍ଯ୍ୟସୂଚୀରେ ସାଇବର ଗୁପ୍ତଚରୀ କାର୍ଯ୍ୟ, ୟୁକ୍ରେନ, ଇରାନ ଏବଂ ସିରିଆ ସମସ୍ୟା ଉପରେ କ’ଣ ହେବ ତାହା ଆଗରୁ ଅନୁମାନ କରାଯାଇଥିଲା ଏବଂ କୌଣସି ଆଖିଦୃଶିଆ ଫଳାଫଳ ପ୍ରକାଶ ପାଇପାରିଲା ନାହିଁ। ଆଫ୍‌ଗାନିସ୍ତାନରେ ରୁଷିଆ ଓ ଏହାର ସହଯୋଗୀଙ୍କୁ ସହଯୋଗ କରିବ କି ନାହିଁ ସେ ସମ୍ପର୍କରେ ଏବେ ବାଇଡେନ୍‌ ପ୍ରଶାସନ ନିଷ୍ପତ୍ତି ନେବା ଉଚିତ। ଆମେରିକା ସରକାରଙ୍କୁ ଭାବମୂର୍ତ୍ତି ରକ୍ଷା କରିବା ଲାଗି ପୁଟିନଙ୍କ ପ୍ରସ୍ତାବ ସୁଯୋଗ ଦେଇପାରେ। ଏହାବାଦ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହର କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ମଳିନ ପଡି ଆସୁଥିବା ଖ୍ୟାତିକୁ ଆମେରିକା ମଜଭୁତ କରିପାରିବ। ସୁବଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଦୀର୍ଘଦିନ ହେବ ଯନ୍ତ୍ରଣା ଭୋଗି ଆସୁଥିବା ଆଫ୍‌ଗାନିସ୍ତାନ ପାଇଁ ଉଭୟେ ଆମେରିକା ଓ ରୁଷିଆ ଏକ ଯୁଦ୍ଧ ଓ ଅରାଜକତା ମୁକ୍ତ ଭବିଷ୍ୟତକୁ ନିଶ୍ଚିତ କରିବା ଦରକାର।
ପୂର୍ବତନ ପ୍ରଧାନମନ୍ତ୍ରୀ,କିରଗିଜସ୍ତାନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?