ପବ୍‌ଜି ନିଶା: ନିଦରେ ଫାୟାର-ଫାୟାର ଚିତ୍କାର କରୁଛନ୍ତି ବାଳକ…

ଜୟପୁର,୧୨।୭ : ଫାୟାର-ଫାୟାର ଜଣେ ୧୪ ବର୍ଷର ବାଳକ ରାତିରେ ନିଦରେ ଶୋଇ ମଧ୍ୟ ଏହିପରି ଚିତ୍କାର କରୁଛନ୍ତି। ଶୋଇବା ସମୟରେ ମଧ୍ୟ ତାଙ୍କ ହାତ ହଲଚଲ ହେବା ସହ ଏପଟ ସେପଟ ହେଉଛି। ସେ ଖାଇବା ପିଇବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଏହି ବାଳକ ଜଣକ ମୋବାଇଲରେ ପବ୍‌ଜି ଖେଳିବା ନିଶାରେ ନିଜ ମାନସିକ ସନ୍ତୁଳନ ହରାଇଛନ୍ତି। ସେ ଏବେ ଦିବ୍ୟାଙ୍ଗ ସନ୍ଥାନର ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଏତେ ଖରାପ ତାଙ୍କର ହାତ ଓ ଗୋଡ଼ ବାନ୍ଧି ରଖାଯାଇଛି । ତାଙ୍କ ପାଇଁ ଖେଳ ଏବେ କାଳ ହୋଇଛି। ମୋବାଇଲ ମାନିଆ ଯୋଗୁ ଏଭଳି ବିଲାମାନେ ପବ୍‌ଜି ଖେଳରେ ବହୁ ସମୟ ବିତାଉଥିବାରୁ ଏଭଳି ଅବସ୍ଥା ଦେଖାଦେଇଥିବା ଡାକ୍ତର କହିଛନ୍ତି।

ଏହି ଅଭାବନୀୟ ଘଟଣା ରାଜସ୍ଥାନର ଅଲୱାରର ମୁଙ୍ଗାସ୍କା କଲୋନୀର। ଏଠାରେ ରହୁଥିବା ଜଣେ ୧୪ ବର୍ଷ ବୟସ୍କ ରାହୁଲ (ନାମ ପରିବର୍ତ୍ତନ) ସପ୍ତମରେ ଅଧ୍ୟୟନ କରନ୍ତି। ଗତ ସାତ ମାସ ଧରି ସେ ମୋବାଇଲରେ ପବ୍‌ଜି ଏବଂ ଫ୍ରି ଫାୟାର ଭଳି ଅନଲାଇନ ଗେମ ଖେଳୁଥିଲେ। ସେ ଖେଳ ନିଶାରେ ଦିନକୁ ୧୪-୧୫ ଘଣ୍ଟା ବିତାଉଥିଲେ। ସେ ରାତିରେ ଚାଦର ଘୋଡି ହୋଇ ଖେଳ ଖେଳୁଥିଲେ। ଏହା ତାଙ୍କ ପରିବାର ସଦସ୍ୟ ଜାଣି ପାରୁ ନ ଥିଲେ। ଅତ୍ୟଧିକ ମୋବାଇଲ ଗେମ ଖେଳିବା ଯୋଗୁ ସେ ଅସୁସ୍ଥ ହୋଇ ମାନସିକ ସନ୍ତୁଳନ ହରାଇ ବସିଲେ ।

ସୂଚନା ଅନୁଯାୟୀ, ରାହୁଲଙ୍କ ପିତାମାତା ତାଙ୍କୁ ଅନଲାଇନ ଅଧ୍ୟୟନ ପାଇଁ ମୋବାଇଲ ଦେଇଥିଲେ। ଏଥିପାଇଁ ଘରେ ୱାଇଫାଇ ମଧ୍ୟ ସ୍ଥାପନ କରିଥିଲେ। ନେଟ୍‌ ପାଇଁ ତାଙ୍କର କୌଣସି ଅସୁବିଧା ନ ଥିଲା। ତେଣୁ ସେ ଅଧିକାଂଶ ସମୟ ମୋବାଇଲରେ ଖେଳ ଖେଳୁଥିଲେ । ଯେତେବେଳେ ସମ୍ପର୍କୀୟମାନେ ଏହା ବିଷୟରେ ଜାଣିଲେ, ସେମାନେ ତାଙ୍କୁ ଖେଳ ନ ଖେଳିବାକୁ କହିଥିଲେ, କିନ୍ତୁ ସେ ରାଜି ହୋଇ ନ ଥିଲେ।

କାହା କଥା ଶୁଣି ନ ଥିଲେ। ପରିବାର ସଦସ୍ୟ ରାହୁଲଙ୍କୁ ବୁଝାଶୁଝା କରିବାରୁ ସେ ରାଗିଯାଇ ଦୁଇଥର ଘରୁ ପଳାଇ ଯାଇଥିଲେ। ସମ୍ପର୍କୀୟମାନେ ବହୁତ କଷ୍ଟରେ ତାଙ୍କୁ ଖୋଜି ଘରକୁ ଆଣିଥିଲେ। ଏହା ପରେ ତାଙ୍କୁ ଏପ୍ରିଲରୁ ମେ ପର୍ଯ୍ୟନ୍ତ ଘରେ ବନ୍ଧା ହୋଇ ରଖାଯାଇଥିଲା। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ସମ୍ପର୍କୀୟମାନେ ତାଙ୍କୁ ଜୟପୁରର ଏକ ଡାକ୍ତରଖାନାର ଡାକ୍ତରମାନଙ୍କୁ ଦେଖାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସି ନ ଥିଲା। ତାଙ୍କୁ ବର୍ତ୍ତମାନ ଅଲୱାରର ଏକ ହଷ୍ଟେଲରେ ରଖାଯାଇଛି, ଯେଉଁଠାରେ ଜଣେ ସାଇକୋଲୋଜିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି। ଏହା ସହିତ ସ୍ବତନ୍ତ୍ର ପରାମର୍ଶଦାତା ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ପବ୍‌ଜି ଏବଂ ଫ୍ରି ଫାୟାର ଗେମ ବିଷୟରେ ସବୁଠାରୁ ବଡ କଥା ହେଉଛି ଏହି ଖେଳ ଖେଳୁଥିବା କୌଣସି ଖେଳାଳି ହାରିବାକୁ ଚାହାଁନ୍ତି ନାହିଁ । ଯଦି ସେ ହାରିଯାଆନ୍ତି, ତେବେ ଜିତିବା ପାଇଁ ବାରମ୍ବାର ଖେଳ ଖେଳନ୍ତି। ଏହା ତାଙ୍କୁ ଖେଳ ଖେଳିବା ନିଶାରେ ପକାଇଥାଏ । ଅନେକ ଥର ପିଲାମାନେ ଏହି ଖେଳର ଶିକାର ହୁଅନ୍ତି । ବେଳେବେଳେ ସେମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri