ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଆଇନ ପ୍ରଣୟନ ଦ୍ୱାରା ହୋଇପାରିବ: ମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର,୨୯।୮(ଅନିଲ ଦାସ): ୧୯୯୫ ଫେବୃଆରୀ ୩ ତାରିଖରେ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ୨୦୦୮ ଏପ୍ରିଲ ୨୩ ଓ ୨୦୧୦ ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ସଭାରେ ମେଡିକାଲ୍‌ ଏବଂ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ଅନୁସୂଚିତ ଜାତି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରମାନଙ୍କ ଲାଗି ୨୨.୫୦% ବୃଦ୍ଧି ପାଇଁ ସୁପାରିସ କରାଯାଇଥିଲା। ଆଇନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗଙ୍କୁ ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମତ ରଖି ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୨ ଡିସେମ୍ବର ୨୯ରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ର ସଂରକ୍ଷଣ ପ୍ରତିଶତ ଅନୁଯାୟୀ ଅନୁସୂଚିତ ଜନଜାତି ପାଇଁ ୨୨.୫୦% ସଂରକ୍ଷଣ ଏବଂ ଅନୁସୂଚିତ ଜାତି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୬.୨୫% ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାହା ୨୦୧୩ ମେ ୧୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ଭାରତ ସମ୍ବିଧାନର ଧାରା-୧୫(୫)ରୁ ଆସିଥିବା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରୟୋଗ ଉପରେ ଆଇନଗତ ବ୍ୟାକିଂ ପରୀକ୍ଷା ପାଇଁ ଆଇନ ବିଭାଗକୁ ପଠାଇଛି। ଆଇନ ବିଭାଗ ମତ ଦେଇଛି ଯେ, ଭାରତର ସମ୍ବିଧାନର ଧାରା -୧୫(୫)ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସନ ସଂରକ୍ଷଣ କେବଳ ଆଇନ ପ୍ରଣୟନ ଦ୍ୱାରା କରାଯାଇପାରିବ। ଶିକ୍ଷାନୁଷ୍ଠାନ ସଂରକ୍ଷଣ (ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି) ବିଲ୍‌, ଓଡ଼ିଶା ରାଜ୍ୟ ପ୍ରବେଶ ପାଇଁ ଏକ ବିଲ୍‌ ଏବଂ କ୍ୟାବିନେଟ୍‌ ସ୍ମାରକପତ୍ର ପ୍ରସ୍ତୁତ କରିବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ଆଇନ ବିଭାଗ ପ୍ରସ୍ତାବର ପରୀକ୍ଷଣ ପରେ ଦେଖିଲେ ଯେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଏସଇବିସି /ଓବିସି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇ ନାହିଁ। ବିଲ୍‌ ଏବଂ କ୍ୟାବିନେଟ୍‌ ସ୍ମାରକପତ୍ରର ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହିତ ପରାମର୍ଶ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ଏ ସମ୍ପର୍କରେ ଅବଗତ ଅଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମତାମତ ପାଇବା ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ୨୦୧୫ ଜୁଲାଇ ୧୩ରେ କ୍ୟାବିନେଟ୍‌ ସ୍ମାରକ ପତ୍ର ସହିତ ଡ୍ରାଫ୍ଟ ବିଲ୍‌ ଦାଖଲ କରିଛି, ଯାହା ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସିଟ୍‌ ସଂରକ୍ଷଣ ପାଇଁ ଅନୁସୂଚିତ ଜନଜାତି ପାଇଁ ୨୨.୫୦%, ଅନୁସୂଚିତ ଜାତି ପାଇଁ ୧୬.୨୫% ଏବଂ ସୁପ୍ରିମକୋର୍ଟର ୨୦୦୬ ଅକ୍ଟୋବର ୧୯ ତାରିଖ ବିଚାର ଅନୁଯାୟୀ ଧାର୍ଯ୍ୟ ଅନୁଯାୟୀ ଏସଇବିସି ଛାତ୍ରୀଛାତ୍ରମାନଙ୍କ ପାଇଁ ୧୧.୨୫% ସମୁଦାୟ ସଂରକ୍ଷଣକୁ ୫୦% ରେ ସୀମିତ ରଖିଛି। ଆଇନ ବିଭାଗ ୨୦୧୭ ଜୁନ ୫ ତାରିଖରେ ଡ୍ରାଫ୍ଟ ମେମୋରାଣ୍ଡମ୍‌ ଯାଞ୍ଚ କରିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri