ପୂଜା ଅନୁମତି ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୯ା୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଦ୍ୱୈତନଗରୀରେ ଗଣେଶ ପୂଜା ଉପରେ କଟକଣା ଲଗାଇଛି। ପୋଲିସର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ନଗର ବୁଢ଼ା ଗଣେଶ କମିଟିର ସଭାପତି ଶିବାନନ୍ଦ କୁମାର ହାତୀ ଏହି ମାମଲା କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ପୋଲିସ କମିଶନର, କଟକ ଜିଲାପାଳ, କଟକ ଡିସିପି, କଟକ ମହାନଗର ନିଗମ କମିଶନର, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନରେ ଦର୍ଶାଯାଇଛି ଯେ, କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା ହେଉଛି ଅନ୍ୟତମ ବଡ଼ ଉତ୍ସବ। ବକ୍ସିବଜାର ବଣିଆ ସାହିରେ ପ୍ରାୟ ୬ ଶହ ବର୍ଷ ହେଲା ଗଣେଶ ପୂଜା ପାଳିତ ହୋଇଆସୁଛି। ସହରର ଅନ୍ୟ ସ୍ଥାନରେ ପ୍ରାୟ ୪ ଶହ ବର୍ଷ ହେଲା ପୂଜା ଆୟୋଜିତ ହେଉଛି। ସଂକ୍ରମଣ ରୋକିବା ପାଇଁ ସରକାର ଯାହା ପଦକ୍ଷେପ ଠିକ୍‌ ଭାବୁଛନ୍ତି, ତାହା କାର୍ଯ୍ୟକାରୀ କରିପାରିବେ। କିନ୍ତୁ ସମ୍ବିଧାନରେ ନାଗରିକଙ୍କୁ ଧାର୍ମିକ ସ୍ବାଧୀନତା ଦିଆଯାଇଛି। ତେଣୁ ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସାମ୍ବିଧାନିକ ନିଷ୍ପତ୍ତି। ପୂଜା କମିଟିଗୁଡ଼ିକ ଜାକଜମକ ବିନା କେବଳ ମୂର୍ତ୍ତି ପୂଜା ପାଇଁ ଆଗ୍ରହୀ ଅଛନ୍ତି। ୧୦ରୁ ୨୦ ଜଣ ଭକ୍ତଙ୍କୁ ନେଇ କେବଳ ପୂଜା ବିଧି ହୋଇପାରିବ। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧାଯିବ। ବିନା ଜନଗହଳିରେ ବିସର୍ଜନ ମଧ୍ୟ କରାଯିବ। ତେଣୁ ଗଣେଶ ପୂଜା ବନ୍ଦ କରିବା ନେଇ ପକ୍ଷଭୁକ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଓ ପୂଜା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ ପାଖରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପରେ ୧୦୫ ସ୍କୁଲ

ଢେଙ୍କାନାଳ ଅଫିସ୍‌, ୪।୬ ବଦଳିଛି ବିଦ୍ୟାଳୟ ରୂପରେଖ। ସଜଡ଼ାଯାଇଛି ଭିତ୍ତିଭୂମି। ପରିବର୍ତ୍ତନ ହୋଇଛି ପରିବେଶ। ବାରଣ୍ଡାରୁ ବଗିଚା, ସ୍ମାର୍ଟ ଶ୍ରେଣୀଗୃହଠାରୁ ଆରମ୍ଭ କରି ଲାବୋରେଟୋରି ଯାଏ...

ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ଲଖନପୁର,୧୩ା୧(ଡି.ଏନ୍‌.ଏ.): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ମଙ୍ଗଳବାର ମୁମ୍ବାଇ ଓ ବେଙ୍ଗାଲୁରୁ ସହରକୁ ସ୍ପାଇସ୍‌ ଜେଟ୍‌ ବିମାନ ଉଡାଣ ଆରମ୍ଭ ହୋଇଛି।...

ନାଳରେ ପ୍ରବାହିତହେଉଛି ବର୍ଷା ଜଳ, ୩ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୧୩ା୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତ କୁଟୁଣିପଦର ଗ୍ରାମ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଛି । ଗାଁକୁ ସଂଯୋଗ କରୁଥିବା...

ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ

ବଲାଙ୍ଗୀର ଅଫିସ,୩୧ା୮: ଦୀର୍ଘ ଦୁଇ ବର୍ଷ ପରେ ଉତ୍ସବ ମୁଖର ହୋଇପଡ଼ିଛି ବଲାଙ୍ଗୀର ସହର। କରୋନା କଟକଣା ଯୋଗୁଁ ବିଭିନ୍ନ ଯାନିଯାତ୍ରା ବନ୍ଦ ହୋଇପଡ଼ିଥିଲା। କିନ୍ତୁ...

ମା’ ତାରାତାରିଣୀଙ୍କ ମହାଲକ୍ଷ୍ମୀ ବେଶ

ପୁରୁଷୋତ୍ତମପୁର,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ସୋମବାର ରାତି...

୩ ମହାନଗର ନିଗମରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ଆସନ ପାଇଁ ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ...

୨ଦିନ ବିଧାନସଭା ଛୁଟି

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶନିବାର ଓ ରବିବାର ଦୁଇଦିନ ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରୀତ...

ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର...

Advertisement
Archives

Model This Week