Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ପିଏସ୍‌ଜି- ବେୟର୍ନ ଫାଇନାଲ

ଲିସ୍‌ବନ୍‌,୨୩।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହାଇପ୍ରୋଫାଇଲ୍‌ ଚାମ୍ପିୟନ୍ସ ଲିଗ୍‌ର ଫାଇନାଲ ମୁକାବିଲା ଏଥର ସ୍ପଷ୍ଟ ହୋଇଛି। ରବିବାର ଫାଇନାଲ ମୁକାବିଲାରେ ପ୍ୟାରିସ୍‌-ସେଣ୍ଟ-ଜର୍ମେନ (ପିଏସ୍‌ଜି) ଓ ବେୟର୍ନ ମ୍ୟୁନିକ୍‌ ପରସ୍ପରକୁ ଭେଟିବେ। କୋଭିଡ୍‌-୧୯ ମହମାରୀ କାରଣରୁ ଲିଗ୍‌ ଅବଶ୍ୟ କେତେମାସ ସ୍ଥଗିତ ଥିଲା। ଏପରିକି ଫାଇନାଲ ମ୍ୟାଚ୍‌ର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହୋଇଥିଲା।
ସଫଳ ହେଲେ ପିଏସ୍‌ଜି ପ୍ରଥମଥର ପାଇଁ ଏହି ଲିଗ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ। ଅନ୍ୟପଟେ ବେୟର୍ନ ଷଷ୍ଠଥର ପାଇଁ ଟାଇଟଲ ହାସଲ କରିବ। ଫାଇନାଲ ମ୍ୟାଚ୍‌ ଦେଖିବାକୁ ମାତ୍ର କେତେଶହ ଲୋକଙ୍କୁ ସୁଯୋଗ ମିଳିବ। କରୋନା ଭାଇରସ ଟେଷ୍ଟର ସମ୍ମୁଖୀନ ହୋଇଥିବା ଖେଳାଳି ଓ ଅଫିସିଆଲମାନେ ପଡିଆକୁ ପ୍ରବେଶ କରିବେ। ପୂର୍ବରୁ ଏହି ଟାଇଟଲ ମୁକାବିଲା ଇସ୍ତାନବୁଲ୍‌ରେ ମେ’ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମହାମାରୀ କାରଣରୁ ଏହାକୁ ଲିସ୍‌ବନ୍‌ର ଇଷ୍ଟାଡିଓ ଡା ଲୁଜ୍‌ରେ ଆୟୋଜନ ହେବ। ପୂର୍ବରୁ ଏଭଳି କେବେ ଫାଙ୍କା ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍‌ ଆୟୋଜନ ହୋଇନାହିଁ।
ପୂର୍ବରୁ ଏହି ଦୁଇ ଦଳ ପରସ୍ପରକୁ ଏହି ଟୁର୍ନାମେଣ୍ଟରେ ୮ଥର ୁ ଭେଟିଛନ୍ତି। ପିଏସ୍‌ଜି ୫ଥର ଓ ବେୟର୍ନ ୩ ଥର ଗ୍ରୁପ୍‌ ପର୍ଯ୍ୟାୟରେ ବିଜୟୀ ହୋଇଛି। ପିଏସ୍‌ଜି ତୃତୀୟଥର ପାଇଁ ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ବେୟର୍ନ ୧୧ଥର ପାଇଁ ଫାଇନାଲକୁ ଉଠିଛି। ଏହି ଲିଗ୍‌ରେ ରିୟଲ ମାଡ୍ରିଡ୍‌ ୧୩, ଏସି ମିଲାନ ୭ ଓ ଲିଭରପୁଲ ୬ ଥର ଟାଇଟଲ ହାସଲ କରିଛି। ଚାମ୍ପିୟନ ହେବା ପାଇଁ ଉଭୟଦଳ ଆଶାବାଦୀ ଅଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri