Odisha Elections 2024

ରତ୍ନଭଣ୍ଡାରକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ,୧ା୭ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାରର ବିପଦସଙ୍କୁଳ ସ୍ଥିତି ସମେତ ବିବିଧ ସମସ୍ୟା ନେଇ ହାଇକୋର୍ଟରେ ଶୁକ୍ରବାର ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ରାଜ୍ୟ ସରକାର ରତ୍ନଭଣ୍ଡାରର ସୁରକ୍ଷା ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ହାଇକୋର୍ଟ ତାଙ୍କୁ କାରଣ ଦର୍ଶାଇବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଆବେଦନରେ ପ୍ରାର୍ଥନା କରିଛନ୍ତି। ଏଥିରେ ୧୧ ଜଣଙ୍କୁ ପ୍ରତିପକ୍ଷ ଭାବେ ସାମିଲ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ, ପ୍ରତିପକ୍ଷମାନେ ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରାଯାଇଛି। ସେହିପରି ରତ୍ନଭଣ୍ଡାରର ବିପଦସଙ୍କୁଳ ଅଂଶ ମରାମତି କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଓ ରତ୍ନଭଣ୍ଡାରର ଚାବି ହଜେଇବା ମାମଲାରେ ଦାୟୀ ପୁରୀ ଜିଲାପାଳ କିମ୍ବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରି ମାମଲା ଦାୟର କରି ସିବିଆଇ ଦ୍ବାରା ତଦନ୍ତ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ହାଇକୋର୍ଟର ବୈଷୟିକ କମିଟି ଏବଂ ଏଏସ୍‌ଆଇ ଚିଠି ସତ୍ତ୍ୱେ ରତ୍ନଭଣ୍ଡାର ମରାମତି ନ କରି ଏହାକୁ ବିପଦସଙ୍କୁଳ ଅବସ୍ଥାରେ ରଖିବା କାରଣରୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ପିଟିଶନ୍‌ରେ ଦର୍ଶାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଗୃହ ସଚିବ, ପୁରୀ ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକ, ପୁରୀ ଗଜପତି ମହାରାଜା, ଏଏସ୍‌ଆଇ ମହାନିର୍ଦ୍ଦେଶକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ସୁଦ୍ଧା ଭଦ୍ରକରେ ୪୦ ପ୍ରତିଶତ ମତଦାନ

ଭଦ୍ରକ,୧ା୬(ସନାତନ ରାଉତ): ଶନିବାର ଭଦ୍ରକ ଜିଲାର ଲୋକ ସଭା ଓ ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ଚାଲିଛି। ମଧ୍ୟାହ୍ନ ୧୨ ଟା ୩୦...

ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୬): ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ...

ଘର ମାଲିକଙ୍କୁ ଛୁରାମାଡ଼ କରି ଲୁଟି ନେଲେ ଟଙ୍କା, ସୁନା ଅଳଙ୍କାର

ବୌଦ୍ଧ,୧।୬: ବୌଦ୍ଧ ଜିଲା ବାଉଁଶୁଣି ଥାନା ଅଧୀନ ବାଦିକଟା ଗ୍ରାମରେ ଏକ ବଡ଼ ଧରଣର ଲୁଟପାଟ ହୋଇଛି। ଦୁବୃର୍ତ୍ତମାନେ ଘର ମାଲିକଙ୍କୁ ଛୁରାମାଡ଼ କରି ଲକ୍ଷାଧିକ...

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍‌ଓଙ୍କ ଜୀବନ

ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍‌ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭...

ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା

ପାଟଣା,୧ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସୋରାସକେଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ...

ଧରିତ୍ରୀ ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଅକାଳ ବିୟୋଗ

ସୁନ୍ଦରଗଡ,୧।୬(ଜୟ ନାରାୟଣ ମେଣ୍ଡୁଳି): ଧରିତ୍ରୀର ରାଉରକେଲା ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଶନିବାର ଭୋରରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୦ ବର୍ଷ ବୟସ...

ଭୋଟ ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର,୧।୬: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଳିଛି। ଏହି ପରିପ୍ରେକ୍ଷୀରେ କାକଟପୁର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଥରେ ପହଞ୍ଚି...

ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଭୋଟ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri